ଅଧିକା କାକୁଡ଼ି ଖାଇବା ଦେହ ପାଇଁ ହୋଇପାରେ ଖରାପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 22, 2019

ଅଧିକା କାକୁଡ଼ି ଖାଇବା ଦେହ ପାଇଁ ହୋଇପାରେ ଖରାପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖରାଦିନ ଆସିଲେ ଆମେ ଫଳ, ଜୁସ୍‌, ପରିବା ଇତ୍ୟାଦି ଖାଇଥାଉ। ହେଲ୍‌ଥ ଏକ୍ସପଟ୍‌ ବି ଆମକୁ ଅଧିକ ଜଳୀୟ ଅଂଶ ଥିବା ଖାଦ୍ୟ ଖାଇବାକୁ କହିଥାନ୍ତି। ଗରମ ଦିନରେ କାକୁଡ଼ି ଖାଇବା ଦେହ ପାଇଁ ଭଲ ହୋଇଥାଏ। କାକୁଡ଼ିରେ ୯୫ ପ୍ରତିଶତ ପାଣି ଥାଏ।

ଏଥିରେ ଅଧିକ ମାତ୍ରାରେ ପୋଷକ ତତ୍ୱ ଥିବାରୁ ଏହା ଆମ ଶରୀରରେ ଜଳୀୟ ଅଂଶର କମ୍‌ ହେବାକୁ ଦିଏନାହିଁ। ଲୋକମାନେ ଏହାକୁ ସାଲାଡ୍‌ କରି ଖାଇବାକୁ ଅଧିକା ପସନ୍ଦ କରିଥାନ୍ତି। ଏଥିରେ ଭିଟାମିନ୍‌-ସି. ଭିଟାମିନ୍‌-କେ, ମ୍ୟାଗ୍ନେସିୟମ, ପୋଟାସିୟମ ଇତ୍ୟାଦି ପୋଷକ ତତ୍ତ୍ୱ ରହିଥାଏ।

ତେବେ ଆପଣ ଏହାକୁ ଦେହ ପାଇଁ ଭଲ ଭାବି ଅଧିକା ଖାଇ ଦେଉନାହାନ୍ତି ତ? ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହାକୁ ଅଧିକା ଖାଇବା ଦ୍ୱାରା ଏହା ଆମ ଶରୀରର କ୍ଷତି କରିପାରେ। ତେବେ ଏହାକୁ ଅଧିକା ଖାଇବା ଦ୍ୱାରା ଏହା ଆମ ଶରୀରରେ କ’ଣ କ୍ଷତି କରିଥାଏ ପଢ଼ନ୍ତୁ।

ଲିଭର୍‌ରେ ସମସ୍ୟା ଦେଖାଦେଇପାରେ

କାକୁଡ଼ିରେ Cucurbitines ନାମକ ଏକ ତତ୍ୱ ରହିଥାଏ। ଆପଣ ଏହାକୁ ଯେତେ ଅଧିକା ଖାଇବେ ଏହାର ପରିମାଣ ଆପଣଙ୍କ ଶରୀରରେ ସେତେ ଅଧିକା ହେବ। ଯାହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ତେଣୁ କାକୁଡ଼ି ଅଧିକା ଖାଇଲେ ଲିଭର୍‌, ମୁତ୍ରାଶୟ ଭଳି ଅନେକ ଅଙ୍ଗରେ ପ୍ରଭାବ ପକାଇଥାଏ।

କଫ ଏବଂ ସର୍ଦ୍ଦି

ଏଥିରେ ଅଧିକ ଜଳୀୟ ଅଂଶ ଥିବାରୁ ଏହା ଆମ ଶରୀରରେ କଫ, ସର୍ଦ୍ଦି ବା ନିଶ୍ୱାସ ପ୍ରଶ୍ୱାସ ଜନୀତ ସମସ୍ୟା ସୃଷ୍ଟି କରିପାରେ। ରାତିରେ ଏହାକୁ ଖାଇଲେ ଏହା ଅଧିକ ମାତ୍ରାରେ ଶରୀରରେ ପ୍ରଭାବ ପକାଇଥାଏ। ତେଣୁ ଏହାକୁ ଅଧିକା ଖାଇଲେ ଆପଣ ସମସ୍ୟାରେ ପଡ଼ିପାରନ୍ତି।

ଅଧିକ ଖାଆନ୍ତୁ ନାହିଁ

ଆପଣ ଏହାକୁ ଅଧିକ ମାତ୍ରାରେ ଖାଇବାରୁ ପେଟ ଫୁଲ୍‌ ଲାଗିଥାଏ। ଏଥିରେ ଫାଇବର୍‌ ଅଧିକ ମାତ୍ରାରେ ରହିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ କିନ୍ତୁ, ଏହାକୁ ଅଧିକା ଖାଇଲେ ଅଧିକା ଢକାର୍‌ ଆସିଥାଏ। ଆଉ ଏହା ପେଟ ଦରଜ ମଧ୍ୟ କରିପାରେ। ଏଥିପାଇଁ ଏହାକୁ ଖାଇବା ଭଲ ଭାବି ଅଧିକା ଖାଇଲେ ଆପଣ ଅସୁବିଧାରେ ପଡ଼ି ପାରନ୍ତି।

ଭିଟାମିନ-ସି ଅଧିକ ହୋଇଥାଏ

କାକୁଡ଼ିରେ ଭିଟାମିନ୍‌ ସି ଅଧିକ ରହିଥାଏ। ଯାହା ଆମ ଶରୀରରେ ଥିବା ଅନେକ ସମସ୍ୟା ଭଲ କରିଥାଏ। କିନ୍ତୁ ଏହାକୁ ଶରୀର ପାଇଁ ଭଲ ଭାବି ଅଧିକା ଖାଇଲେ ଶରୀରରେ ମଧ୍ୟ ଭିଟାମିନ୍ ସି ଅଧିକ ମାତ୍ରାରେ ପହଞ୍ଚିଥାଏ। ଏହା ଦ୍ୱାରା ଶରୀରରେ Free radicals ବଢ଼ିଯାଇଥାଏ। ଯାହା ଆମ ଶରୀର ପାଇଁ ଖରାପ ହୋଇଥାଏ।

ତେଣୁ ଆପଣ ଯଦି ଏହାକୁ ଖାଉଛନ୍ତି ତାହାଲେ ଅଧିକ ମାତ୍ରାରେ ନଖାଇ ଆବଶ୍ୟକ ଅନୁସାରେ ଖାଇଲେ କୌଣସି ସମସ୍ୟା ଦେଖାଦେବ ନାହିଁ।



from Odisha Reporter https://ift.tt/2HMeTUc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages