ପୁଲ୍‌ୱାମା ଆକ୍ରମଣ ପଛରେ ଇଲେକ୍ଟ୍ରିସିଆନ୍‌ ମାଷ୍ଟରମାଇଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 10, 2019

ପୁଲ୍‌ୱାମା ଆକ୍ରମଣ ପଛରେ ଇଲେକ୍ଟ୍ରିସିଆନ୍‌ ମାଷ୍ଟରମାଇଣ୍ଡ

ଶ୍ରୀନଗର: ୪୦ ଜଣ ସିଆରପିଏଫ୍‌ ଯବାନଙ୍କ ଜୀବନ ନେଇଥିବା ପୁଲ୍‌ୱାମା ଆତ୍ମଘାତୀ ଆକ୍ରମଣ ବାବଦରେ ସାମ୍ନାକୁ ଆସିଛି ବଡ଼ ତଥ୍ୟ। ଫେବୃଆରୀ ୧୪ରେ ସଂଘଟିତ ଏହି ହୃଦୟଥରା ଆକ୍ରମଣ ପଛରେ ଜଣେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ମୁଦାସିର ଅହମ୍ମଦ ଖାନ୍‌ ବା ‘ମହମ୍ମଦ ଭାଇ’ର ହାତ ରହିଥିବା ଜଣାପଡ଼ିଛି।

ସମସ୍ତ ପ୍ରମାଣକୁ ଏକାଠି କରିବା ପରେ ରବିବାର ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି, ୨୩ ବର୍ଷୀୟ ଖାନ୍‌ ପୁଲ୍‌ୱାମା ଜିଲ୍ଲାରେ ହିଁ ଗ୍ରାଜୁଏସନ୍‌ ପଢ଼ିଛି ଏବଂ ସେ ଜଣେ ଇଲେକ୍ଟ୍ରିସିଆନ୍‌। ସେ ଏହି ବିସ୍ଫୋରଣ ପାଇଁ ଗାଡ଼ି ଏବଂ ବିସ୍ଫୋରକ ଯୋଗାଡ଼ କରିଥିବା ଜଣାପଡ଼ିଛି।

ତ୍ରାଲ ଅଞ୍ଚଳର ମିର ମୋହଲ୍ଲା ବାସିନ୍ଦା ଖାନ୍‌ ୨୦୧୭ ମସିହାରେ ଜୈଶ-ଏ-ମହମ୍ମଦରେ ଯୋଗ ଦେଇଥିଲା। ଏହା ପରେ ସେ ଜମ୍ମୁକଶ୍ମୀରରେ ଜୈଶକୁ ବ୍ୟାପକ କରିଥିବା ନୂର ମହମ୍ମଦ ତନ୍ତ୍ରି ବା ନୂର ଟ୍ରେଲ୍‌ର ସଂସ୍ପର୍ଶରେ ଆସିଥିଲା। ତନ୍ତ୍ରି ୨୦୧୭ ଡିସେମ୍ବରରେ ନିପାତ ହେବା ପରେ ୨୦୧୮ ଜାନୁଆରୀରେ ଖାନ୍‌ ଘର ଛାଡ଼ି ଜୈଶ୍‌ରେ ସକ୍ରିୟ ହୋଇଯାଇଥିଲା।

ଅଧିକାରୀମାନେ ଦେଇଥିବା ସୂଚନା ଅନୁଯାୟୀ, ଏହି ବିସ୍ଫୋରଣ ଘଟାଇଥିବା ଆଦିଲ ଅହମ୍ମଦ ଦାର, ଖାନ୍‌ ସହିତ ନିୟମିତ ଯୋଗାଯୋଗରେ ଥିଲା। ୨୦୧୮ ମସିହାରେ ୬ ସୁରକ୍ଷା କର୍ମୀ ଏବଂ ଜଣେ ସାଧାରଣ ନାଗରିକଙ୍କ ଜୀବନ ନେଇଥିବା ସୁଞ୍ଜୱାନ୍‌ କ୍ୟାମ୍ପ ଆକ୍ରମଣ ଘଟଣାରେ ମଧ୍ୟ ଖାନ୍‌ର ହାତ ଥିବା ଅଧିକାରୀମାନେ କହିଛନ୍ତି।



from Odisha Reporter https://ift.tt/2SVEWKx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages