ଲାଥମ ଓ ରାଭାଲଙ୍କ ଶତକ ବଳରେ ନ୍ୟୁଜିଲ୍ୟାଣ୍ଡର ସ୍ଥିତି ମଜଭୁତ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 1, 2019

ଲାଥମ ଓ ରାଭାଲଙ୍କ ଶତକ ବଳରେ ନ୍ୟୁଜିଲ୍ୟାଣ୍ଡର ସ୍ଥିତି ମଜଭୁତ୍

ହାମିଲଟନ୍: ଟମ୍ ଲାଥମ ଓ ଜିତ୍ ରାଭାଲଙ୍କ ଶତକ ବଳରେ ନ୍ୟୁଜିଲ୍ୟାଣ୍ଡ ଏଠାରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ମଜଭୁତ୍ ସ୍ଥିତିରେ ପହଞ୍ଚିଛି। ବାଂଲାଦେଶର ୨୩୪ ରନ୍ ଜବାବରେ ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୪ ୱିକେଟ୍ ହରାଇ ୪୫୧ ରନ୍ କରିଛି। ଫଳରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଇନିଂସ୍ ଆଧାରରେ ବାଂଲାଦେଶ ଉପରେ ୨୧୭ ରନର ବଡ଼ ଅଗ୍ରଣୀ ହାସଲ କରିନେଇଛି।

ଶୁକ୍ରବାର ଘରୋଇ ଟିମ୍ ତା’ର ପୂର୍ବଦିନର ସ୍କୋର ୮୬/୦ରୁ ଖେଳ ଆରମ୍ଭ କରିଥିଲା। ଦୁଇ ଓପ୍ନର ଲାଥମ ଓ ରାଭାଲ ଫ୍ଲାଟ୍ ୱିକେଟର ଭରପୂର ଫାଇଦା ଉଠାଇ ପ୍ରଥମ ୱିକେଟ୍ ପାଇଁ ୨୫୪ ରନର ଭାଗୀଦାରୀ କରିଥିଲେ, ଯାହା ନ୍ୟୁଜିଲ୍ୟାଣ୍ଡର ଓପନିଂ ଯୋଡ଼ିର ତୃତୀୟ ସର୍ବାଧିକ ପାର୍ଟନରଶିପ୍। ୪୭ ବର୍ଷ ପୂର୍ବେ ଅର୍ଥାତ୍ ୧୯୭୨ରେ ଗ୍ଲେନ୍ ଟର୍ଣ୍ଣର ଓ ଟେରୀ ଜାର୍ଭିସ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୩୮୭ ରନର ରେକର୍ଡ ଭାଗୀଦାରୀ କରିଥିଲେ। ୧୯୩୦ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଷ୍ଟିୱେ ଡେମ୍ପଷ୍ଟର ଓ ଜ୍ୟାକି ମିଲ୍ ପ୍ରଥମ ୱିକେଟ୍ ପାଇଁ ୨୭୧ ରନ୍ ଯୋଡ଼ିଥିଲେ।

ରାଭାଲ ୧୩୨ (୨୨୦ ବଲ୍, ୧୯ ଚୌକା, ୧ ଛକା) ଓ ଲାଥମ ୧୬୧ (୨୪୮ ବଲ, ୧୭ ଚୌକା, ୩ ଛକା) ରନ୍ କରି ଆଉଟ୍ ହୋଇଥିଲେ। ଅଭିଜ୍ଞ ଟେଲର ବେଶୀ ସମୟ କ୍ରିଜରେ ତିଷ୍ଠିପାରି ନଥିବା ବେଳେ ୱିଲିୟମସନ୍ ଓ ହେନରୀ ନିକୋଲ୍ସ (୫୩) ଶତକୀୟ ଭାଗୀଦାରୀ କରି ନ୍ୟୁଜିଲ୍ୟାଣ୍ଡ ସ୍କୋରକୁ ୪୫୦ ପର୍ଯ୍ୟନ୍ତ ନେଇଥିଲେ। ବାଂଲାଦେଶ ପକ୍ଷରୁ ସୌମ୍ୟ ସରକାର ୨ଟି ୱିକେଟ୍ ନେଇଛନ୍ତି।



from Odisha Reporter https://ift.tt/2Uenz9p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages