ନିର୍ବାଚନ ପାଇଁ ଯବାନଙ୍କୁ ହତ୍ୟା କରାଯାଇଛି: ରାମଗୋପାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ନିର୍ବାଚନ ପାଇଁ ଯବାନଙ୍କୁ ହତ୍ୟା କରାଯାଇଛି: ରାମଗୋପାଲ

ଲକ୍ଷ୍ନୌ: ପୁଲୱାମା ଆତଙ୍କବାଦୀ ହମ୍‌ଲାକୁ ନେଇ ସମାଜବାଦୀ ପାର୍ଟି(ସପା) ନେତା ରାମଗୋପାଲ ଯାଦବ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ ପୁଲୱାମା ହମ୍‌ଲା ପଛରେ ମୋଦି ସରକାରଙ୍କ ହାତ ରହିଥିବା କହିଛନ୍ତି।

ସେ କହିଛନ୍ତି, ଆସନ୍ତା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ହିଁ ଏଭଳି ବିସ୍ଫୋରଣ କରି ଯବାନଙ୍କୁ ହତ୍ୟା କରିଛନ୍ତି। ଏହାଦ୍ୱାରା ସରକାରଙ୍କ ପ୍ରତି ଲୋକଙ୍କ ସମବେଦନା ବଢ଼ିବ ଓ କେନ୍ଦ୍ର ସରକାର ପୁଣିଥରେ କ୍ଷମତା ଦଖଲ କରିପାରିବେ ବୋଲି ସେ କହିଛନ୍ତି। ଏଭଳି ବୟାନକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

ଗଣମାଧ୍ୟମକୁ ଶ୍ରୀ ଯାଦବ କହିଛନ୍ତି, “ଭୋଟ୍‌ ପାଇଁ ସରକାର ଯବାନଙ୍କୁ ବଳି ଚଢ଼ାଇଛନ୍ତି। ଏହା ନିଶ୍ଚିତ ଦୁଃଖର ବିଷୟ। ଜମ୍ମୁ-କଶ୍ମୀର ଜାତୀୟ ରାଜପଥରେ ଚେକିଂ ହେଉ ନଥିଲା। ସରକାର ଜାଣିଶୁଣି ସାଧାରଣ ବସ୍‌ରେ ଯବାନମାନଙ୍କୁ ପଠାଇ ଦେଲେ। ଏହା ପଛରେ ବଡ଼ଧରଣର ଷଡ଼ଯନ୍ତ୍ର ରହିଥିଲା। ମୁଁ କହିବାକୁ ଚାହୁଁଛି ଯେ ସରକାର ବଦଳିଲେ ଘଟଣାର ତଦନ୍ତ ହେବ। ଏହି ଘଟଣାରେ ବହୁ ବଡ଼ବଡ଼ ଲୋକ ସାମିଲ ଅଛନ୍ତି।”

ଫେବୃଆରୀ ୧୪ରେ ଜୈଶ-ଏ-ମହମ୍ମଦର ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ କନଭୟକୁ ଟାର୍ଗେଟ କରି ଆତ୍ମଘାତୀ ହମ୍‌ଲା କରିଥିଲେ। ଏଥିରେ ୪୦ ଜଣ ସିଆରପିଏଫ୍‌ ଯବାନ ସହିଦ ହୋଇଥିଲେ।



from Odisha Reporter https://ift.tt/2TOApih

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages