ଆଇପିଏଲ୍‌-୧୨: ବିରାଟ୍‌ ବାହିନୀ ୭୦ ରନ୍‌ରେ ଅଲଆଉଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 23, 2019

ଆଇପିଏଲ୍‌-୧୨: ବିରାଟ୍‌ ବାହିନୀ ୭୦ ରନ୍‌ରେ ଅଲଆଉଟ୍‌

ଚେନ୍ନାଇ: ଆଇପିଏଲ୍‌ ୧୨ର ଉଦ୍‌ଘାଟନୀ ମ୍ୟାଚ୍‌ରେ ମାତ୍ର ୭୦ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି ବିରାଟ୍‌ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଟସ୍‌ ଜିତି ୨୦୧୮ ଆଇପିଏଲ୍‌ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ୍‌ (ସିଏସ୍‌କେ) ବିରାଟ୍‌ କୋହଲିଙ୍କ ଆରସିବିକୁ ପ୍ରଥମେ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲା।

ତେବେ ସିଏସ୍‌କେର ଦୁଇ ଅଭିଜ୍ଞ ସ୍ପିନର ହରଭଜନ ସିଂହ ଓ ଇମ୍ରାନ୍‌ ତାହିର ଆରସିବିର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଆଇପିଏଲ୍‌ ୧୨ର ପ୍ରଥମ ୱିକେଟ୍‌ ହରଭଜନ ସିଂହ ନେଇଥିଲେ। ସେ ନିଜର ଦ୍ୱିତୀୟ ଓଭର୍‌ରେ ଆରସିବି ଅଧିନାୟକ ବିରାଟ୍‌ କୋହଲି (୬)ଙ୍କୁ ଆଉଟ୍‌ କରିଦେଇଥିଲେ। ବିରାଟ୍‌ଙ୍କ ବ୍ୟତୀତ ହରଭଜନ  ଏବି ଡିଭିଲିୟର୍ସ ଓ ମୋଇନ୍‌ ଅଲ୍ଲୀଙ୍କ ୱିକେଟ୍‌ ଦଖଲ କରିଥିଲେ। ଇମ୍ରାନ୍‌ ତାହିର ମଧ୍ୟ ୪ ଓଭର୍‌ରେ ୯ ରନ୍‌ ଦେଇ ୩ଟି ୱିକେଟ୍‌ ନେଇଛନ୍ତି।

ସେହିପରି ରବୀନ୍ଦ୍ର ଜାଡେଜା ୨ଟି ୱିକେଟ୍‌ ନେଇଥିବା ବେଳେ ଡ୍ୱେନ୍‌ ବ୍ରାଭୋ ଗୋଟିଏ ୱିକେଟ୍‌ ନେଇଛନ୍ତି। ଆରସିବି ପକ୍ଷରୁ ଓପନର ପାର୍ଥିବ ପଟେଲ୍‌ ସର୍ବାଧିକ ୨୯ ରନ୍‌ କରିଥିବା ବେଳେ ଆଉ କୌଣସି ବ୍ୟାଟସ୍‌ମ୍ୟାନ୍‌ ଦୁଇ ଅଙ୍କ ଛୁଇଁ ପାରନାହାନ୍ତି। ଆରସିବିର ପୂରା ଟିମ୍‌ ୧୭.୧ ଓଭର୍‌ରେ ଅଲଆଉଟ୍‌ ହୋଇଯାଇଥିଲା।



from Odisha Reporter https://ift.tt/2YgZhOm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages