
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଯଦି ସୁଯୋଗ ମିଳେ ତେବେ ପ୍ରଖ୍ୟାତ ଅର୍ଥନୀତିଜ୍ଞ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ପୁଣି ଭାରତ ଫେରିବେ। ହୁଏତ ରଘୁରାମ ରାଜନ ଭାରତର ଆଗାମୀ ଅର୍ଥମନ୍ତ୍ରୀ ହେବାର ଚର୍ଚ୍ଚା ହେଉଥିବା ବେଳେ ରାଜନ କହିଛନ୍ତି ମୁଁ ଯଦି ମୋ ଦେଶ ପାଇଁ କିଛି ବି ସେବା କରିବା ପାଇଁ ସୁଯୋଗ ପାଏ ତେବେ ତାହା କରିବି।
ସେ କହିଛନ୍ତି, ବର୍ତ୍ତମାନ ମୁଁ ଯେଉଁଠାରେ ଅଛି ଭଲରେ ଅଛି। କିନ୍ତୁ ଯଦି ମୁଁ କୌଣସି ସୁଯୋଗ ପାଏ ଏବଂ ମୋତେ କେଉଁଠାରେ ସେବା କରିବା ପାଇଁ ସୁଯୋଗ ମିଳେ, ତେବେ ମୁଁ ସେଠାରେ ନିଜକୁ ନିୟୋଯିତ କରିବି।
କିନ୍ତୁ ସେ କେଉଁ ସ୍ଥାନ କଥା କହୁଛନ୍ତି ସେ ବାବଦରେ କିଛି ସ୍ପଷ୍ଟ କରିନାହାନ୍ତି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ରାଜନଙ୍କର ନୂତନ ପୁସ୍ତକ ‘ଦି ଥାର୍ଡ ପିଲାର’ ଉନ୍ମୋଚନ ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ସେ ଏହା କହିଛନ୍ତି।
ସୂଚନାଯୋଗ୍ୟ ରଘୁରାମ ରାଜନ ୨୦୧୩ ସେପ୍ଟେମ୍ବରରୁ ୨୦୧୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଭାରତୀୟ ରିଜର୍ଭ ବ୍ୟାଙ୍କର ୨୩ତମ ଗଭର୍ଣ୍ଣର ଭାବେ ଦାୟିତ୍ୱ ତୁଲାଇଥିଲେ।
from Odisha Reporter https://ift.tt/2TYqgzO
No comments:
Post a Comment