‘ଭଲ ଭୟ’ର ତାଲିକା ଦେଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 3, 2019

‘ଭଲ ଭୟ’ର ତାଲିକା ଦେଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭ ପ୍ରକାରର ଭୟ ବାବଦରେ କହିଛନ୍ତି। ସେ ଆଜି କହିଛନ୍ତି ଭାରତର ନାନା ସମସ୍ୟାର କାରଣ ହେଉଛି କିଛି ଲୋକ ନିଜ ଦେଶକୁ ଥଟ୍ଟା କରି ଆନନ୍ଦ ନେଉଛନ୍ତି। ସେମାନେ ଆମ ଦେଶକୁ ଦୁର୍ବଳ କରିବାକୁ ପ୍ରୟାସ କରୁଥିଲେ ମଧ୍ୟ ସେମାନଙ୍କ ମନରେ ଭୟ ରହୁନି।

ସେ ଏଭଳି କିଛି ଭୟ ବାବଦରେ କହିଥିଲେ, ଯାହାକି ଆମ ଦେଶ ପାଇଁ ଭଲ। ସେ କହିଥିଲେ, ଭାରତ ଆଜି ସ୍ୱୟଂସମ୍ପୂର୍ଣ୍ଣ। ଏହି ଦେଶ ଆଜି ନିର୍ଭୟ ଏବଂ ଦୃଢ଼।ଦେଶର ଏତାଦୃଶ ଏକତା ଦେଖି କିଛି ଲୋକେ ଭୟଭୀତ ହେଉଛନ୍ତି। ତାଙ୍କର ଏହି ଭୟ ଦେଶ ପାଇଁ ଭଲ।

ସେ ଦର୍ଶାଇଥିବା ୭ଟି ଭୟ ହେଉଛି

୧. ଭାରତର ଏକତା କିଛି ଦେଶଦ୍ରୋହୀଙ୍କ ମନରେ ଭୟ ସୃଷ୍ଟି କରିଛି, ସେହି ଭୟ ସୃଷ୍ଟି ହେବା ଭଲ କଥା।

୨. ଯେତେବେଳେ ଶତ୍ରୁଙ୍କୁ ଭାରତକୁ ନେଇ ଭୟ ହେଉଥିବ, ସେହି ଭୟ ଭଲ।

୩. ଯେତେବେଳେ ଆତଙ୍କୀଙ୍କ ମୁଖିଆଙ୍କ ମନରେ ଆମ ଯବାନ ଆସିଯିବାର ଭୟ ଥିବ ତାହା ଭଲ।

୪. ଯେତେବେଳେ ପଳାତକଙ୍କ ସମ୍ପତ୍ତି ବ୍ୟାଜ୍ୟାପ୍ତ ହେବାର ଭୟ ଥିବ, ସେହି ଭୟ ଭଲ।

୫. ଯେତେବେଳେ ‘ମାମୁ’ଙ୍କ ମୁହଁ ଖୋଲିଲେ ଏକ ପରିବାର ଫସିଯିବାର ଭୟ ଥାଏ, ସେହି ଭୟ ଭଲ।

୬. ଭ୍ରଷ୍ଟ ନେତାଙ୍କୁ ଯେତେବେଳେ ଜେଲ ଯିବାର ଭୟ ଘାରିବ, ସେହି ଡର ଦେଶ ପାଇଁ ଭଲ।

୭. ଭ୍ରଷ୍ଟାଚାରୀଙ୍କୁ ଯେତେବେଳେ ଆଇନ କାନୁନର ଭୟ ଥିବ, ସେ ଭୟ ଭଲ।



from Odisha Reporter https://ift.tt/2C5MRzj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages