ବଳ ଯୋଗାଡୁଛି ବିଜେପି: ବୈଜୟନ୍ତଙ୍କ ପରେ ଦାମ, ଖାରବେଳ ଓ ବ୍ରଜଙ୍କୁ ନେଇ ଚର୍ଚ୍ଚା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 10, 2019

ବଳ ଯୋଗାଡୁଛି ବିଜେପି: ବୈଜୟନ୍ତଙ୍କ ପରେ ଦାମ, ଖାରବେଳ ଓ ବ୍ରଜଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯ ମହାସମର ଲାଗି ପୂର୍ବରୁ ବଳ ଯୋଗାଡିବାରେ ଲାଗିଛି ବିଜେପି। ସାଧାରଣ ନିର୍ବାଚନ ପୂର୍ବରୁ ଶକ୍ତି ସାମର୍ଥ୍ୟ ବଢାଇବା ଲକ୍ଷ୍ୟରେ ରାଜ୍ୟ ରାଜନୀତିରେ ପ୍ରଭାବ ଥିବା ନେତାଙ୍କୁ ନିଜ ପଟକୁ ନେବା ଲାଗି ଗୋଟି ଚାଳନା ଆରମ୍ଭ ହୋଇଯାଇଛି।  ବୈଜୟନ୍ତଙ୍କ ପରେ ଦାମ, ଖାରବେଳ ଓ ବ୍ରଜ ତ୍ରିପାଠୀ ପଦ୍ମ ଧରିବା ନେଇ ପ୍ରକିୟା ଚାଲିଥିବା ସୂଚନା ମିଳିଛି।

କୁହାଯାଉଛି ଯଦିଓ ଏ ନେଇ ବ୍ରଜ କିଛି କହିନାହାଁନ୍ତି ତେବେ ଦାମ ଓ ଖାରବେଳେ ବିଜେପି ଆଡକୁ ଢଳୁଥିବା ସଙ୍କେତ ଦେଇଛନ୍ତି । ଏଥିସହିତ ବିଜେପି ଛାଡ଼ି ଅନ୍ୟ ଦଳରେ ସାମିଲ ହୋଇ ନ ଥିବା ନେତାଙ୍କୁ ଦଳ ପୁଣି କୋଳେଇ ନେବାର ସମୀକରଣ ବି ଚାଲିଥିବା ଚର୍ଚ୍ଚା ହେଉଛି।

ଉଭୟ ଦାମ ରାଉତ  ଓ ଖାରବେଳ ଦିଲ୍ଲୀ ଯାଇ ବିଜେପିର କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା କରି ଫେରିଛନ୍ତି । ଖାରବେଳ ପଦ୍ମ ଟିକେଟରେ ସାଂସଦ ଭାବେ ଲଢିବାକୁ ଆଗ୍ରହୀ ବୋଲି ସ୍ପଷ୍ଟ କରିଛନ୍ତି। ସେପଟେ ବ୍ରଜ କ୍ୟାମେରା ସାମନାରେ କିଛି କହି ନ ଥିଲେ ବି ସମୟ ଆସିଲେ ସବୁ କହିବେ ବୋଲି ଓଟିଭିକୁ କହିଛନ୍ତି।

ଦାମ ଓ ଖାରବେଳ ବେଶ କିଛି ମାସ ହେବ ବିଜେଡି ସରକାରର ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ପ୍ରସଙ୍ଗ କରି ରାଜ୍ୟ ତମାମ ବୁଲିବା ସହ ନବୀନଙ୍କ ବିରୋଧରେ ବିଷୋଦ୍‌ଗାର କରୁଛନ୍ତି । ୬ ଥରର ବିଧାୟକ ଦାମଙ୍କ ପ୍ରଭାବ ନିଜ ନିର୍ବାଚନ ମଣ୍ଡଳୀ ପାରାଦ୍ୱୀପ ସହ ରାଜ୍ୟ ରାଜନୀତିରେ ବି ରହିଛି । ଏଣେ ଖାରବେଳ ବି  ବାଲେଶ୍ୱରରୁ ବିଜେପି ଟିକେଟରେ ତିନିଥର ସାଂସଦ ହୋଇଛନ୍ତି । ନିଜ ସ୍ୱଚ୍ଛ ଭାବମୂର୍ତ୍ତି ପାଇଁ ରାଜ୍ୟ ରାଜନୀତିରେ ପରିଚିତ ଖାରବେଳ ନବୀନଙ୍କ ବିରୋଧରେ କହି ବିଭିନ୍ନ ସ୍ଥାନରେ ଅକ୍ରୋଶର ଶିକାର ବି ହୋଇଛନ୍ତି । ତଥାପି ପଛକୁ ହଟି ନାହାଁନ୍ତି । ବ୍ରଜତ୍ରିପାଠୀ ବିଜେଡିରୁ ଜିତି ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ହେଇଥିଲେ । ତେଣୁ ନବୀନ ବିରୋଧୀ ଏ ତିନି ନେତାଙ୍କୁ  ଆପଣାଇ ବିଜେପି ବଳ ଯୋଗାଡ଼ କରିବାର ମଉକାରୁ ହାତଛଡା କରିବିନି ବୋଲି କୁହାଯାଉଛି ।

ଏ ତିନି ନେତାଙ୍କ ବାଦ୍ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ଓ ଗତକାଲି ବିଜେଡିର ଭୁବନେଶ୍ୱର ଜିଲ୍ଲା କାଯର୍ୟକାରୀ ସଭାପତି ପଦରୁ ଇସ୍ତଫା ଦେଇଥିବା ବାବୁ ସିଂ ବି ବିଜେପି ଯିବା ଉଦ୍ୟମରେ ଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି । ଏହାବାଦ୍ ବିଜେପିରୁ ଇସ୍ତଫା ଦେଇ ଅନ୍ୟ କୌଣିସ ଦଳକୁ ଯାଇ ନ ଥିବା ବରିଷ୍ଠ ନେତା ବିଜୟ ମହାପାତ୍ର  ଓ ଦିଲ୍ଲୀପ ରାୟଙ୍କୁ ପୁଣି ଫେରାଇ ଆଣିବାକୁ ପ୍ରୟାସ ଚାଲିଥିବା ବି ଚର୍ଚ୍ଚା ଚାଲିଛି।



from Odisha Reporter https://ift.tt/2TFmSsl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages