ଏୟାର ଷ୍ଟ୍ରାଇକ୍‌କୁ ପ୍ରଶ୍ନ କରୁଥିବା ଲୋକଙ୍କୁ ବାୟୁସେନା ମୁଖ୍ୟଙ୍କ ଜବାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 4, 2019

ଏୟାର ଷ୍ଟ୍ରାଇକ୍‌କୁ ପ୍ରଶ୍ନ କରୁଥିବା ଲୋକଙ୍କୁ ବାୟୁସେନା ମୁଖ୍ୟଙ୍କ ଜବାବ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟ୍‌ରେ ଏୟାର ଷ୍ଟ୍ରାଇକ୍‌ କରିଥିବା ଖବରକୁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈଶ ସ୍ୱୀକାର କରିଛି। ହେଲେ ଆମ ଦେଶର କିଛି ରାଜନେତା ଏୟାର ଷ୍ଟ୍ରାଇକ୍‌ର ସତ୍ୟତା ନେଇ ପ୍ରଶ୍ନ ଉଠାଇଛନ୍ତି। ଏଭଳି ଲୋକଙ୍କୁ ଆଜି ବାୟୁସେନା ମୁଖ୍ୟ ମାର୍ଶାଲ ବିଏସ୍‌ ଧନୱା ଜବାବ ଦେଇଛନ୍ତି।

ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “ବାୟୁସେନାକୁ ଦିଆଯାଇଥିବା ଟାର୍ଗେଟକୁ ଧ୍ୱଂସ କରି ଦିଆଯାଏ। ଏଥିରେ କେତେ କିଏ ପ୍ରାଣ ହରାନ୍ତି, ତାହା ବାୟୁସେନା ଗଣେ ନାହିଁ। ବାଲାକୋଟ୍‌ ସ୍ଥିତ ଜୈଶ କ୍ୟାମ୍ପ ଉପରେ ହମ୍‌ଲା କରିବାକୁ ଆମକୁ ଦାୟିତ୍ୱ ଦିଆଯାଇଥିଲା। ଆମେ ମିରାଜ୍‌-୨୦୦୦ ଦ୍ୱାରା ଏହାକୁ ଧ୍ୱଂସ କରି ଦେଇଛୁ।

ଆମେ ଯଦି କେବଳ ଗଛ ଗୁଡ଼ିକ ଉପରେ ବୋମା ମାଡ଼ କରିଥିଲୁ, ତା’ହେଲେ ଏୟାର ଷ୍ଟ୍ରାଇକ୍‌ର ପରଦିନ ପାକିସ୍ତାନ କାହିଁକି ଆମ ଉପରେ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା? ବାୟୁସେନାକୁ ଯେଉଁ ଟାର୍ଗେଟ ଦିଆଯାଇଥିଲା, ତାହାକୁ ସଫଳତାର ସହ କରାଯାଇଛି। ବାୟୁସେନା ମୃତାହତଙ୍କ ସଂଖ୍ୟା ଗଣେନାହିଁ। ସରକାର ଏ ଉପରେ ସମସ୍ତଙ୍କୁ ଅବଗତ କରାଇବେ। ତେଣୁ ଏୟାର ଷ୍ଟ୍ରାଇକ୍‌କୁ ନେଇ ରାଜନୀତି ନ କରାଯାଉ।”

ଏକ ପ୍ରଶ୍ନର ଉତ୍ତର ଦେଇ ବାୟୁସେନା ମୁଖ୍ୟ କହିଛନ୍ତି, “ମିଗ୍‌-୨୧ ଯୁଦ୍ଧ ବିମାନକୁ ଆବଶ୍ୟକତା ଅନୁଯାୟୀ ଅପଗ୍ରେଡ୍ କରାଯାଇଛି। ଏହା ଶତ୍ରୁ ପକ୍ଷରୁ ସବୁ ବିମାନକୁ ଧ୍ୱଂସ କରିବାର କ୍ଷମତା ରଖିଛି। ଏହା ଏୟାରୁ ଟୁ ଏୟାର ଏବଂ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦ୍ୱାରା ମଧ୍ୟ ଆକ୍ରମଣ କରିପାରିବ।

ଅପରେସନ୍‌ ଯଦି ଯୋଜନାବଦ୍ଧ ଭାବେ କରାଯାଏ, ତା’ହେଲେ ତଦ୍‌ନୁଯାୟୀ ଯୁଦ୍ଧ ବିମାନ ବ୍ୟବହାର କରାଯାଏ। ହେଲେ ଯଦି ଶତ୍ରୁ ପକ୍ଷ ଅଚାନକ ଆକ୍ରମଣ କରନ୍ତି, ତା’ହେଲେ ସେହି ସମୟରେ ଯେଉଁ ଯୁଦ୍ଧ ବିମାନ ଉପଲବ୍ଧ ଥିବ, ସେଥିରେ ହିଁ ଜବାବ ଦିଆଯାଏ। ଭାରତୀୟ ବାୟୁସେନାର ସମସ୍ତ ବିମାନ ଶତ୍ରୁ ପକ୍ଷକୁ ମାତ୍ ଦେବାକୁ ସକ୍ଷମ।”

ଭାରତର ଏୟାର ଷ୍ଟ୍ରାଇକ୍‌ରେ ୩୫୦ରୁ ଅଧିକ ଆତଙ୍କବାଦୀ ପ୍ରାଣ ହରାଇଥିବା କୁହାଯାଉଥିଲା। ତେବେ ଏହାକୁ ନେଇ ବିରୋଧୀ ଦଳର କିଛି ନେତା ପ୍ରଶ୍ନ ଉଠାଇବା ସହ ସରକାର ଏୟାର ଷ୍ଟ୍ରାଇକ୍‌ର ସଫଳତାର ପ୍ରମାଣ ଦିଅନ୍ତୁ ବୋଲି ଦାବି କରିଥିଲେ।



from Odisha Reporter https://ift.tt/2tPDWh2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages