ବ୍ରହ୍ମପୁର ବିଧାୟକଙ୍କ ସପକ୍ଷରେ ବାହାରିଲେ ସିଦ୍ଧାନ୍ତ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 17, 2019

ବ୍ରହ୍ମପୁର ବିଧାୟକଙ୍କ ସପକ୍ଷରେ ବାହାରିଲେ ସିଦ୍ଧାନ୍ତ!

sidhhanta

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି। ହେଲେ ରାଜ୍ୟରେ ଏଯାଏ କୌଣସି ଦଳ ପ୍ରାର୍ଥୀ ତାଲିକା ଘୋଷଣା କରି ନାହାନ୍ତି। ଏହା ପୂର୍ବରୁ କାହାକୁ ଟିକେଟ୍ ମିଳିବ ଓ କାହାର କଟିବ, ତାକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି। ଏମିତି ଚର୍ଚ୍ଚାର ପରିସରଭୁକ୍ତ ହୋଇଛନ୍ତି ବରିଷ୍ଠ ବିଜେଡି ନେତା ତଥା ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ। ତାଙ୍କୁ କୁଆଡ଼େ ଟିକେଟ୍ ଦିଆଯିବନି ବୋଲି ଚର୍ଚ୍ଚା ହେଉଛି। ଏଭଳି ଚର୍ଚ୍ଚାକୁ ନେଇ ରମେଶଙ୍କ ସମର୍ଥକମାନେ ଫିଡ଼ିକି ଯାଇଥିବା ବେଳେ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର ତାଙ୍କ ସପକ୍ଷରେ ବାହାରିଛନ୍ତି।

ଆଜି ସିଦ୍ଧାନ୍ତ କହିଛନ୍ତି, ୫ ଥର ଜିତି ଥିବା ବିଧାୟକଙ୍କୁ କାହିଁକି ଟିକେଟ୍ ଦିଆଯିବନି ବୋଲି କୁହାଯାଉଛି। ଯଦି ଚ୍ୟାଉ ପଟ୍ଟନାୟକଙ୍କୁ ଟିକେଟ୍ ନ ଦିଆଯାଏ ଓ ସେ ସ୍ୱାଧୀନ ଭାବେ କିମ୍ବା ଅନ୍ୟ ଦଳରୁ ନିର୍ବାଚନ ଲଢ଼ନ୍ତି, ତା’ହେଲେ ବିଜେଡି ଅସୁବିଧାରେ ପଡ଼ିପାରେ। କାରଣ ସେ ୫ ଥର ବିଧାୟକ ହୋଇଛନ୍ତି। ଏହା କିଛି ଛୋଟ କଥା ନୁହେଁ। ତାଙ୍କର ବି ସମର୍ଥକ ନିଶ୍ଚିତ ରହିଛନ୍ତି। ତେଣୁ ଦଳ ପାଇଁ ବାଧା ସୃଷ୍ଟି ହୋଇପାରେ। ଯଦି ସେ ନଲଢ଼ନ୍ତି, ତା’ହେଲେ ଅଲଗା କଥା। ତାହା ତାଙ୍କ ଉପରେ ନିର୍ଭର କରେ।

ସେ ଆହୁରି କହିଛନ୍ତି,“ଦଳୀୟ ନେତୃତ୍ୱ କିଛି ଭାବିଚିନ୍ତି ଏଭଳି ନିଷ୍ପତ୍ତି ନେଇ ଥାଇପାରନ୍ତି। ମୋ ସହିତ ଏ ବିଷୟରେ କିଛି ଆଲୋଚନା କରାଯାଇ ନାହିଁ।”

ତାଙ୍କ ପ୍ରାର୍ଥୀତ୍ୱ ସଂପର୍କରେ ସିଦ୍ଧାନ୍ତ କହିଛନ୍ତି ଯେ ଦଳ ତାଙ୍କୁ ଦୁଇ ଥର ଲୋକସଭାକୁ ପଠାଇଛି। ଦଳ ଯେତେବେଳେ ଯାହା ଦାୟିତ୍ୱ ଦେବ, ତାକୁ ତୁଲାଇବି।

ସୂଚନାଯୋଗ୍ୟ, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଟିକେଟ କଟିବା ନେଇ ଚର୍ଚ୍ଚା ହେବା ପରେ ଗତକାଲି ଅପରାହ୍ନରେ ବ୍ରହ୍ମପୁରରେ ବିଜେଡିର ଏକ କର୍ମୀ ସମ୍ମିଳନୀ ବସିଥିଲା। ଏଥିରେ ତାଙ୍କୁ ଟିକେଟ୍ ଦିଆଯାଉ ବୋଲି ଦାବି କରାଯାଇଥିଲା।

ବୈଠକ ପରେ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ସୁବାସ ମହାରଣା କହିଥିଲେ,“ବିଧାୟକ ଚ୍ୟାଉ ପଟ୍ଟନାୟକଙ୍କୁ ବାରମ୍ବାର ଡାକି ଅନ୍ୟ ବିକଳ୍ପ କଥା କହୁଛନ୍ତି। ଯେଉଁମାନେ ଅନ୍ୟଦଳରୁ ବିଜେଡିକୁ ଆସିଛନ୍ତି, ସେମାନଙ୍କୁ ଅନ୍ୟତ୍ର ଥଇଥାନ କରାଯାଉ। ଚ୍ୟାଉ ପଟ୍ଟନାୟକଙ୍କୁ ଟିକେଟ ନଦେଲେ ଅସନ୍ତୋଷ ବଢ଼ିବ।”

ଗତକାଲି ଚ୍ୟାଉ ପଟ୍ଟନାୟକ କହିଥିଲେ,“ଟିକେଟକୁ ନେଇ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍କଣ୍ଠା ରହେ। ତେବେ ମୁଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଟିକେଟ ପାଇଁ ଅବଗତ କରିଛି।”



from Odisha Reporter https://ift.tt/2ub6scS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages