ଏଥର ମୈନପୁରରୁ ଲଢ଼ିବେ ମୁଲାୟମ ସିଂହ ଯାଦବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 8, 2019

ଏଥର ମୈନପୁରରୁ ଲଢ଼ିବେ ମୁଲାୟମ ସିଂହ ଯାଦବ

ଲକ୍ଷ୍ନୌ: ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଆଜି ସମାଜବାଦୀ ପାର୍ଟି(ସପା) ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତେବେ ସପାର ପ୍ରତିଷ୍ଠାତା ତଥା ମାର୍ଗଦର୍ଶକ ମୁଲାୟମ ସିଂହ ଯାଦବଙ୍କ ଲୋକସଭା ଆସନକୁ ଦଳ ପକ୍ଷରୁ ବଦଳାଇ ଦିଆଯାଇଛି। ମୁଲାୟମ ପୂର୍ବରୁ ଆଜମଗଡ଼ରୁ ନିର୍ବାଚନ ଲଢ଼ି ଜିତିଥିବା ବେଳେ ୨୦୧୯ରେ ସେ ମୈନପୁରରୁ ଲଢ଼ିବେ ବୋଲି ତାଲିକାରେ ଉଲ୍ଲେଖ କରାଯାଇଛି।

ଗତକାଲି କଂଗ୍ରେସ ପକ୍ଷରୁ ୧୫ ଜଣିଆ ତାଲିକା ଘୋଷଣା କରାଯାଇଥିବା ବେଳେ ଆଜି ସପା ପ୍ରଥମ ପର୍ଯ୍ୟାୟରେ ମାତ୍ର ୬ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ତାଲିକା ଅନୁସାରେ ସପା ଟିକେଟ୍‌ରୁ ଧର୍ମେନ୍ଦ୍ର ଯାଦବ ବଦାଉଁରୁ ଲଢ଼ିବେ। ସେହିପରି ଫିରୋଜାବାଦରୁ ଅକ୍ଷୟ ଯାଦବ, ଇଟାୱାରୁ କମଲେଶ ଖତେରିୟା, ରୋବେରସ୍ତଗଞ୍ଜରୁ ଭାଇଲାଲ କୌଲ ଓ ବାହାରାଇଚିରୁ ଶବିର ବାଲମିକ ଲଢ଼ିବେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅକ୍ଷୟ ଯାଦବ ଏଥର ସପା ମୁଖ୍ୟ ଅଖିଲେଶ ଯାଦଙ୍କ ଦାଦା ଶିବପାଲ ଯାଦବଙ୍କ ବିରୋଧରେ ଲଢ଼ିବେ। ଅକ୍ଷୟ ହେଉଛନ୍ତି ରାମଗୋପାଲ ଯାଦବଙ୍କ ପୁଅ। ୨୦୧୪ରେ ସେ ଫିରୋଜାବାଦ ଆସନରୁ ଜିତିଛନ୍ତି। ତେଣୁ ଏହି ଆସନରେ ଲଢ଼େଇ ଜୋରଦାର ହେବ ବୋଲି କୁହାଯାଉଛି।



from Odisha Reporter https://ift.tt/2Hmtq8I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages