ବଲିଉଡ୍‌ରେ “ମେଁ ଭି ଚୌକିଦାର୍‌”ର ପ୍ରଭାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 18, 2019

ବଲିଉଡ୍‌ରେ “ମେଁ ଭି ଚୌକିଦାର୍‌”ର ପ୍ରଭାବ

ମୁମ୍ବାଇ: ୨୦୧୯ ଲୋକସଭା ନିବାଚନ ପାଇଁ ରାଜନୈତିକ  ମଇଦାନ ପୂରାପୂରି ଗରମ ରହିଛି। ଆଉ ଏଥିପାଇଁ ପ୍ରତେକ ରାଜନୈତିକ ଦଳ ନିଜ ନିଜ ଶୈଳୀରେ ପ୍ରଚାର କରୁଛନ୍ତି। କଂଗ୍ରେସ୍‌ ପାର୍ଟି ନରେନ୍ଦ୍ର ମୋଦିଙ୍କୁ ନେଇ ଚଳାଇଥିବା “ଚୌକିଦାର୍‌ ଚୋର୍‌ ହେ” ଅଭିଯାନର ଜବାବ୍‌ ଦେବାକୁ ଯାଇ ବିଜେପି ମଧ୍ୟ “ମେଁ ଭି ଚୌକିଦାର୍‌” ପ୍ରଚାର ଚଳାଇଛି।

ବିଜେପି ନେତା ଆଉ କାର୍ଯ୍ୟକର୍ତ୍ତାମାନେ ସୋଶାଲ୍‌ ମିଡିଆ ବିଷେଶ କରି ଟ୍ୱିଟର୍‌ରେ ନିଜ ନାମ ପୂର୍ବରୁ “ଚୌକିଦାର୍‌” ଶବ୍ଦ ଯୋଡ଼ି ମୋଦିଙ୍କୁ ସମର୍ଥନ ଜଣାଉଛନ୍ତି। ଏବେ ବଲିଉଡ୍‌ ଅଭନେତ୍ରୀ କିରଣ ଖେର୍‌ ମଧ୍ୟ ଟ୍ୱିଟର୍‌ ପେଜ୍‌ରେ ନିଜ ନାମ ଆଗରୁ ଚୌକିଦାର୍‌ ଶବ୍ଦ ଯୋଡ଼ିଛନ୍ତି।  ସେ ମୋଦିଙ୍କୁ ସମର୍ଥନ କରି ଏକ ଭିଡିଓ ଟ୍ୱିଟ୍‌ କରିଛନ୍ତି। ଯାହା ଏବେ ଭାଇରାଲ୍‌ ହେବାରେ ଲାଗିଛି।

ସେହି ଟ୍ୱିଟ୍‌ରେ ସେ ଲେଖିଛନ୍ତି ଯେ, “ମୁଁ ମା’ ଅଟେ”, “ମୁଁ ଭଉଣୀ ଅଟେ”, “ଭଲପାଇବା ଅଟେ”, “ଆଉ ରାକ୍ଷାସଙ୍କ ବଦ୍ଧ କରିବା ପାଇଁ ମୁଁ ବାଘ ଉପରେ ବିରାଜମାନ ଅଟେ“, “ଆଉ ମୁଁ ବି ଚୌକିଦାର୍‌ ଅଟେ”। ଏହିପରି ଭାବରେ କିରଣ ଖେର୍‌ ସୋଶାଲ୍‌ ମିଡିଆରେ ତାଙ୍କ ବିପକ୍ଷମାନଙ୍କୁ ଜବାବ୍‌ ଦେଇଛନ୍ତି। କିରଣଙ୍କ ଏହି ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓକୁ କିରଣ ନିଜର ଟ୍ୱିଟର୍‌ ପେଜ୍‌ ଏବଂ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଶେୟାର୍‌ କରିଛନ୍ତି।

ବଲିଉଡ୍‌ ଅଭିନେତ୍ରୀ ଏବଂ ବିଜେପି ସାଂସଦ କିରଣ ଖେର୍‌ ବଲିଉଡ୍‌ରୁ ନେଇ ଟେଲିଭିଜନ୍‌ ପର୍ଯ୍ୟନ୍ତ ସବୁଠି ଲୋକପ୍ରିୟ କଳାକାର ଭାବେ ପରିଚିତ। କିରଣ ଖେର୍‌ ୧୯୮୩ରେ ପଞ୍ଜାବୀ ଫିଲ୍ମରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ବଲିଉଡ୍‌ ଅଭିନେତା ଅନୁପମ୍‌ ଖେର୍‌ଙ୍କ ପତ୍ନୀ ହେଉଛନ୍ତି କିରଣ ଖେର୍‌।



from Odisha Reporter https://ift.tt/2F93omW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages