‘୮ରେ ଆସିବେ ରାହୁଲ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 1, 2019

‘୮ରେ ଆସିବେ ରାହୁଲ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୮ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ଆଜି ଏ ସମ୍ପର୍କରେ ସୂଚନା ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, କୋରାପୁଟର ଜୟପୁର ଓ ବରଗଡ଼ରେ ସାଧାରଣ ସଭାକୁ ରାହୁଲ ଗାନ୍ଧି ସମ୍ବୋଧିତ କରିବେ।

ରାହୁଲଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା, ମନ୍ତ୍ରୀ ତଥା ଓଡ଼ିଶା କଂଗ୍ରେସ ପ୍ରଭାରୀ(ଅସ୍ଥାୟୀ) ଟିଏସ୍ ସିଂହଦେଓ ଓ ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ଆସିବେ। ଏହି ଦୁଇଟି ସଭାରେ ମୁଖ୍ୟତଃ ଚାଷୀ, ଯୁବକ, ମହିଳା ଓ ଦଳିତ ବର୍ଗ ଉପରେ ଫୋକସ କରାଯିବ। ସୂଚନାଯୋଗ୍ୟ, ରାହୁଲ ଗାନ୍ଧି ଜାନୁଆରୀ ୨୫ରେ ଓଡ଼ିଶା ଗସ୍ତରେ ଆସିଥିଲେ।

ସାଧାରଣ ନିର୍ବାଚନ ପାଇଁ ସଂଗଠନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଉଥିବା କଂଗ୍ରେସ ଏବେ ରାହୁଲଙ୍କ ଗସ୍ତ ମାଧ୍ୟମରେ ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି କରିବାକୁ ଚାହୁଁଛି।



from Odisha Reporter https://ift.tt/2BYMoia

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages