
ନୂଆଦିଲ୍ଲୀ: ଫେବୃଆରୀ ୨୬ ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ର ବଦଲା ନେବାକୁ ପାକିସ୍ତାନ ଏବେ ବି ସୁଯୋଗ ଅପେକ୍ଷାରେ ରହିଛି। ପୂର୍ବରୁ ଭାରତର ସାମରିକ ଘାଟି ଉପରେ ଏୟାର ଷ୍ଟ୍ରାଇକ୍ କରିବାକୁ ଉଦ୍ୟମ କରିଥିବା ପାକିସ୍ତାନ ଏବେ ସୀମାରେ ଅଧିକ ସୈନ୍ୟବଳ ସହ ଅତ୍ୟାଧୁନିକ ଯୁଦ୍ଧ ବିମାନ ଓ ଅସ୍ତ୍ରଶସ୍ତ୍ର ଠୁଳ କରି ସୁଯୋଗ ଅପେକ୍ଷାରେ ରହିଛି।
ଭାରତ ଉପରେ ଆକ୍ରମଣ ପାଇଁ ପାକିସ୍ତାନ ସୀମାରେ ଏଫ-୧୬ ଯୁଦ୍ଧ ଜେଟ୍ ମଧ୍ୟ ପ୍ରସ୍ତୁତ ରହିଛି। ଭାରତୀୟ ଗୁଇନ୍ଦା ସଂସ୍ଥା ଦେଇଥିବା ସୂଚନାରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି।
ପାକିସ୍ତାନର ଏପରି ବଡ଼ଧରଣ ସମରସଜ୍ଜା ଦେଖି ଭାରତ ପକ୍ଷରୁ ସୀମାରେ ହାଇଆଲର୍ଟ ଜାରି କରାଯାଇଛି। ପ୍ରତିରକ୍ଷା ବିଭାଗର ଜଣେ ଅଧିକାରୀ ନିଜ ନାଁ ଗୋପନ ରଖି ଏକଥା ସ୍ୱୀକାର କରିଛନ୍ତି।
ସେ କହିଛନ୍ତି, ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ପକ୍ଷରୁ ଭାରତୀୟ ସୀମାର ଆକାଶ ପଥରେ ବିମାନ ଚଳାଚଳ ପାଇଁ ଯେଉଁ କଟକଣା ଜାରି କରିଥିଲା, ତାହା ଏବେ ବି ବଳବତ୍ତର ରହିଛି। ରାୱଲପିଣ୍ଡିରେ ଥିବା ୧୦ କର୍ପସ ଓ ସିଆଲକୋଟ୍ରେ ଥିବା ସ୍ୱତନ୍ତ୍ର ବ୍ରିଗେଡ୍ରୁ ଯବାନମାନଙ୍କୁ ବିପୁଳ ସଂଖ୍ୟାରେ ଭାରତ-ପାକ୍ ସୀମାକୁ ଆଣି ମୁତୟନ କରାଯାଉଛି। ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ସେନା ଏପରି ସମରସଜ୍ଜା କରିଛି।
ପାକ୍ ସେନା ପକ୍ଷରୁ ରାଡାର ସମେତ ଏୟାର ଡିଫେନ୍ସ ସିଷ୍ଟମକୁ ମଧ୍ୟ ସୀମାନ୍ତରେ ଆଲର୍ଟ କରାଯାଇଛି। ଫେବୃଆରୀ ୨୬ ଏୟାର ଷ୍ଟ୍ରାଇକ୍ ପରେ ପାକ୍ ସେନା ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଉଛି।
ବିଶେଷ କରି ସୁନ୍ଦରବେନୀ, ନୌଶେରା, ପୁଞ୍ଚ, ଭିମ୍ବେର ଗଲି ଓ କ୍ରିଷ୍ଣାଘାଟିରେ ପାକ୍ ସେନା ପକ୍ଷରୁ ଭାରତୀୟ ଯବାନଙ୍କ ଆଉଟ୍ ପୋଷ୍ଟ ଏବଂ ସୀମାନ୍ତ ଗାଁ ଗୁଡ଼ିକ ଉପରେ ମୋର୍ଟାର ମାଡ଼ କରାଯାଉଛି। ପାକ୍ ସେନା ଇତି ମଧ୍ୟରେ ଫେବୃଆରୀ ୨୬ରେ ୧୬ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଗୁଳିମାଡ଼ କରିଥିଲା।
ସେହିପରି କେବଳ ଫେବୃଆରୀ ମାସରେ ପାକ୍ ସେନା ୨୫୧ ଥର ଗୁଳିମାଡ଼ କରିଛି। ପାକ୍ ଡିଜିଏମ୍ଓଙ୍କୁ ଭାରତ ସରକାର ଏ ସମ୍ପର୍କରେ ଜଣାଇବାକୁ ଚାହୁଁଥିଲେ ହେଁ ସେ ଫୋନ୍ ଉଠାଉ ନଥିବା ଅଧିକାରୀ ଜଣଙ୍କ କହିଛନ୍ତି।
from Odisha Reporter https://ift.tt/2EVADtE
No comments:
Post a Comment