ମୋ ଟଙ୍କା ନିଅ, ଜେଟ୍‌ ଏୟାରୱେଜ୍‌ ବଞ୍ଚାଅ:ମାଲ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ମୋ ଟଙ୍କା ନିଅ, ଜେଟ୍‌ ଏୟାରୱେଜ୍‌ ବଞ୍ଚାଅ:ମାଲ୍ୟା

ଲଣ୍ଡନ୍: ଜେଟ୍‌ ଏୟାରୱେଜ୍‌ରୁ ନରେଶ ଗୋୟଲ ବିଦାୟ ନେବାପରେ ମଦ ସମ୍ରାଟ ବିଜୟ ମାଲ୍ୟା ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମାନଙ୍କୁ ଅନୁରୋଧ କରିଛନ୍ତି, ମୋ ଟଙ୍କା ନେଇ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଏହି କମ୍ପାନୀକୁ ବଞ୍ଚାଅ। ଗୋୟଲ ଏବଂ ତାଙ୍କ ପତ୍ନୀ ଅନୀତା ସୋମବାର ଦିନ ହିଁ କମ୍ପାନୀ ଛାଡ଼ିବା ପରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ୧୫୦୦ କୋଟି ନିବେଶ କରି ଏହି କମ୍ପାନୀକୁ ଆର୍ଥିକ ସଙ୍କଟାରୁ ବଞ୍ଚାଇବାକୁ ବାହାରିଛନ୍ତି।

ମାଲ୍ୟା ବିଭିନ୍ନ ଟ୍ୱିଟ୍‌ ଜରିଆରେ କହିଛନ୍ତି, “ଜାଣିକରି ଖୁସି ହେଲି ଯେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଜେଟ୍‌ ଏୟାରୱେଜ୍‌କୁ ଉଦ୍ଧାର କରି ନିଯୁକ୍ତି, ଯୋଗାଯୋଗ ଏବଂ ଉଦ୍ୟୋଗ ବଞ୍ଚାଇ ଦେଇଛନ୍ତି। ଭାବୁଛି ଏମିତି କିଙ୍ଗଫିଶର ପାଇଁ ହୋଇପାରିଥାନ୍ତା।” ସୂଚନାଯୋଗ୍ୟ ଯେ, ମାଲ୍ୟାଙ୍କ ପରିଚାଳିତ କିଙ୍ଗଫିଶର ବିମାନ ଚଳାଚଳ ବ୍ୟବସାୟରେ ମଧ୍ୟ ଅଛି, ଯାହାର ସ୍ଥିତି ସଙ୍କଟାପନ୍ନ ରହିଛି।

ମାଲ୍ୟା ଆହୁରି ମଧ୍ୟ କହିଛି, ମୁଁ ମୋର ସମସ୍ତ ଅସ୍ଥାବର ସମ୍ପତ୍ତି କର୍ଣ୍ଣଟକା ହାଇକୋର୍ଟଙ୍କ ନିକଟରେ ଦାଖଲ କରିସାରିଛି। ସେସବୁ ଟଙ୍କା ବ୍ୟାଙ୍କ ନେଉନାହାନ୍ତି କାହିଁକି। କିଛି ନହେଲେ ବି ଏସବୁ ଜେଟ୍‌ ଏୟାରୱେଜ୍‌ ବଞ୍ଚାଇବାରେ ସହାୟକ ହେବ।

ସେ କହିଛନ୍ତି, କିଙ୍ଗଫିଶରରେ ମୁଁ ୪୦୦୦ କୋଟି ନିବେଶ କରି କମ୍ପାନୀ ଏବଂ କର୍ମଚାରୀଙ୍କୁ ବଞ୍ଚାଇଲି। କିନ୍ତୁ ମୋତେ କିଛି ପରିଚୟ ମିଳିଲାନି, ବରଂ ହଇରାଣ କରାଗଲା। ଭାରତର ପ୍ରମୁଖ ବିମାନ ସେବା, ଶ୍ରେଷ୍ଠ କର୍ମଚାରୀ ଏବଂ ଯୋଗାଯୋଗକୁ ସେହି ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନେ ସାହାଯ୍ୟ କଲେନି।



from Odisha Reporter https://ift.tt/2upOzaC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages