ବିଜେପିରେ ମିଶିଲେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 14, 2019

ବିଜେପିରେ ମିଶିଲେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ

dama

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ବିଜେପିରେ ଯୋଗଦେଲେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଓଡ଼ିଶା ପ୍ରଭାରୀ ଅରୁଣ ସିଂ ଓ କେଭି ସିଂଦେଓଙ୍କ ଉପସ୍ଥିତିରେ ସେ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ମିଶିଛନ୍ତି।

ବିଜେପିରେ ଯୋଗ ଦେବା ପରେ ସେ କହିଛନ୍ତି,“ଓଡ଼ିଶାର ସ୍ୱାର୍ଥ ଓ ମୋଦିଙ୍କ ନେତୃତ୍ୱରେ ଆକର୍ଷିତ ହୋଇ ମୁଁ ବିଜେପିରେ ଯୋଗ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ନେତୃତ୍ୱରେ ଓଡ଼ିଶା ସଠିକ୍ ଦିଗରେ ଆଗେଇ ପାରିବ। ମୁଁ ଦଳରେ ଜଣେ କର୍ମୀ ଭାବେ ବିଜେପି ପାଇଁ ମନପ୍ରାଣ ଦେଇ କାର୍ଯ୍ୟ କରିବି।”

ସେ ଆହୁରି କହିଛନ୍ତି,“ଅନେକ ମାନସିକ ତର୍ଜମା ପରେ ମୁଁ ବିଜେପିରେ ଯୋଗଦେଇଛି। ୩୫ ବର୍ଷ ହେଲା ମୁଁ ବିଧାୟକ ଓ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛି। ସରକାରଙ୍କ ବିଭିନ୍ନ ୨୦ଟି ବିଭାଗରେ ମନ୍ତ୍ରୀ ରହିଛି। ମୁଁ ବିଜୁ ବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇଆସିଛି। ୨୦ ବର୍ଷ କାଳ ମୁଁ ବିଜୁ ବାବୁଙ୍କ ସହଯୋଗୀ ରହିଛି।”

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରି ଦାମ କହିଛନ୍ତି,“ନବୀନ ପଟ୍ଟନାୟକଙ୍କ ପ୍ରକୃତି ବିଜୁ ବାବୁଙ୍କ ଠିକ୍‌ ବିପରୀତ। ସେ ଓଡ଼ିଶା ଲୋକଙ୍କୁ ଭଲ ପାଆନ୍ତି ନାହିଁ। ଓଡ଼ିଆ କୁହନ୍ତି ନାହିଁ। ନବୀନ ଦୁର୍ନୀତିକୁ ପ୍ରଶ୍ରୟ ଦିଅନ୍ତି, ଦୁର୍ନୀତିଗ୍ରସ୍ତଙ୍କୁ ସୁରକ୍ଷା ଦିଅନ୍ତି।”

ସେ କହିଛନ୍ତି,“ଚାରା ଦୁର୍ନୀତି ନେଇ ନବୀନଙ୍କ ପାଖରେ ଅଭିଯୋଗ କରିଥିଲି। ସେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ମୋତେ କାଢ଼ି ଦେଲେ। ଗଲା ଛଅ ସାତ ମାସ ହେଲାଣି ମୁଁ ସାରା ରାଜ୍ୟରେ ବୁଲି ଲୋକଙ୍କୁ ନବୀନଙ୍କ କଳା ଶାସନ ବିଷୟରେ ଅବଗତ କରାଉଛି। ଯଦି ଲୋକେ କୁଣି ନବୀନଙ୍କୁ ସମର୍ଥନ କରନ୍ତି, ତା’ହେଲେ ରାଜ୍ୟ ବୁଡ଼ିଯିବ। ବିଜେଡିର ୩୭ ଜଣ ନେତା ସିବିଆଇ ନଜରରେ ଅଛନ୍ତି।”

ଦାମ କହିଛନ୍ତି,“ଓଡ଼ିଶାରେ ଚାଷୀଙ୍କୁ ହଇରାଣ କରାଯାଉଛି। ସେମାନେ ଆତ୍ମହତ୍ୟା କରୁଛନ୍ତି। ଓଡ଼ିଶାରେ ନାରୀ ସୁରକ୍ଷିତ ନୁହେଁ। ଜଣେ ସଚେତନ ନାଗରିକ ଭାବେ ମୁଁ କେମିତି ସହ୍ୟ କରିବି।”

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,“ଦାମ ବାବୁଙ୍କୁ ଆମେ ସମସ୍ତେ ଦଳକୁ ସ୍ୱାଗତ କରୁଛୁ। ସେ ହେଉଛନ୍ତି ବିଜୁ ବାବୁଙ୍କ ଆଦର୍ଶରେ ଚାଲୁଥିବା ନେତା। ସେ ସବୁ ବେଳେ ଆଦିବାସୀ ଓ ପଛୁଆ ବର୍ଗର ଲୋକଙ୍କ ଉନ୍ନତି ଚାହିଁଛନ୍ତି।”

 

 



from Odisha Reporter https://ift.tt/2HjlmGH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages