
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିନ୍ରେ ଏପରି ଏକ ହୋଟେଲ ଅଛି, ଯେଉଁଠାରେ ପହଞ୍ଚିବାକୁ ଲୋକଙ୍କୁ ୬୦ ହଜାର ପାହାଚ ଚଢ଼ିବାକୁ ପଡ଼େ। ଏହା ଏକ ବିଳାସମୟ ହୋଇଥିବା ବେଳେ ଏଠାରେ ପହଞ୍ଚିବାକୁ କିନ୍ତୁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡ଼ିଥାଏ।
ବହୁ ଉଚ୍ଚରେ ଥିବା ଏହି ହୋଟେଲ ପର୍ଯ୍ୟନ୍ତ ଯିବାକୁ ଗାଡ଼ିର ବ୍ୟବସ୍ଥା ନାହିଁ। ଲୋକଙ୍କୁ ନିଜ ବ୍ୟବସ୍ଥାରେ ନିଜ ବ୍ୟାଗ୍ ବସ୍ତାନୀ କାନ୍ଧରେ ବୋହି କରି ୬୦ ହଜାର ପାହାଚ ଚଢ଼ିବାକୁ ପଡ଼ିଥାଏ।

ଉକ୍ତ ହୋଟେଲରେ ପହଞ୍ଚିବାକୁ ଯଦି କୌଣସି ବ୍ୟକ୍ତି ପାହାଚ ଚଢ଼ିବାକୁ ଅରାଜି ହୁଅନ୍ତି, ତା ହେଲେ ତାଙ୍କୁ ଚେୟାର ବସାଇ ଉପରକୁ ନେବାକୁ କୁଲି ମିଳିଯାନ୍ତି। କେବଳ ପର୍ଯ୍ୟଟକ ଉକ୍ତ ଜାଗାକୁ କାର୍ରେ ଯାଇପାରିବେ ।

ଚିନ୍ରେ ଥିବା ଏହି ଚତୁର୍ଥ ତାରକା ହୋଟେଲର ନାମ ଜେଡ୍ ସ୍କ୍ରିନ୍ ହୋଟେଲେ। ଏହା ଦୁନିଆର ଏକମାତ୍ର ଏମିତି ହୋଟେଲ ଯେଉଁଠାକୁ ଯିବାକୁ ଏତେ ସଂଖ୍ୟକ ପାହାଚ ଚଢ଼ି ଯିବାକୁ ପଡ଼ିଥାଏ। ଏହି ହୋଟେଲରେ ସ୍ପା, ସୁଇମିଂ ପୁଲ୍ଠୁ ଆରମ୍ଭ କରି ସବୁ ପ୍ରକାର ସୁବିଧା ପାଇପାରିବେ।

ଉକ୍ତ ହୋଟେଲରେ ଆରାମଦାୟକ ୬୫ ଟି ରୁମ୍ ରହିଛି। କିନ୍ତୁ ଏହି ହୋଟେଲରେ ପହଞ୍ଚିବାକୁ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ।

ଏହି ହୋଟେଲ ସମୁଦ୍ର ପତ୍ତନରୁ ୧୮୩୦ ମିଟର ଉଚ୍ଚରେ ଅବସ୍ଥିତ। ଉକ୍ତ ହୋଟେଲକୁ ଯାଉଥିବା ଲୋକେ ହଁଗଶନ ମାଉନଟେନ୍ ରେଞ୍ଜର ମନଲୋଭା ଦୃଶ୍ୟ ଦେଖି ପାରିବେ।
from Odisha Reporter https://ift.tt/2FxFIdr
No comments:
Post a Comment