ରାଜ୍ୟ ସରକାର ଏବେ ଗୁଣ୍ଡା ଓ ଦୁର୍ନୀତିଗ୍ରସ୍ତଙ୍କ ନିୟନ୍ତ୍ରଣରେ: ବୈଜୟନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 11, 2019

ରାଜ୍ୟ ସରକାର ଏବେ ଗୁଣ୍ଡା ଓ ଦୁର୍ନୀତିଗ୍ରସ୍ତଙ୍କ ନିୟନ୍ତ୍ରଣରେ: ବୈଜୟନ୍ତ

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ବିଜେପିରେ ସାମିଲ ହେବା ପରେ ନିଜ ନିର୍ବାଚନମଣ୍ଡଳୀ କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡା ଶକ୍ତି ପ୍ରଦର୍ଶନ କରିଛନ୍ତି। ନୂଆଦିଲ୍ଲୀରେ ବିଜେପିରେ ଯୋଗଦେଇ ଓଡ଼ିଶା ଫେରିବା ପରେ ଆଜି ପ୍ରଥମ ଥର ପାଇଁ କେନ୍ଦ୍ରାପଡ଼ା ଯାଇଥିଲେ ବୈଜୟନ୍ତ। ତାଙ୍କୁ ସେଠାରେ ଭବ୍ୟ ସ୍ୱାଗତ କରିବା ଲାଗି କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥିଲା। ହଜାର ହଜାର ସଂଖ୍ୟାରେ ପ୍ରଶଂସକ ଏକାଠି ହୋଇ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ।

ଏହି ଅବସରରେ ଇଚ୍ଛାପୁରଠାରେ ଏକ ସାଧାରଣ ସଭା ଆୟୋଜନ ହୋଇଥିଲା। ଏଥିରେ ବୈଜୟନ୍ତ ପଣ୍ଡା ଯୋଗଦେଇ ଯୋଗଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ରାଜ୍ୟ ସରକାର ଏବେ ଗୁଣ୍ଡା ଓ ଦୁର୍ନୀତିଗ୍ରସ୍ତଙ୍କ ନିୟନ୍ତ୍ରଣରେ ରହିଥିବା ସେ ଅଭିଯୋଗ କରିଥିଲେ।

ସେ କହିଥିଲେ, “ଓଡ଼ିଶାରେ ନାରୀ ନିର୍ଯାତନା, ଶିଶୁ ବିରୋଧୀ ହିଂସା ସର୍ବାଧିକ ବଢ଼ିଛି। କାମଧନ୍ଦା ନପାଇ ଲକ୍ଷ ଲକ୍ଷ ଓଡ଼ିଆ ରାଜ୍ୟ ବାହାରକୁ ଯାଇ ନିର୍ଯାତିତ ହେଉଛନ୍ତି। ଶିଳ୍ପ ଓ ନିଯୁକ୍ତିର ଅଭାବ ଯୋଗୁ ଯୁବକମାନେ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି।”

ରାଜ୍ୟରେ ଶିଳ୍ପ ସଂସ୍ଥାକୁ ହଇରାଣ କରାଯାଉଥିବା ବେଳେ କିଏ କାହିଁକି ଏଠାରେ ଶିଳ୍ପ ପ୍ରତିଷ୍ଠା କରିବ ବୋଲି ବୈଜୟନ୍ତ ପ୍ରଶ୍ନ କରବା ସହ ପରିବର୍ତ୍ତନର ଆହ୍ୱାନ ଦେଇଛନ୍ତି। ରାଜ୍ୟରେ ବିଜେପି ସରକାର ଗଢ଼ିବା ଜରୁରୀ ହୋଇପଡ଼ିଛି ବୋଲି ସେ କହିଥିଲେ।

ଶ୍ରୀ ପଣ୍ଡା କହିଥିଲେ, ଜଳ ସମସ୍ୟା ଦୂର କରିବା ପାଇଁ ସାଂସଦ ପାଣ୍ଠିରୁ ପାଣିଟାଙ୍କି ନିର୍ମାଣ ହେଉଥିଲା। ଲୋକଙ୍କ ସମର୍ଥନ ସତ୍ତ୍ୱେ କିଛି ଲୋକ ପାଣିଟାଙ୍କିକୁ ବିରୋଧ କରୁଥିଲେ। ପିସି ଦିଆଯାଇନଥିବାରୁ ମାହାଙ୍ଗାରେ ପଥର ଓ ଅଣ୍ଡା ମାଡ଼ କରାଯାଇଥିଲା। ପିସି ନଦିଆଯିବାରୁ ଅନେକ ପ୍ରକଳ୍ପ ଅଟକାଇ ଦିଆଯାଇଛି।



from Odisha Reporter https://ift.tt/2J4tahb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages