
ପୁରୀ (ମଧୁସୂଦନ ମିଶ୍ର): ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସ୍ରେ ଆଜି ଅଗ୍ନିକାଣ୍ଡ ଘଟିଛି। ପୁରୀ ଷ୍ଟେସନର ୪ ନମ୍ବର ପ୍ଲାଟ୍ଫର୍ମରେ ଟ୍ରେନ୍ଟି ଛିଡ଼ା ହୋଇଥିବା ବେଳେ ଏଥିରେ ନିଆଁ ଲାଗି ଯାଇଥିଲା।
ଟ୍ରେନ୍ର ୪ଟି ବଗିରେ ନିଆଁ ଲାଗିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ୨,୩,୪ ଓ ୫ ନମ୍ବର ସ୍ଲିପର କୋଚ୍ରେ ନିଆଁ ଲାଗି ଯାଇଛି।
୪ ନମ୍ବର ସ୍ଲିପର୍ କୋଚ୍ଟି ସଂପୂର୍ଣ୍ଣ ଜଳିଯାଇଥିବା ସୂଚନା ମିଳିଛି।
ନିଆଁ ଲିଭାଇବା ପାଇଁ ତିନିଟି ଦମକଳକୁ ନିୟୋଜିତ କରାଯାଇଛି।
ଅଗ୍ନିକାଣ୍ଡ ବେଳେ କୋଚ୍ ଗୁଡ଼ିକ ଖାଲି ଥିଲା। ସେଥିରେ କେହି ଲୋକ ବସି ନ ଥିଲେ ବୋଲି ଜଣାପଡ଼ିଛି।
ତେବେ କେଉଁ କାରଣରୁ ନିଆଁ ଲାଗିଲା, ତାହା ଜଣାପଡ଼ିନି। ପୂର୍ବତଟ ରେଳବାଇ ବି କହିଛି ଯେ କାରଣ ସ୍ପଷ୍ଟ ହୋଇପାରିନି।
from Odisha Reporter https://ift.tt/2FftTH6
No comments:
Post a Comment