
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ରାଜ୍ୟ ଉପସଭାପତି ସୁବାସ ଚୌହ୍ୱାନ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି। ଟିକେଟ ବଣ୍ଟନକୁ ନେଇ ସୁବାସ ଅସନ୍ତୁଷ୍ଟ ଥିଲେ। ବରଗଡ଼ ଲୋକସଭା ଆସନରୁ ବରିଷ୍ଠ ବିଜେପି ନେତା ସୁବାସଙ୍କ ଟିକେଟ୍ କଟିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।
ସେ ଗତଥର ବିଜେପି ଟିକେଟ୍ରେ ବରଗଡ଼ ଲୋକସଭା ଆସନରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। ଏଥର ଟିକେଟ୍ କାଟିଦେବା ପରେ ଏହାକୁ ନେଇ ଜନସାଧାରଣଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ବୋଲି ସେ ସୋଶାଲ୍ ମିଡିଆରେ ଲେଖିଥିଲେ। ତେବେ ସଂଗଠନରେ ଅଛି, ରହିବି ଏବଂ ଲୋକଙ୍କ ସେବା କରିବି ବୋଲି ସେ ଉଲ୍ଲେଖ କରିଥିଲେ। ଏଥିସହ ସେ ନିର୍ବାଚନ ଲଢିବେନି ବୋଲି ମଧ୍ୟ ସ୍ପଷ୍ଟ କରିଥିଲେ।
ସୂଚନାଯୋଗ୍ୟ, ସୁବାସ ଚୌହ୍ୱାନ ବିଜେଡ଼ିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି।
from Odisha Reporter https://ift.tt/2HSY6yT
No comments:
Post a Comment