କଂଗ୍ରେସର ହାତ କେଉଁଠି ବି ଧରିବେନି ମାୟାବତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 12, 2019

କଂଗ୍ରେସର ହାତ କେଉଁଠି ବି ଧରିବେନି ମାୟାବତୀ

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ଝଟ୍‌କା କଂଗ୍ରେସକୁ ଲାଗିବା ଆରମ୍ଭ ହୋଇଛି। ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ଗୁଜରାଟ୍‌ ବିଧାୟକମାନେ ଜଣଙ୍କ ପରେ ଜଣେ ଦଳ ଛାଡ଼ିବାରେ ଲାଗିଛନ୍ତି। ସେହିପରି ମହାରାଷ୍ଟ୍ର କଂଗ୍ରେସ ନେତାଙ୍କ ପୁଅ ଦଳ ଛାଡ଼ି ପଦ୍ମ ଧରିଛନ୍ତି। ଏସବୁକୁ ନେଇ କଂଗ୍ରେସ ଚିନ୍ତାରେ ପଡ଼ିଥିବା ବେଳେ ମାୟାବତୀ ଆଜି ଆଉ ଏକ ଝଟ୍‌କା ଦେଇଛନ୍ତି।

ପ୍ରଥମେ ଉତ୍ତର ପ୍ରଦେଶର ମହାମେଣ୍ଟରୁ କଂଗ୍ରେସକୁ ବାଦ୍‌ ଦେଇଥିବା ମାୟାବତୀ ଏବେ ଦେଶର କୌଣସି ରାଜ୍ୟରେ ବି ହାତ ଦଳ ସହ ମେଣ୍ଟ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି।

ରାଜସ୍ଥାନ ଓ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପରେ ମାୟାବତୀଙ୍କ ବିଏସ୍‌ପି ସହାୟତାରେ କଂଗ୍ରେସ ସରକାର ଗଠନ କରିଥିଲା। କଂଗ୍ରେସ ଆଶା କରିଥିଲା ଯେ ଲୋକସଭା ନିର୍ବାଚନରେ ମଧ୍ୟ ବିଏସ୍‌ପି ସହ ମିଶି ଦଳ ବିଜେପିକୁ ପରାସ୍ତ କରିବ। ହେଲେ ମାୟାବତୀ ଆଜି କଂଗ୍ରେସର ସବୁ ଆଶାରେ ପାଣି ପକାଇ ଦେଇଛନ୍ତି।

ଆଜି ମାୟାବତୀ ଦଳର ବରିଷ୍ଠ ନେତାମାନଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଥିଲେ। ଏହାପରେ ମାୟାବତୀ କଂଗ୍ରେସ ସହ କୌଣସି ରାଜ୍ୟରେ ମେଣ୍ଟ ହେବନି ବୋଲି ଘୋଷଣା କରିଛନ୍ତି।

ପୂର୍ବରୁ ଅଖିଲେଶ ଯାଦବ କଂଗ୍ରେସକୁ ମେଣ୍ଟରେ ସାମିଲ କରିବାକୁ ଚାହୁଁଥିଲେ। ହେଲେ ମାୟାବତୀ ଭିଟୋ ପ୍ରୟୋଗ କରି କଂଗ୍ରେସକୁ ଏଥିରୁ ବାଦ ଦେଇଥିବା ଚର୍ଚ୍ଚା ହେଉଛି। ମାୟାବତୀଙ୍କ ମତରେ ପୂର୍ବରୁ କଂଗ୍ରେସ ସହ ମେଣ୍ଟ ହୋଇଥିଲେ ହେଁ ଏହା ବିଏସ୍‌ପିର ଭୋଟ୍‌ ବ୍ୟାଙ୍କ ବୃଦ୍ଧି କରିବାରେ ସହାୟକ ହୋଇ ନଥିଲା।

ଏଥିସହ ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିଏସ୍‌ପି ବିଧାନସଭା ନିର୍ବାଚନ ବେଳେ ମେଣ୍ଟ କରିବାକୁ ଚାହୁଁଥିଲା। କିନ୍ତୁ କଂଗ୍ରେସ ଠିକ୍‌ ଭାବେ ଶିଟ୍‌ ଶେୟାରିଂ ଫର୍ମୁଲାରେ ରାଜି ହୋଇ ନଥିଲା। ତେଣୁ ଏବେ ମାୟାବତୀ କଂଗ୍ରେସକୁ ସବୁ ରାଜ୍ୟରେ ଏକଘରିକିଆ କରିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି।



from Odisha Reporter https://ift.tt/2Tx1Dtz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages