୭ଟି ଲୋକସଭା ଆସନରେ ଚିତ୍ର ସ୍ପଷ୍ଟ: ହେବ ତ୍ରିମୁଖୀ ଲଢ଼େଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 23, 2019

୭ଟି ଲୋକସଭା ଆସନରେ ଚିତ୍ର ସ୍ପଷ୍ଟ: ହେବ ତ୍ରିମୁଖୀ ଲଢ଼େଇ

election

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ୨୧ଟି ଲୋକସଭା ଆସନ ଥିବା ବେଳେ ଚଳିତ ନିର୍ବାଚନ ପାଇଁ ବର୍ତ୍ତମାନ ସୁଦ୍ଧା ବିଜେଡି ୯ଟିରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ୮ଟିରେ ଓ ବିଜେପି ସର୍ବାଧିକ ୧୫ଟି ଆସନ ପାଇଁ ନାଁ ଘୋଷଣା କରିଛି। ଏଥିରୁ ୭ଟି ଲୋକସଭା ଆସନରେ ତ୍ରିମୁଖୀ ଲଢ଼େଇ ହେବା ସ୍ପଷ୍ଟ ହୋଇଯାଇଛି। କାରଣ ଏହି ୭ଟି ଆସନ ପାଇଁ ତିନି ପ୍ରମୁଖ ଦଳ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିଛନ୍ତି।

କଳାହାଣ୍ଡି ଲୋକସଭା ଆସନରେ ବିଜେଡି ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପିର ବସନ୍ତ ପଣ୍ଡା ଓ କଂଗ୍ରେସ ଭକ୍ତଚରଣ ଦାସଙ୍କୁ ଛିଡ଼ା କରିଛି। ଏଥର ଏଠାରେ ଜୋରଦାର ଲଢ଼େଇ ହେବ ବୋଲି ଆଲୋଚନା ହେଉଛି।

ନବରଙ୍ଗପୁରରେ ବିଜେଡିର ରମେଶ ମାଝୀ ପ୍ରାର୍ଥୀ ହୋଇଛନ୍ତି। ତାଙ୍କୁ ଟକ୍କର ଦେବା ପାଇଁ ବିଜେପି ସାଂସଦ ବଳଭଦ୍ର ମାଝିଙ୍କୁ ଛିଡ଼ା କରାଇଥିବା ବେଳେ କଂଗ୍ରେସ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ ମଇଦାନକୁ ଛାଡ଼ିଛି। ଏଣୁ ଏଠାରେ ବି ଏଥର ଜୋରଦାର ଲଢ଼େଇ ହେବ।

ବ୍ରହ୍ମପୁର ଲୋକସଭା ଆସନରେ ବିଜେଡି ତରଫରୁ ପ୍ରାର୍ଥୀ ହୋଇଛନ୍ତି ଚନ୍ଦ୍ରଶେଖର ସାହୁ। ତାଙ୍କୁ ଟକ୍କର ଦେବାକୁ ବିଜେପିର ଭୃଗୁ ବକ୍ସିପାତ୍ରଙ୍କୁ ଏଠାରୁ ପ୍ରାର୍ଥୀ କରିଛି। ଏମାନଙ୍କ ସହିତ ଲଢ଼େଇରେ ଅଛନ୍ତି କଂଗ୍ରେସର ଭି. ଚନ୍ଦ୍ରଶେଖର ନାଇଡ଼ୁ।

କୋରାପୁଟରେ ବିଜେଡି କୌଶଲ୍ୟା ହିକକାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ଜୟରାମ ପାଙ୍ଗୀ ଓ କଂଗ୍ରେସ ସପ୍ତଗିରି ଉଲ୍ଲାକାଙ୍କୁ ପ୍ରାର୍ଥୀ କରିଛି।

ବରଗଡ଼ ଲୋକସଭା ଆସନରେ ବିଜେଡିର ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଛିଡ଼ା କରିଛି। ବିଜେପି ତା’ର ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀଙ୍କୁ ଏଠାରୁ ପ୍ରାର୍ଥୀ କରିଛି। ସୁରେଶ ଗତ ଥର ସମ୍ବଲପୁର ଆସନରୁ ପ୍ରାର୍ଥୀ ହୋଇଥିଲେ। କଂଗ୍ରେସ ପ୍ରଦୀପ କୁମାର ଦେବତାଙ୍କୁ ଏଠାରୁ ପ୍ରାର୍ଥୀ କରିଛି।

ସୁନ୍ଦରଗଡ଼ ଲୋକସଭା ଆସନରେ ବିଜେଡି ଏଥର ନୂଆ ମୁହଁଙ୍କୁ ପ୍ରାର୍ଥୀ କରିଛି। ତାଙ୍କ ନାଁ ସୁନୀତା ବିଶ୍ୱାଳ। ତାଙ୍କର ଆଉ ଏକ ପରିଚୟ ହେଉଛି, ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ଝିଅ। କଂଗ୍ରେସରୁ ଜର୍ଜ ତିର୍କୀ ପ୍ରାର୍ଥୀ ହୋଇଛନ୍ତି।

ବହୁ ଚର୍ଚ୍ଚିତ ବଲାଙ୍ଗିର ଆସନରେ ପୁଣି ଦିଅର ଭାଉଜ ଲଢ଼େଇ ହେବ। କାରଣ ବିଜେଡି ସାଂସଦ କଳିକେଶ ସିଂହଦେଓଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପିର ସଂଗୀତା ସିଂହଦେଓଙ୍କୁ ପ୍ରାର୍ଥୀ କରିଛି। ତେବେ ସେମାନଙ୍କୁ ଚେକ୍ ଦେବାକୁ କଂଗ୍ରେସ ନରସଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କୁ ପ୍ରାର୍ଥୀ କରିଛି।



from Odisha Reporter https://ift.tt/2HTW6WS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages