ବିଜୁଙ୍କ ଆଶୀର୍ବାଦ ବନାମ ବିଜେପିର ଅନୁକମ୍ପା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 7, 2019

ବିଜୁଙ୍କ ଆଶୀର୍ବାଦ ବନାମ ବିଜେପିର ଅନୁକମ୍ପା !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯେତେବେଳେ ବିଜେଡିର ମୂଳଦୁଆ ପଡ଼ିଲା, ସେତେବେଳେ ହାତରେ ହାତ ମିଶାଇଥିଲା ବିଜେପି। ବିଜୁ ଜନତା ଦଳର ପ୍ରତିଷ୍ଠା ପ୍ରସଙ୍ଗରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଦେଇଥିବା ଏଭଳି ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା।

ଜେନା କହିଛନ୍ତି, ବିଜେଡି କେବେ ବି ବିଜେପିକୁ ନେଇ ଗଠନ ହୋଇ ନ ଥିଲା। ବିଜୁ ବାବୁଙ୍କ ଆର୍ଶୀବାଦ ନେଇ ଗଠନ ହୋଇଥିଲା ବିଜେଡି।  ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳ ଆଗକୁ ବଢ଼ିଛି ଆଉ ବଢ଼ିବ। ଏହି ଦଳକୁ ଓଡ଼ିଶାର ଜନସାଧାରଣ  ସହଯୋଗ ଓ ସମର୍ଥନ ଦେଇ ଆସିଛନ୍ତି । ବରଂ ଏମିତି କହିବା ଠିକ୍‌ ହେବ ଯେ, ଯେବେଠାରୁ ବିଜେଡି, ବିଜେପି ସହିତ ସମ୍ପର୍କ ତୁଟାଇ ଦେଲା, ସେବେଠାରୁ ବିଜେପିର ସତ୍ତା ହଜିଗଲା।

ଗତକାଲି ଭୁବନେଶ୍ୱର ସ୍ଥିତ ବିଜେପି କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ ହେବା ଅବସରରେ ବୈଜୟନ୍ତ କହିଥିଲେ, ବିଜେପି ସହଯୋଗରେ ବିଜେଡି ଗଠନ ହୋଇଥିଲା। ଯାହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଶେଷରେ ଦଳ ପକ୍ଷରୁ ଏଭଳି ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।



from Odisha Reporter https://odishareporter.in/odisha/health-minister-counters-baijayants-statement-on-formation-of-bjd-349149

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages