ଡାକ୍ତରଖାନାରେ ଝଡ଼ାଫୁଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

ଡାକ୍ତରଖାନାରେ ଝଡ଼ାଫୁଙ୍କା

medical

ପୁରୀ(ମଧୁସୂଦନ ମିଶ୍ର): ଡାକ୍ତରଖାନାରେ ଗୁଣିଆର ଝଡ଼ାଫୁଙ୍କା। ପୁଣି କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ପୁରୀ ଡାକ୍ତରଖାନା ପରିସରରେ ଦେଖିବାକୁ ମିଳିଛି ଏହି ଅଭବାନୀୟ ଦୃଶ୍ୟ। ଡାକ୍ତରଖାନା କର୍ମଚାରୀଙ୍କ ଉପସ୍ଥିତିରେ ଏସବୁ ହୋଇଥିଲେ ମଧ୍ୟ, କେହି ଏହାକୁ ରୋକିବା ପାଇଁ ଚେଷ୍ଟା କରି ନଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ସତ୍ୟବାଦୀର କୈଳାସ ବେହେରାଙ୍କ ୧୫ ବର୍ଷର ଝିଅ କିଛି ଦିନ ହେଲା ଅସୁସ୍ଥ ଅଛନ୍ତି। ତାଙ୍କ ମାନସିକ ଅବସ୍ଥା ବି ଭଲ ନାହିଁ। ତାଙ୍କୁ ପ୍ରଥମେ ସତ୍ୟବାଦୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ଗତ ୨୯ ତାରିଖରେ ପୁରୀ ଡାକ୍ତରଖାନାକୁ ଅଣାଯାଇଥିଲା। ତେବେ ଏଠାରେ ବି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇ ନଥିଲା। ଫଳରେ ଡାକ୍ତରମାନେ ଗତକାଲି ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନେଇ ଯିବାକୁ କହିଥିଲେ।

ତେବେ ସେଠାରେ ରାଜକିଶୋର ମହାପାତ୍ର ନାମକ ଜଣେ ଗୁଣିଆ ଝିଅକୁ ସ୍ପିରିଟ୍‌ ଲାଗିଛି ଏବଂ ଝଡ଼ାଫୁଙ୍କା ଦ୍ୱାରା ଭଲ ହୋଇଯିବ କହିଥିଲେ। ସେ ଝିଅଟିକୁ ବେଡ୍‌ରୁ ତଳକୁ ଆଣି ଝଡ଼ାଫୁଙ୍କା ଆରମ୍ଭ କରିଥିଲେ। ତେବେ ତାଙ୍କ ଝଡ଼ାଫୁଙ୍କା କିଛି କାମ ଦେଲାନି। ଏବେ ବି ଝିଅଟିର ଅବସ୍ଥା ସଂକଟାପନ୍ନ ରହିଛି। ତାଙ୍କୁ ପରିବାର ଲୋକେ କଟକ ନେଇ ଯାଇଥିବା ଜଣାପଡ଼ିଛି।



from Odisha Reporter https://ift.tt/2HQGmET

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages