ଲାଞ୍ଜିଗଡ଼ ବେଦାନ୍ତରେ ଉତ୍ତେଜନା: ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 18, 2019

ଲାଞ୍ଜିଗଡ଼ ବେଦାନ୍ତରେ ଉତ୍ତେଜନା: ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ

deadperson

ଭବାନୀପାଟଣା (ରାଜ କୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଆଲୁମିନିୟମ୍‌ କାରଖାନାରେ ସମ୍ମୁଖରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି। ସୁରକ୍ଷାକର୍ମୀଙ୍କ ଲାଠି ମାଡ଼ରେ ଜଣେ ଶ୍ରମିକ ଓ ଜଣେ ଦୋକାନୀଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକଙ୍କ ନାଁ ଦାନି ପାଟ୍ରା। ତାଙ୍କ ଘର ଲାଞ୍ଜିଗଡ଼ ନିକଟସ୍ଥ ଛତ୍ରପୁରରେ।

ପୁଲିସ୍ ମାଡ଼ରେ ୩୦ରୁ ଅଧିକ ଶ୍ରମିକ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ସମସ୍ତଙ୍କୁ ଲାଞ୍ଜିଗଡ଼ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। କାରଖାନା ସମ୍ମୁଖରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି।

vedantaମିଳିଥିବା ସୂଚନା ଅନୁଯାୟୀ, ସ୍ଥାୟୀ ନିଯୁକ୍ତି ଦାବିରେ ଆଜି ସ୍ଥାନୀୟ ଶ୍ରମିକମାନେ କାରଖାନା ସମ୍ମୁଖରେ ଆନ୍ଦୋଳନ କରିଥିଲେ। ପ୍ଲାଣ୍ଟରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀମାନେ ସେମାନଙ୍କୁ ଜୋରଜବରଦସ୍ତ ଆନ୍ଦୋଳନରୁ ହଟାଇବାକୁ ଚେଷ୍ଟା କରିଥିଲେ। ତେବେ ଶ୍ରମିକମାନେ ନିଜ ଜିଦ୍‌ରେ ଅଟଳ ରହିବା ସହିତ ପ୍ଲାଣ୍ଟ ପରିସରକୁ ଧଶେଇ ପଶିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ସୁରକ୍ଷାକର୍ମୀଙ୍କ ମାଡ଼ରେ ଦାନି ପାଟ୍ରାଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି।

ବେଦାନ୍ତ ପକ୍ଷରୁ କୁହାଯାଇଛି ଯେ, ପ୍ଲାଣ୍ଟ ପରିସରରେ ଥିବା ଡିଏଭି ସ୍କୁଲ୍‌ରେ ସ୍ଥାୟ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଆଡ୍‌ମିଶନ୍ ଦେବା ଦାବିରେ ଶ୍ରମିକମାନେ ଆନ୍ଦୋଳନ କରୁଥିଲେ।



from Odisha Reporter https://ift.tt/2W6oEQR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages