‘ହମିଦ୍‌’ କହିବ ‘କଶ୍ମୀର’ର କରୁଣ କାହାଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 11, 2019

‘ହମିଦ୍‌’ କହିବ ‘କଶ୍ମୀର’ର କରୁଣ କାହାଣୀ

ମୁମ୍ବାଇ: କାଶ୍ମୀରର ସ୍ଥିତିକୁ ନେଇ ତିଆରି ହୋଇଥିବା ଫିଲ୍ମ ‘ହମିଦ୍‌’ର ଟ୍ରେଲର ରିଲିଜ୍‌ ହୋଇଛି। ଏହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି। ରିଲିଜ୍‌ ହେବାପରେ ଏବେ ଏହା ଶୋସାଲ ମିଡିଆରେ ଭାଇରାଲ ହେଉଛି। କାଶ୍ମୀରର ବର୍ତ୍ତମାନ ଅବସ୍ଥାକୁ ନେଇ ଫିଲ୍ମର କାହାଣୀ ତିଆରି ହୋଇଛି। ଜଣେ ୮ ବର୍ଷର କଶ୍ମିରୀ ଶିଶୁକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି ।କଶ୍ମିରୀ ଶିଶୁ ଓ ଜଣେ ସିଆର୍‌ପିଏଫ୍‌ ଯବାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଫିଲ୍ମ ନିର୍ମାଣ କରାଯାଇଛି। କାହାଣୀରେ ବାପା କାହିଁକି ଆଲ୍ଲାଙ୍କ ପାଖକୁ ଚାଲିଗଲେ ବୋଲି ଶିଶୁଟି ତା’ର ମା’ଙ୍କୁ ପ୍ରଶ୍ନ କରୁଛି। ଏହାପରେ ପିଲାଟିକୁ ଏକ ନମ୍ବର ମିଳୁଛି। ଆଉ କୁହାଯାଉଛି ଏହା ହେଉଛି ଆଲ୍ଲାଙ୍କ ନମ୍ବର। ଆଉ ପିଲାଟି ସେଇ ନମ୍ବରରେ କଥା ହେଉଛି। ହେଲେ ଫୋନ୍‌ ଧରିଥିବା ବ୍ୟକ୍ତି ଜଣକ ସିଆର୍‌ପିଏଫ୍‌ ଯବାନ ବୋଲି ଜଣାପଡ଼ୁଛି। ବର୍ତ୍ତମାନ ସୁଧା ଟ୍ରେଲରଟିକୁ ପାଖାପାଖି ୫୦ ଲକ୍ଷ ଭ୍ୟୁ ହୋଇସାରିଲାଣି।

ଏହି ଫିଲ୍ମରେ କଶ୍ମୀରସାଧାରଣ ଜନତା ଓ ସିଆରପିଏଫ୍‌ ଯବାନ୍‌ମାନେ ଆତଙ୍କବାଦୀ ଓ ପଥର ଫିଙ୍ଗାଳିଙ୍କୁ କିପରି ସାମ୍ନା କରୁଛନ୍ତି ସେ ସବୁ ଦେଖିବାକୁ ମିଳିବ। ଆସନ୍ତା ୧୫ ତାରିଖରେ ଫିଲ୍ମ ହମିଦ୍‌ ପରଦାକୁ ଆସିବ।



from Odisha Reporter https://ift.tt/2TKu32A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages