ଓଡ଼ିଶାରୁ ୩୩% ମହିଳା ସଂସଦକୁ ଯିବେ: ନବୀନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 10, 2019

ଓଡ଼ିଶାରୁ ୩୩% ମହିଳା ସଂସଦକୁ ଯିବେ: ନବୀନ

naveen

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ଆସନ୍ତା ନିର୍ବାଚନରେ ଓଡ଼ିଶା ୩୩ ପ୍ରତିଶତ ମହିଳାଙ୍କୁ ସଂସଦକୁ ପଠାଇବ। ଆଜି କେନ୍ଦ୍ରାପଡ଼ାରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଠାରେ ଆୟୋଜିତ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।

ସେ କହିଛନ୍ତି, ଏହି ଘୋଷଣା ଭାରତର ମହିଳା ସଶକ୍ତିକରଣ ଦିଗରେ ଇତିହାସ ସୃଷ୍ଟି କରିବ। ଓଡ଼ିଶାର ମହିଳାମାନେ ଭାରତରେ ମହିଳା ସଶକ୍ତିକରଣର ନେତୃତ୍ୱ ନେବେ। ଯଦି ଭାରତ ସାରା ବିଶ୍ୱର ନେତୃତ୍ୱ ନେବାକୁ ଚାହୁଁଛି ଏବଂ ଆମେରିକା ଓ ଚୀନ ସହିତ ପ୍ରତିଯୋଗିତା କରିବାକୁ ଚାହୁଁଛି, ତା’ହେଲେ ମହିଳାଙ୍କୁ ସଶକ୍ତ କରିବାକୁ ପଡ଼ିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥା ଓ ସରକାରୀ ଚାକିରିରେ ସାରା ଦେଶରେ ପ୍ରଥମେ ବିଜୁ ବାବୁ ହିଁ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ବ୍ୟବସ୍ଥା କରିଥିଲେ। ଏପରି କରି ସେ ସାରା ଦେଶ ପାଇଁ ମାର୍ଗଦର୍ଶକ ସାଜିଥିଲେ।

ସେ ଆହୁରି କହିଛନ୍ତି, ମହିଳାଙ୍କୁ ଲୋକସଭା ଓ ବିଧାନସଭା ନିର୍ବାଚନରେ ୩୩ ପ୍ରତିଶତ ସଂରକ୍ଷଣ ଦିଆଯିବା ନେଇ ଗତବର୍ଷ ରାଜ୍ୟ ସରକାର ବିଧାନସଭାରେ ଏକ ସଂକଳ୍ପ ପାରିତ କରିଛନ୍ତି। ଏହି ପ୍ରସଙ୍ଗରେ ସମସ୍ତ ଜାତୀୟ ଦଳ ଓ ମୁଖ୍ୟମନ୍ତ୍ରୀମାନଙ୍କୁ ମୁଁ ପ୍ରସ୍ତାବ ମଧ୍ୟ ପଠାଇଥିଲି। ସେ ଜାତୀୟ ଦଳଗୁଡ଼ିକୁ ଆହ୍ୱାନ ଦେଇ କହିଛନ୍ତି, ସେମାନେ ସେମାନଙ୍କର ପ୍ରତିଶ୍ରୁତି ରକ୍ଷା କରନ୍ତୁ। ମହିଳା ସଶକ୍ତିକରଣ ପାଇଁ ସେମାନେ ଯାହା କହୁଛନ୍ତି, ତାକୁ କାର୍ଯ୍ୟରେ ପରିଣତ କରନ୍ତୁ।

naveenତେବେ କେବଳ ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରାଯିବ ନା ଏହି ଫର୍ମୁଲା ବିଧାନସଭା ନିର୍ବାଚନ କ୍ଷେତ୍ରରେ ମଧ୍ୟ ଲାଗୁ ହେବ, ତାହା ମୁଖ୍ୟମନ୍ତୀ ସ୍ପଷ୍ଟ କରିନାହାନ୍ତି। ଆଉ ଏହାକୁ ନେଇ ତାଙ୍କୁ ଟାର୍ଗେଟ୍‌ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର।

ସେ କହିଛନ୍ତି, ଏହା ନବୀନ ବାବୁଙ୍କ ଦୋମୁହାଁ ନୀତି। ୩୩% ସଂରକ୍ଷଣ ଲୋକସଭା ଓ ବିଧାନସଭାରେ ଲାଗୁ କରିବାକୁ ସେ ବିଧାନସଭାରେ ସଂକଳ୍ପ ପାରିତ କରିଥିଲେ। ଏବେ କେବଳ ଲୋକସଭା ପାଇଁ ଲାଗୁ କରିବା ପାଇଁ କାହିଁକି କହିଲେ। ବିଧାନସଭା ପାଇଁ କାହିଁକି ଏହା ଲାଗୁ ହେବ ନାହିଁ?

ସମ୍ବିତ ଆହୁରି କହିଛନ୍ତି, ରାଜ୍ୟରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ହେଉଛନ୍ତି ଜଣେ ପୁରୁଷ। ରାଜ୍ୟରେ କ’ଣ ଯୋଗ୍ୟ ମହିଳା ମିଳିଲେନି ଏ ବିଭାଗ ସମ୍ଭାଳିବାକୁ? ରାଜ୍ୟରେ ନାରୀ ନିର୍ଯାତନା ଓ ଅତ୍ୟାଚାର ବୃଦ୍ଧି ପାଇଛି। ଏଥିରୁ ନଜର ହଟାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏପରି ଘୋଷଣା କରିଛନ୍ତି। ଏନ୍‌ଡିଏ ପୂର୍ବରୁ ମହିଳାଙ୍କ ପାଇଁ ୩୩% ସଂରକ୍ଷଣକୁ ସମର୍ଥନ କରି ଆସିଛି।



from Odisha Reporter https://ift.tt/2H8opl3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages