ଗାଳ୍ପିକା ସୁସ୍ମିତା ବାଗ୍‌ଚୀ ପାଇବେ ଚଳିତ ବର୍ଷର ‘ତୀରତରଙ୍ଗ ପୁରସ୍କାର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 1, 2019

ଗାଳ୍ପିକା ସୁସ୍ମିତା ବାଗ୍‌ଚୀ ପାଇବେ ଚଳିତ ବର୍ଷର ‘ତୀରତରଙ୍ଗ ପୁରସ୍କାର’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାହିତ୍ୟ ଓ ଫିଚର୍‌ ପତ୍ରିକା ତଥା ଅଗ୍ରଣୀ ପ୍ରକାଶନୀ ସଂସ୍ଥା ‘ତୀରତରଙ୍ଗ’ ପକ୍ଷରୁ ଚଳିତ ବର୍ଷର ‘ତୀରତରଙ୍ଗ ପୁରସ୍କାର’ ଓ ପ୍ରଥମ ‘ବେଦ ବିଦ୍ୱାନ ସମ୍ମାନ’ ଘୋଷଣା କରାଯାଇଛି। ଆସନ୍ତା ମାସ ୮ ତାରିଖରେ ଜୟଦେବ ଭବନରେ ପତ୍ରିକାର ୨୨ତମ ସ୍ୱନକ୍ଷେତ୍ର ଉତ୍ସବରେ ଏହିସବୁ ପୁରସ୍କାର ପ୍ରଦାନ କରାଯିବା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ, ପୁରୀ ସସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ଡ. ରାଧାମାଧବ ଦାସ ଓ ବିଶିଷ୍ଟ ସାହିତ୍ୟିକ ଗୌରହରି ଦାସ ଯୋଗ ଦେବେ। ଏହାସହ ଡ. ବିଜୟାନନ୍ଦ ସିଂହ ଉତ୍ସବର ସଭାପତିତ୍ୱ କରିବେ।

‘ତୀରତରଙ୍ଗ ପୁରସ୍କାର’ ପାଇବାକୁ ଯାଉଥିବା ବ୍ୟକ୍ତିମାନେ ହେଲେ ବିଶିଷ୍ଟ ବେଦବିତ୍‌ ଇଂ ପ୍ରିୟବ୍ରତ ଦାସ, ବୈଦିକ ବିଦ୍ୱାନ ଇଂ ବ୍ରଜବନ୍ଧୁ ପଣ୍ଡା ଏବଂ ପ୍ରଫେସର୍‌ ଡ. ବିକାଶ ପଣ୍ଡାଙ୍କୁ  ମିଳିବ ପ୍ରଥମ ବେଦ ବିଦ୍ୱାନ ସମ୍ମାନ। ତା ସହିତ ସାମଗ୍ରିକ କୃତି ପାଇଁ ଚଳିତବର୍ଷ ଗାଳ୍ପିକା ସୁସ୍ମିତା ବାଗ୍‌ଚୀଙ୍କୁ ‘ତୀରତରଙ୍ଗ ପୁରସ୍କାର’ ପ୍ରଦାନ କରାଯିବ। ସେହିପରି ଗଳ୍ପ ପାଇଁ ରବି ପଣ୍ଡା, ଗୀତିକବିତା ପାଇଁ ଧନଞ୍ଜୟ ସ୍ୱାଇଁ, ଫିଚର୍ ପାଇଁ ବିଘ୍ନେଶ୍ୱର ସାହୁ, ସମ୍ପାଦନା ପାଇଁ ଅମିୟ ପାଣ୍ଡବ, କବିତା ପାଇଁ ସୁଶାନ୍ତ କୁମାର ନାୟକ ଏବଂ ଯୁବଗାଳ୍ପିକ ଭାବେ ସାମ୍ୱାଦିକ ଚିତ୍ତରଞ୍ଜନ ଚିରଞ୍ଜିତ ଓ ପୃଷ୍ଠପୋଷକତା ପାଇଁ ସଞ୍ଜୟ ମିଶ୍ରଙ୍କୁ ‘ତୀରତରଙ୍ଗ ସମ୍ମାନ ୨୦୧୯’ ପ୍ରଦାନ କରାଯିବ।

ଏହି ଅବସରରେ ଇଂ ବ୍ରଜବନ୍ଧୁ ପଣ୍ଡାଙ୍କ ରଚିତ ଗ୍ରନ୍ଥ ‘ବୈଦିକ ବନ୍ଦନ’ ଓ ବନ୍ଦନା ମିଶ୍ରଙ୍କ ଗଳ୍ପ ସଙ୍କଳନ ‘ଏକା ଏକା ଜୀବନ’ ଲୋକାର୍ପିତ ହେବାର କାର୍ଯ୍ୟକ୍ରମ ରହିଛି।



from Odisha Reporter https://ift.tt/2C1yyMi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages