ଚୀନ୍‌ ଦ୍ରବ୍ୟ ବ୍ୟବହାର ନ କରିବାକୁ ସୋଶାଲ୍‌ ମିଡିଆରେ ବଢ଼ିଲା ଦାବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 14, 2019

ଚୀନ୍‌ ଦ୍ରବ୍ୟ ବ୍ୟବହାର ନ କରିବାକୁ ସୋଶାଲ୍‌ ମିଡିଆରେ ବଢ଼ିଲା ଦାବି

ନୂଆଦିଲ୍ଲୀ: ପାକିସ୍ତାନର ବନ୍ଧୁ ଚୀନ୍‌ କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାର ସମର୍ଥନ କରିଥିବାରୁ ଏବେ ଭାରତରେ ବେଜିଂ ବିରୋଧରେ ଜନମତ ପ୍ରକାଶ ପାଇଛି। ଭାରତରେ ପ୍ରଚଳିତ ହେଉଥିବା ସମସ୍ତ ଚୀନ୍‌ ଦ୍ରବ୍ୟକୁ ବୟକଟ୍‌ କରିବାକୁ ବିଭିନ୍ନ ସୋଶାଲ୍‌ ମିଡିଆ ବ୍ୟବହାରକାରୀ ଅଭିଯାନ ଆରମ୍ଭ କରିଛନ୍ତି।

ଆମେରିକା, ଫ୍ରାନ୍ସ ଓ ବ୍ରିଟେନ୍‌ ମାସୁଦ ଆଝାରକୁ ଆତଙ୍କୀ ଘୋଷଣା କରିବାକୁ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରସ୍ତାବ ଆଗତ କରିଥିଲେ। ହେଲେ ଚୀନ୍‌ ମାସୁଦକୁ ଅହେତକୁ ଅନୁକମ୍ପା ଦେଖାଇ ଏହି ପ୍ରସ୍ତାବ ଉପରେ ରୋକ ଲଗାଇ ଦେଇଛି। ମାସୁଦକୁ ଆତଙ୍କୀ ଘୋଷଣାରେ ଚୀନ୍‌ ଏଭଳି ପ୍ରଥମଥର ପାଇଁ ପ୍ରତିବନ୍ଧକ ସାଜିନାହିଁ। ପୂର୍ବରୁ ମଧ୍ୟ ୩ଥର ଚୀନ୍‌ ଜାତିସଂଘ ସୁରକ୍ଷା ପରିଷଦରେ ମାସୁଦର ସମର୍ଥନ କରିଥିଲା।

ତେବେ ଏହି ଖବର ସାମ୍ନାକୁ ଆସିବା ପରେ ଚୀନ୍‌ ବିରୋଧରେ ଭାରତୀୟଙ୍କ ମନରେ ପ୍ରତିଶୋଧର ନିଆଁ ଜଳିବା ଆରମ୍ଭ ହୋଇଛି। ସୋଶାଲ୍‌ ମିଡିଆରେ ଏକାଧିକ ବ୍ୟବହାରକାରୀ ଚୀନ୍‌ ଦ୍ରବ୍ୟକୁ ବୟକଟ୍‌ କରିବା ସହ BoycottChina, #ChinaBacksTerror and #BoycottChineseProducts ହ୍ୟାଶଟ୍ୟାଗ୍‌ରେ ଏକ ଟ୍ରେଣ୍ଡ ମଧ୍ୟ ଆରମ୍ଭ ହୋଇଛି।

ବର୍ତ୍ତମାନ ଦେଶରେ ଚୀନ୍‌ରେ ନିର୍ମିତ ମୋବାଇଲ୍‌ଠାରୁ ଆରମ୍ଭ କରି ଇଲେକ୍ଟ୍ରିକ୍‌ ସାମଗ୍ରୀ ବିକ୍ରି ହେଉଛି। ଏଥିସହ ଗୁଗୁଲ ପ୍ଲେ ଷ୍ଟୋରରେ ଥିବା ଟପ୍‌ ୧୦୦ଟି ଆପରୁ ୪୦ଟି ଆପ୍‌ ହେଉଛି ଚୀନ୍‌ର। ଏହି ୪୦ଟି ଆପ୍‌କୁ ଲୋକମାନେ ଅଧିକାଂଶରେ ବ୍ୟବହାର କରୁଛନ୍ତି।
କେବଳ ସୋଶାଲ୍‌ ମିଡିଆ ବ୍ୟବହାରକାରୀ ନୁହନ୍ତି, କନଫଡେରେସନ୍‌ ଅଫ୍‌ ଅଲ ଇଣ୍ଡିଆ ଟ୍ରେଡରସ୍‌(ସିଏଆଇଟି) ମଧ୍ୟ ଚୀନ୍‌ ଦ୍ରବ୍ୟର ବ୍ୟବହାର ନ କରିବାକୁ ସମସ୍ତଙ୍କୁ କହିଛି।



from Odisha Reporter https://ift.tt/2HyEbFc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages