ଆଜଲାନ ଶାହ କପ୍: ମନଦୀପଙ୍କ ହ୍ୟାଟ୍ରିକ, ଭାରତର ତୃତୀୟ ବିଜୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 27, 2019

ଆଜଲାନ ଶାହ କପ୍: ମନଦୀପଙ୍କ ହ୍ୟାଟ୍ରିକ, ଭାରତର ତୃତୀୟ ବିଜୟ

ଇପୋ (ମ୍ୟାଲେସିୟା): ମନଦୀପ ସିଂହ ହ୍ୟାଟ୍ରିକ ଗୋଲକୁ ଆଧାର କରି ଭାରତ ଏଠାରେ ଅନୁଷ୍ଠିତ ସୁଲତାନ ଆଜଲାନ ଶାହ କପ ହକି ଟୁର୍ଣ୍ଣାମେଣ୍ଟର ଏକ ମ୍ୟାଚରେ କ୍ୟାନାଡାକୁ ୭-୩ ଗୋଲରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନକୁ ଉଠିବା ସହ ଫାଇନାଲ ପ୍ରବେଶ ସୁନିଶ୍ଚିତ କରିଛି। ଏହା ପୂର୍ବରୁ ମଙ୍ଗଳବାର ଭାରତ ୪-୨ ଗୋଲରେ ଆୟୋଜକ ମାଲେସିୟାକୁ ପରାସ୍ତ କରିଥିଲା।

ବୁଧବାର ଖେଳାଯାଇଥିବା ମ୍ୟାଚରେ ଭାରତ ପକ୍ଷରୁ ମନଦୀପ ହ୍ୟାଟ୍ରିକ (୨୦ତମ, ୨୭ତମ, ୨୯ତମ) ଗୋଲ ଦେଇଥିବା ବେଳେ ବରୁନ କୁମାର (୧୨ତମ), ଅମିତ ରୋହିଦାସ (୩୯ତମ), ବିବେକ ପ୍ରସାଦ (୫୫ତମ) ଓ ନୀଳକଣ୍ଠ ଶର୍ମା (୫୮ତମ) ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। କ୍ୟାନାଡା ପକ୍ଷରୁ ମାର୍କ ପିଅର୍ସନ (୩୫ତମ), ଫିନ୍ ବୁଥରୋଡି (୫୦ତମ) ଓ ଜେମ୍ସ ୱାଲେସ (୫୭ତମ) ଗୋଟିଏ ଲେଖାଏ ଗୋଲ ଦେଇଥିଲେ।

ଉକ୍ତ ମ୍ୟାଚର ପ୍ରଥମାର୍ଦ୍ଧ ଭାରତ ନିୟନ୍ତ୍ରଣରେ ରହିଥିଲା। ପ୍ରଥମ କ୍ୱାର୍ଟରରେ ଭାରତ ଗୋଟିଏ ଗୋଲ୍ ଦେଇ ଆଗୁଆ ହୋଇଥିଲା। ଦ୍ୱିତୀୟ କ୍ୱାର୍ଟରରେ ଭାରତ ତିନୋଟି ଗୋଲ ଦେଇ ବଡ଼ ଅଗ୍ରଣୀ ହାସଲ କରିଥିଲା। ପ୍ରଥମ କ୍ୱାର୍ଟରର ଦ୍ୱାଦଶ ମିନିଟରେ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ବରୁନ କୁମାର ଭାରତ ପାଇଁ ଖାତା ଖୋଲିଥିଲେ।

୨୦ତମ ମିନିଟରେ ମନଦୀପ ସୁମିତ କୁମାରଙ୍କଠାରୁ ପାସ ପାଇ ଭାରତ ପାଇଁ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ଏହା ପରେ ମନଦୀପ ନିଜର ଦବଦବା ଜାରି ଲଗାତାର ଦୁଇଟି ଫିଲ୍ଡ ଗୋଲ କରି ଭାରତର ସ୍କୋରକୁ ୪-୦ରେ ପହଞ୍ଚାଇଥିଲେ। ଏଥିସହ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଭାରତ ୪-୦ ଗୋଲରେ ଆଗୁଆ ହୋଇଥିଲା। ତେବେ ତୃତୀୟ କ୍ୱାର୍ଟରରେ କ୍ୟାନାଡା ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା। ୩୫ତମ ମିନିଟରେ କ୍ୟାନାଡାକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା, ଯାହାକୁ ମାର୍କ ପିଅର୍ସନ ଗୋଲରେ ପରିଣତ କରିଥିଲେ।

କିନ୍ତୁ ଚାରି ମିନିଟ୍ ପରେ ଓଡ଼ିଆ ତାରକା ଅମିତ ରୋହିଦାସ ପେନାଲ୍ଟି କର୍ଣ୍ଣର ଗୋଲ ଦେଇ ଭାରତକୁ ୫-୧ରେ ଆଗୁଆ କରାଇଥିଲେ। ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟରରେ ଉଭୟ ଭାରତ ଓ କ୍ୟାନାଡା ଦୁଇଟି ଲେଖାଏ ଗୋଲ ଦେଇଥିଲେ। କ୍ୟାନାଡା ପକ୍ଷରୁ ଫିନ ବୁଥରୋଡି ୫୦ତମ ଓ ଜେମ୍ସ ୱାଲେସ ୫୭ତମ ମିନିଟ୍ରେ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। କିନ୍ତୁ ବିବେକ ସାଗର ୫୫ତମ ଓ ନୀଳକଣ୍ଠ ଶର୍ମା ୫୮ତମ ମିନିଟରେ ଗୋଲ ଦେଇ ଭାରତକୁ ଏକତରଫା ବିଜୟ ଦେଇଥିଲେ। ଆସନ୍ତା ୨୯ ତାରିଖରେ ଭାରତ ତା’ର ପରବର୍ତ୍ତୀ ମ୍ୟାଚରେ ପୋଲାଣ୍ଡକୁ ଭେଟିବ।



from Odisha Reporter https://ift.tt/2UcFn7Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages