କ’ଣ ଚାହାନ୍ତି ବିସ୍ଫୋରକ ଗେଲ୍, ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 3, 2019

କ’ଣ ଚାହାନ୍ତି ବିସ୍ଫୋରକ ଗେଲ୍, ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଦୁବାଇ: ୱେଷ୍ଟଇଣ୍ଡିଜ୍ ଟିମର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ ଗେଲ୍ ସ୍ୱଦେଶରେ ନିଜର ଶେଷ ଦିନିକିଆ ମ୍ୟାଚ୍ ଖେଳିବା ପରେ ଏମିତି କିଛି କଥା କହିଲେ, ଯାହା ଶୁଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ ।

ଇଂଲଣ୍ଡ ବିପକ୍ଷ ଅନ୍ତିମ ଦିନିକିଆରେ ଗେଲ୍ ମାତ୍ର ୨୭ ବଲରେ ୭୭ ରନ୍ର ବିସ୍ଫୋରକ ଇନିଂସ୍ ଖେଳିଥିଲେ । ମ୍ୟାଚ୍ ପରେ ଗେଲ୍ କହିଥିଲେ, ମୁଁ ଯେତେବେଳେ ୬୦ ବର୍ଷର ହୋଇଯିବି, ସେତେବେଳେ ମଧ୍ୟ ବିଶ୍ୱର ସର୍ବଶ୍ରେଷ୍ଠ ବୋଲରଙ୍କ ବିରୋଧରେ ଏଭଳି ଦମଦାର ସହ ବ୍ୟାଟିଂ କରିବାକୁ ଚାହେଁ । କ୍ୟାରିବିୟାନ୍ ମାଟିରେ ଏହା ମୋର ଶେଷ ଦିନିକିଆ ସିରିଜ୍ ।

ମୁଁ ଚଳିତ ସିରିଜରେ କିଭଳି ପ୍ରଦର୍ଶନ କଲି, କେତେ ଛକା ମାରିଛି, ଏହାକୁ ନେଇ ଆଦୌ ଆଶ୍ଚର୍ଯ୍ୟଚକିତ ନୁହେଁ । ଟି-୨୦ରେ ମୁଁ ବହୁତ ଛକା ମାରିଛି, କିନ୍ତୁ ଦିନିକିଆ ସିରିଜରେ ପ୍ରଥମଥର ମୁଁ ୩୯ ବର୍ଷରେ ୩୯ ଛକା ମାରିବାର ବିଶ୍ୱ ରେକର୍ଡ କରିଛି । ୬୦ ବର୍ଷ ବୟସରେ ବି ମୁଁ ଏମିତି ଛକା ବର୍ଷା କରିବା ମୋର ଇଚ୍ଛା । ଏହି ଚିନ୍ତାଧାରା ମୋର କେବେବି ବଦଳିବ ନାହିଁ ବୋଲି ଗେଲ୍ କହିଛନ୍ତି ।



from Odisha Reporter https://ift.tt/2UgV8Yb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages