
ମୁମ୍ବାଇ: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଋଣ ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ତଥା ହୀରା ବ୍ୟବସାୟୀ ନିରବ ମୋଦିଙ୍କ ୧୦୦ କୋଟି ଟଙ୍କାର ବଙ୍ଗଳାକୁ ଆଜି ପ୍ରଶାସନ ମାଟିରେ ମିଶାଇ ଦେଇଛି। ଏହି ୧୦୦ କୋଟି ଟଙ୍କିଆ ରାଜକୀୟ ବଙ୍ଗଳାଟି ବେଆଇନ୍ ଭାବେ ଅଲୀବାଗରେ ନିର୍ମାଣ କରାଯାଇ ଥିଲା।
ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲା ପ୍ରଶାସନ ଆଜି ୩୦ କେଜି ବାରୁଦ ସାହାଯ୍ୟରେ ମାତ୍ର ୫ ସେକେଣ୍ଡରେ ସମୁଦ୍ରକୁ ମୁହଁ କରିଥିବା ଏହି ବିଳାସପୂର୍ଣ୍ଣ ବଙ୍ଗଳାକୁ ଭାଙ୍ଗିଛି।
ଆଜି ଦିନ ୧୧.୧୫ ବେଳେ ବଙ୍ଗଳାକୁ ଭଙ୍ଗା ଯାଇଥିବା ବେଳେ ସମଗ୍ର ପ୍ରକ୍ରିୟାକୁ ୩ଟି ଡ୍ରୋନ୍ କ୍ୟାମେରାରେ କଏଦ କରାଯାଇଛି। ବଙ୍ଗଳା ଭଙ୍ଗା ଯିବା ସମୟରେ ଶହଶହ ଲୋକ ସେଠାରେ ଉପସ୍ଥିତ ଥିବାରୁ ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
ପ୍ରଥମେ ବଙ୍ଗଳାର ବିଭିନ୍ନ ସ୍ଥାନରେ ୧୧୩ଟି ଡିନାମାଇଟ୍ ଷ୍ଟିକ୍ ଖଞ୍ଜା ଯାଇଥିଲା। ଏହାପରେ ଏହାକୁ ବିସ୍ଫୋରଣ କରାଯାଇଥିଲା। ନିରବ ମୋଦିଙ୍କ ବଙ୍ଗଳା ଭାଙ୍ଗିବା ପାଇଁ ପ୍ରଶାସନ ପକ୍ଷରୁ ଏକ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା।
from Odisha Reporter https://ift.tt/2TqfqCk
No comments:
Post a Comment