ରାତିରେ ଶ୍ୱଶୁର ଘରେ ପଶି ସ୍ତ୍ରୀକୁ ଭୁଜାଲିରେ ହାଣିଲା ସ୍ୱାମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 15, 2019

ରାତିରେ ଶ୍ୱଶୁର ଘରେ ପଶି ସ୍ତ୍ରୀକୁ ଭୁଜାଲିରେ ହାଣିଲା ସ୍ୱାମୀ

medical

ବିନିକା (ଦିଲ୍ଲୀପ ସାହୁ): ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ମହୁଲପାଲି ଗାଁରେ।

ଗୁରୁତର ଭାବେ ଆହତ ହୋଇଥିବା ଏହି ମହିଳାଙ୍କ ନାଁ ମମତା ଥପା। ବର୍ଷକ ତଳେ ବରଗଡ଼ ଜିଲ୍ଲା ଖଲାବାହାଲ ଗାଁର ରସିକ ଥପାଙ୍କୁ ସେ ବାହା ହୋଇଥିଲେ। ହେଲେ ବାହାଘର ପରେ ରସିକ ସବୁ ବେଳେ ତାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେଇ ଆସୁଥିଲେ। ସେଥିପାଇଁ ଚାରି ମାସ ହେଲା ମମତା ମହୁଲପାଲି ସ୍ଥିତ ତାଙ୍କ ବାପ ଘରେ ରହୁଥିଲେ।

ଅଭିଯୋଗ ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ରସିକ କାନ୍ଥ ଡେଇଁ ତାଙ୍କ ଶ୍ୱଶୁର ଘରେ ପଶିଥିଲେ ଓ ତାଙ୍କ ସ୍ତ୍ରୀଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ମମତା ଶୋଇଥିବା ବେଳେ ରସିକ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ଛାତି ଓ ପିଠିରେ ଏକାଧିକ ଆଘାତ ଲାଗିଛି। ତାଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।



from Odisha Reporter https://ift.tt/2HoULIy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages