ଧୋକାବାଜ ପ୍ରେମିକ: ନାବାଳିକା ସହ ପ୍ରେମ, କିନ୍ତୁ ଆଉଜଣଙ୍କୁ ବାହା ହେବାକୁ ଯାଉଥିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 1, 2019

ଧୋକାବାଜ ପ୍ରେମିକ: ନାବାଳିକା ସହ ପ୍ରେମ, କିନ୍ତୁ ଆଉଜଣଙ୍କୁ ବାହା ହେବାକୁ ଯାଉଥିଲା

କୋଣାର୍କ(ସଞ୍ଜୟ ପତି): ବାଜୁଛି ଶାହାନାଈ, ଫୁଟୁଛି ବାଣ। ରୋଶଣୀ କରି ବର ବେଶରେ ସଜେଇ ହୋଇ ବାହା ହେବାକୁ ଯାଉଛି ହାପି। ସେପଟେ କନିଆ ବି ସଜବାଜ ହୋଇ ନିଜ ମନର ମଣିଷକୁ କରିଛି ଅପେକ୍ଷା। ଆଉ କେଇ ଘଣ୍ଟା ପରେ ହୋଇଥାନ୍ତା ଉଭୟଙ୍କ ବାହାଘର। ହେଲେ ପୁଲିସ୍‌ ସାଜିଲା ଭିଲେନ୍‌। ରୋଶଣୀ ମଝିରୁ ଉଠାଇ ନେଲା ବରକୁ। ଆଉ ଅଧାରେ ରହିଗଲା ବାହାଘର। ଆଉ ତା’ପରେ ଯାହା ହେଲା ଶୁଣିଲେ ଆପଣଙ୍କ ଅକଲ ଗୁଡୁମ୍‌ ହୋଇଯିବ।

ଅଭିଯୋଗ ଅନୁସାରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ନାନକେରା ଗାଁର ହାପି କାଣ୍ଡି ଜଣ ନାବାଳିକାଙ୍କୁ ଭଲ ପାଉଥିଲେ। ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ଦୁଇ ବର୍ଷ ଧରି ଚାଲିଥିଲା। ନାବାଳିକାଙ୍କ ସରଳତାର ସୁଯୋଗ ନେଇ ହାପି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ବେଳେ ଥରେ ପରିବାର ଲୋକଙ୍କ ହାତରେ ଧରା ପଡ଼ିଯାଇଥିଲେ। ଏହି ମାମଲାକୁ ନେଇ ଗାଁରେ ବସିଥିଲା ସଭା। ନାବାଳିକା ସାବାଳିକା ହେବା ପରେ ବାହାଘର ହେବ ବୋଲି ଉଭୟ ପରିବାର ଓ ଭଦ୍ରଲୋକଙ୍କ ଉପସ୍ଥିତିରେ ଏକ ଚୁକ୍ତି ସ୍ଵାକ୍ଷର ହୋଇଥିଲା।

ହେଲେ ହାପି ଗତ ୨୫ ତାରିଖରେ କୋଣାର୍କ ଥାନା ଅନ୍ତର୍ଗତ ଚିତ୍ରେଶ୍ଵରୀ ଗାଁର ଜଣେ ଯୁବତୀଙ୍କୁ ନୋଟାରୀରେ ବିବାହ କରିଥିଲେ। ଗତକାଲି ରାତି ବୈଦିକ ରୀତିନୀତିରେ ବାହା ହେବା ପାଇଁ ସେହି ଯୁବତୀଙ୍କର ଘରକୁ ବର ବେଶରେ ଯାଉଥିଲେ। ଡିଜେର ତାଳେ ତାଳେ ବାଣ ଓ ରୋଶଣୀ ଫୁଟାଇ ହାପି ବିବାହ କରିବାକୁ ଯାଉଥିଲେ। ପଲାବସ୍ତଠାରେ ପୁଲିସ ହାପି ଓ ତାର ବାପା ନବଘନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ନାବାଳିକାଙ୍କ ପରିବାର ଅଭିଯୋଗରେ ପୁଲିସ ସେମାନଙ୍କୁ ଗିରଫ କରିଥିବା ଜଣାପଡ଼ିଛି।



from Odisha Reporter https://ift.tt/2EpL4oW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages