ରୋଟାରୀ କର୍ପୋରେଟ୍ କୁଇଜ ପ୍ରତିଯୋଗିତାରେ ନାଲକୋ ଚାମ୍ପିୟନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 4, 2019

ରୋଟାରୀ କର୍ପୋରେଟ୍ କୁଇଜ ପ୍ରତିଯୋଗିତାରେ ନାଲକୋ ଚାମ୍ପିୟନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଥିବା ନିର୍ମାଣ, ସଫ୍ଟୱେର, ମାର୍କେଟିଙ୍ଗ୍, ଶିକ୍ଷାନୁଷ୍ଠାନ, ଅଣୁ, କ୍ଷୁଦ୍ର ଏବଂ ଲଘୁ ଉଦ୍ୟୋଗ, ଷ୍ଟାର୍ଟ ଅପ୍, ସେବା ପ୍ରଦାନକାରୀ ସଂସ୍ଥା ମାନଙ୍କର ତିନି ସଦସ୍ୟ ବିଶିଷ୍ଟ ଗୋଟିଏ ଲେଖାଏ ଦଳକୁ ନେଇ ଚଳିତ ବର୍ଷ ରୋଟାରୀ ଭୁବନେଶ୍ୱର କର୍ପୋରେଟ୍ କୁଇଜ ପ୍ରତିଯୋଗିତାର ସପ୍ତମ ସଂସ୍କରଣ ଆୟୋଜନ କରାଯାଇଥିଲା। ଏଥିରେ ନାଲକୋ ଚାମ୍ପିୟନ ହୋଇଛି। ପ୍ରତିଯୋଗିତାଟିର ଦୁଇଟି ଉଦ୍ଦେଶ୍ୟ ଥିଲା- ଯୁବ ପେସାଦାରମାନଙ୍କର ଦକ୍ଷତା ବୃଦ୍ଧି କରିବା ସହିତ ଜନମାନସରେ ସେମାନଙ୍କର ସଂସ୍ଥାକୁ ଏକ ନୂତନ ପରିଚୟ ପ୍ରଦାନ କରିବାରେ ସାହାଯ୍ୟ କରିବା ଏବଂ ଏହି ପ୍ରତିଯୋଗିତା ମାଧ୍ୟମରେ ଉପାର୍ଜିତ ହେଉଥିବା ଅର୍ଥ ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱରକୁ ଗୋଷ୍ଠୀ ସେବା ପ୍ରକଳ୍ପ କାର୍ଯ୍ୟ ସମ୍ପାଦନରେ ସହାୟତା ପ୍ରଦାନ କରିବା।

ଦ୍ୱିସ୍ତରୀୟ ଏହି ପ୍ରତିଯୋଗିତାରେ ୧୫ ଟି ସଂସ୍ଥାର ୧୫ ଗୋଟି ଦଳ ଅଂଶଗ୍ରହଣ କରିଥିଲେ। ଓଡିଶା ସରକାର ଉଦ୍ୟମିତାକୁ ପ୍ରୋତ୍ସାହନ ଦେବା ପରିପ୍ରେକ୍ଷୀରେ କିଛି ଷ୍ଟାର୍ଟ ଅପ୍ ଗୁଡିକର ପ୍ରାୟୋଜିତ ଦଳ ଏହି ପ୍ରତିଯୋଗିତାରେ ପ୍ରବେଶ ଶୁଳ୍କ ପ୍ରଦାନ କରି ଅଂଶଗ୍ରହଣ କରିଥିଲେ। କୁଇଜ ମାଷ୍ଟରଙ୍କ ପ୍ରଶ୍ନର ଲିଖିତ ଉତ୍ତର ପ୍ରଦାନ ପୂର୍ବକ ପ୍ରଥମ ପର୍ଯ୍ୟାୟ ସମାପନ ହୋଇଥିଲା ଏବଂ ସେଥିମଧ୍ୟରୁ ୬ ଗୋଟି ଶ୍ରେଷ୍ଠ ଦଳ ଫାଇନାଲ ନିମନ୍ତେ ମନୋନୀତ ହୋଇଥିଲେ। କଲିକତା ନିବାସୀ ଜଣାଶୁଣା କୁଇଜ ମାଷ୍ଟର ଗୌତମ ବୋଷ୍ ଏହି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ ଯେଉଁଠାରେ କର୍ପୋରେଟ୍ ଜ୍ଞାନ, ସାଧାରଣ ଜ୍ଞାନ,ବିତ୍ତୀୟ ବଜାର ସମ୍ବନ୍ଧୀୟ ଜ୍ଞାନ ସମ୍ବନ୍ଧିତ ପ୍ରଶ୍ନ ପଚରାଯାଇଥିଲା। ଏହି ପ୍ରତିଯୋଗିତାରେ ଅଡିଓ ପର୍ଯ୍ୟାୟ, ଦୃଶ୍ୟ ପର୍ଯ୍ୟାୟ, ସମୟ ଅନୁବନ୍ଧିତ ପ୍ରଶ୍ନ ଏବଂ ବଜର ପର୍ଯ୍ୟାୟକୁ ସାମିଲ କରାଯାଇଥିଲା।

ପରିଶେଷରେ ନାଲକୋ ଏହି ପ୍ରତିଯୋଗିତାର ବିଜେତା ଦଳ ହିସାବରେ ଟ୍ରଫି ସହିତ ୩୦,୦୦୦ ଟଙ୍କାର ପୁରସ୍କାର ରାଶି ହାସଲ କରିଥିବା ବେଳେ ଇଫକୋ ଓ ଏସଟିପିଆଇ ପ୍ରଥମ ଏବଂ ଦ୍ୱିତୀୟ ରନର୍ସଅପ୍ ହେବା ସହିତ ଟ୍ରଫି ଓ ଯଥାକ୍ରମେ ୨୦,୦୦୦ ଏବଂ ୧୫,୦୦୦ ଟଙ୍କାର ପୁରସ୍କାର ରାଶି ହାସଲ କରିଥିଲେ।

ସଭା ପ୍ରାରମ୍ଭରେ ରୋଟାରୀର ପୂର୍ବତନ ରାଜ୍ୟ ରାଜ୍ୟପାଳ ରୋଟାରିଆନ ଡି ଏନ୍ ପାଢ଼ୀ, ରୋଟାରିଆନ ଶିବବ୍ରତ ଦାସ ଏବଂ ନବାଗତ ରାଜ୍ୟ ରାଜ୍ୟପାଳ ରୋଟାରିଆନ ଦେବାଶିଷ ମିଶ୍ର, ରୋଟାରିଆନ ସୌମ୍ୟରଞ୍ଜନ ମିଶ୍ର, ରୋଟାରିଆନ ଶାନ୍ତନୁ ପାଣି ଓ ଅନ୍ୟ ମାନ୍ୟଗଣ୍ୟ ଅତିଥିମାନଙ୍କ ସଦୟ ଉପସ୍ଥିତିରେ ରୋଟାରୀ ଜିଲ୍ଲା ୩୨୬୨ ର ରାଜ୍ୟ ରାଜ୍ୟପାଳ ରୋଟାରିଆନ ଭବାନୀ ପ୍ରସାଦ ଚୌଧୁରୀ ଏହି ପ୍ରତିଯୋଗିତାର ଶୁଭ ଉଦଘାଟନ କରିଥିଲେ। ଉଦଘାଟନୀ ସମାରୋହରେ ରୋଟାରିଆନ ତନ୍ମୟ ମହାନ୍ତି ଉପସ୍ଥିତ ଥିବା ବେଳେ ଏହି ପ୍ରତିଯୋଗିତାର ସଭାଧ୍ୟକ୍ଷ ପି ଭେନୁଗୋପାଳ ରାଓ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ବନ୍ଧରେ ଆଲୋକପାତ କରିଥିବା ବେଳେ କ୍ଲବ୍ ର ସମ୍ପାଦକ ବିଜୟ ଦାଶ ଧନ୍ୟବାଦ ଜ୍ଞାପନ କରିଥିଲେ।

ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର, କର୍ପୋରେଟ୍ କୁଇଜ ପରି ଏକ ପ୍ରତିଯୋଗିତା ଆୟୋଜନ କରି ଏକ ନୂତନ ଅଧ୍ୟାୟର ସୂତ୍ରପାତ କରିଛି। ଯଦିଓ ରାଜ୍ୟରେ ଥିବା ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନେକ କୁଇଜ ପ୍ରତିଯୋଗିତା ଆୟୋଜନ କରାଯାଉଛି, ତଥାପି ଯୁବଗୋଷ୍ଠୀ ଓ ଔଦ୍ୟୋଗିକ ପ୍ରବନ୍ଧକ, ନେତା, ଶିକ୍ଷକ, ପେସାଦାର କାର୍ଯ୍ୟକର୍ତ୍ତା, କର୍ପୋରେଟ୍ ଜଗତର ଉଦ୍ୟୋଗକାରୀ ଏବଂ ବ୍ୟବସାୟ ପ୍ରତିଷ୍ଠାନଗୁଡିକ ନିମନ୍ତେ ଅନୁରୂପ ପ୍ରତିଯୋଗିତା ଆୟୋଜନ କରାଯାଉନାହିଁ। ସେମାନଙ୍କର ଗଭୀର ଜ୍ଞାନ ଓ ପାରଦର୍ଶିତାକୁ ପ୍ରତିପାଦିତ କରିବା ପାଇଁ ସେପରି କୌଣସି ମଞ୍ଚ ସେମାନଙ୍କୁ ମିଳି ପାରୁ ନାହିଁ। ରୋଟାରୀ ଭୁବନେଶ୍ୱର ଏପରି ପ୍ରତିଯୋଗିତା ଆୟୋଜନ କରି ସେମାନଙ୍କର ଦକ୍ଷତା ପ୍ରତିପାଦନ ନିମନ୍ତେ ଏକ ଉତ୍କୃଷ୍ଟ ମଞ୍ଚ ପ୍ରଦାନ କରୁଛି ।



from Odisha Reporter https://ift.tt/2XwaJ8t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages