ପ୍ରଥମ ଦିନରେ ବକ୍ସ ଅଫିସ୍‌ର ସମସ୍ତ ରେକର୍ଡ଼ ଭାଙ୍ଗିଲା ‘କେଶରୀ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 23, 2019

ପ୍ରଥମ ଦିନରେ ବକ୍ସ ଅଫିସ୍‌ର ସମସ୍ତ ରେକର୍ଡ଼ ଭାଙ୍ଗିଲା ‘କେଶରୀ’

ମୁମ୍ବାଇ: ବକ୍ସ ଅଫିସ୍‌ରେ ଧୁମ୍ ମଚାଉଛି ଖିଲାଡ଼ୀ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ‘କେଶରୀ’। ରିଲିଜ୍ ହେବାର ପ୍ରଥମ ଦିନରେ ହିଁ ୨୦୧୯ର ସମସ୍ତ ରେକର୍ଡ଼ ଭାଙ୍ଗି ଦେଇଛି ଏହି ଚଳଚ୍ଚିତ୍ର। ପ୍ରଥମ ଦିନରେ ୨୧ କୋଟିରୁ ଅଧିକ ବିଜନେସ୍ କରିଥିବା ‘କେଶରୀ’ ହୋଲିରେ ମଧ୍ୟ ବେଶ୍ ଭଲ ବିଜନେସ୍ କରିଛିା

ବକ୍ସ ଅଫିସ୍‌କୁ ଚଳିତ ବର୍ଷର ସବୁଠୁ ବଡ଼ ଓପନିଂ କଲେକସନ୍ ‘କେଶରୀ’ ଦେଇଛିା ହୋଲି ହୋଇଥିବା ସତ୍ତ୍ୱେ ଲୋକେ ‘କେଶରୀ’ ଦେଖିବାକୁ ଥିଏଟର୍‌ର୍ ଭିଡ଼ ଜମାଇଥିବା ଦେଖିବାକୁ ମିଳିଥିଲା। ମୁଖ୍ୟତଃ କେଶରୀର ଇଭିନିଂ ଶୋ ହାଉସ୍ ଫୁଲ୍ ଯାଇଛି। ଗତକାଲି ଦ୍ୱିତୀ ଦିନରେ ଏହା ୧୬ କୋଟି ୭୦ ଲକ୍ଷ ଟଙ୍କା ଆୟ କରିଛି। ତେବେ ଦୁଇଦିନର ସର୍ବମୋଟ ଆୟ ୩୭ କୋଟି ୭୬ ଲକ୍ଷ ଟଙ୍କା ରହିଛି। ଅକ୍ଷୟଙ୍କ ଦମଦାର ଆକ୍ସନ୍ ଲୋକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛିା ବର୍ଷ ଆରମ୍ଭରୁ ଅକ୍ଷୟଙ୍କ ହିଟ୍ ଥିଓରୀ ପୁଣି ଥରେ ବକ୍ସ ଅଫିସ୍‌ରେ କମାଲ କରିଛିା

ଏହି ଫିଲ୍ମଟି ‘ଧର୍ମା ପ୍ରଡକ୍ସନ’ ବ୍ୟାନରରେ ପ୍ରସ୍ତୁତ କରାଯାଇଛି। ନିର୍ଦ୍ଦେଶନା ଦେଇଛନ୍ତି ଅନୁରାଗ ସିଂ। ଫିଲ୍ମର କାହାଣୀ ଗିରୀଶ କୋହଲି ଓ ଅନୁରାଗ ସିଂ ମିଳିତ ଭାବେ ଲେଖିଛନ୍ତି। ‘କେଶରୀ’ର କାହାଣୀ ‘ସାରାଗଢ଼ି’ ଯୁଦ୍ଧ ଉପରେ ଆଧାରିତ। ୧୮୯୮ରେ ସରାଗଡ଼ି ଯୁଦ୍ଧରେ ୨୧ ଜଣ ଶିଖ୍ ଅସୀମ ବୀରତ୍ୱ ଓ ସାହସ ଦେଖାଇ ୧୦ ହଜାର ଆଫ୍‌ଗାନୀଙ୍କ ସହିତ ଯୁଦ୍ଧ କରିଥିଲେ, ଯାହାକୁ ପରଦାରେ ଅତି ନୁଖଣ ଭାବେ ପରିବେଷଣ କରାଯାଇଛି। ‘ଗୋଲ୍ଡ’ ଫିଲ୍ମ ପରେ ଅକ୍ଷୟଙ୍କ ଅଭୀନିତ ଏହା ଦ୍ୱିତୀୟ ଫିଲ୍ମ, ଯାହାକି ଓପନିଂ ଡେ’ରେ ବକ୍ସ ଅଫିସ୍‌ରେ ରେକର୍ଡ କରିଛି।



from Odisha Reporter https://ift.tt/2OplmWA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages