କାହିଁକି ବିଳମ୍ବ ହେଉଛି ଲୋକସଭା ନିର୍ବାଚନ ତାରିଖ ଘୋଷଣା ? ଉତ୍ତର ରଖିଲେ ନିର୍ବାଚନ କମିଶନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 7, 2019

କାହିଁକି ବିଳମ୍ବ ହେଉଛି ଲୋକସଭା ନିର୍ବାଚନ ତାରିଖ ଘୋଷଣା ? ଉତ୍ତର ରଖିଲେ ନିର୍ବାଚନ କମିଶନ୍‌

ନୂଆଦିଲ୍ଲୀ:ସାଧାରଣ ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ସରଗରମ ଥିବା ବେଳେ ସମସ୍ତେ ତାରିଖକୁ ଅପେକ୍ଷା କରିଛନ୍ତି। କେବେ ବାଜିବ ନିର୍ବାଚନ ବିଗୁଲ୍‌ ତାକୁ ନେଇ ନିର୍ବାଚନ କମିଶନ୍‌ଙ୍କ ଉପରେ ନଜର ରହିଛି। ନିର୍ବାଚନ ତାରିଖ ଘୋଷଣା ଡେରି ହେଉଥିବାରୁ କଂଗ୍ରେସ ନିର୍ବାଚନ କମିଶନ୍‌ଙ୍କୁ ଟାର୍ଗେଟ କରିଛନ୍ତି। ବିରୋଧୀଙ୍କ କହିବା ଅନୁଯାୟୀ, ବିଳମ୍ବ ଏଥିପାଇଁ ହେଉଛି ଯେ, ଯେମିତି ମୋଦି ସରକାର ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ କିଛି ଲୋଭନୀୟ ଘୋଷଣା କରିପାରିବେ। ତେବେ ଏନେଇ ନିର୍ବାଚନ ଆୟୋଗ ପକ୍ଷରୁ ଏନ୍‌ଡିଟିଭିକୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ତାରିଖ ଘୋଷଣା ପାଇଁ ଆହୁରି କିଛି ଦିନ ବାକି ଅଛି। ଏଥିପାଇଁ ନିର୍ବାଚନ ଆୟୋଗ ପ୍ରସ୍ତୁତ ହେଉଛି। କିନ୍ତୁ କିଛି ରାଜନୀତିକ ଦଳ ଜାଣିଣୁଣି ନିର୍ବାଚନ ଆୟୋଗ ଉପରେ ଦୋଷ ଲଦୁଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୪ରେ ମାର୍ଚ୍ଚ ୫ତାରିଖରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା କରାଯାଇଥିଲା। ଯେହେତୁ ଗତ ବର୍ଷ ମାର୍ଚ୍ଚ ପ୍ରଥମ ସପ୍ତାହରେ ନିର୍ବାଚନ ତାରିଖ ଘୋଷଣା କରାଯାଇଥିଲା, ଚଳିତ ଥର ବିଳମ୍ବକୁ ନେଇ ବିରୋଧୀ ପ୍ରଶ୍ନ ଉଠାଛନ୍ତି। କଂଗ୍ରେସର ଅହମ୍ମଦ ପଟେଲ ଏନେଇ ଟ୍ୱିଟ୍‌ କରି ପ୍ରଶ୍ନ ଉଠାଇଛନ୍ତି। ସେ ଲେଖିଛନ୍ତି ଯେ, ମୋଦି ସରକାର ତାଙ୍କ କାର୍ଯ୍ୟକାଳର ଶେଷ ମିନିଟ୍ ପର୍ଯ୍ୟନ୍ତ ସରକାରୀ ଅର୍ଥରେ ପ୍ରଚାର କରିବା ଲକ୍ଷ୍ୟରେ ଅଛନ୍ତି। ଏଥିସହ ସେ ପଚାରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ତାଙ୍କ ସରକାରୀ ଯାତ୍ରା ଶେଷ କରିବା ପର୍ଯ୍ୟନ୍ତ କ’ଣ ନିର୍ବାଚନ ଆୟୋଗ ଅପେକ୍ଷା କରିବେ। ରାଜନୀତିକ ସଭାରେ ସରକାରୀ କାର୍ଯ୍ୟକ୍ରମ ବ୍ୟବହାର କରାଯାଉଥିବା ସେ ଅଭିଯୋଗ କରିଚନ୍ତି।

ତେବେ ଏ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କ କହିଛନ୍ତି, ଲୋକସଭା ନିର୍ବାଚନ ତାରିଖ ଘୋଷଣା ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ହିଁ ହେବ। ଏହି ନିର୍ବାଚନ ୬ରୁ ୭ଟି ପର୍ଯ୍ୟାୟରେ ହୋଇପାରେ। ଗତ କିଛି ଦିନ ହେବ ନିର୍ବାଚନ ତାରିଖକୁ ନେଇ ଏକ ଫେକ୍‌ ପୋଷ୍ଟ ଘୁରିବୁଲୁଛି। ତେବେ ଏହା ସମ୍ପୂର୍ଣ୍ଣ ମିଛ ବୋଲି କୁହାଯାଇଛି।



from Odisha Reporter https://odishareporter.in/politics/commission-on-lok-sabha-election-2019-date-349160

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages