ଟୋକିଓ ଅଲିମ୍ପିକ୍ସ ପାଇଁ ପିକ୍ଟୋଗ୍ରାମ ଉନ୍ମୋଚିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 12, 2019

ଟୋକିଓ ଅଲିମ୍ପିକ୍ସ ପାଇଁ ପିକ୍ଟୋଗ୍ରାମ ଉନ୍ମୋଚିତ

ଟୋକିଓ: ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ୫୦୦ ଦିନର ଅବଗଣନା ଆରମ୍ଭ ହୋଇଛି । ଏଥର ଅଲିମ୍ପିକ୍ସରେ ୫ଟି ନୂଆ କ୍ରୀଡ଼ା ସମେତ ପ୍ରତି କ୍ରୀଡ଼ା ପାଇଁ ଆଜି ପିକ୍ଟୋଗ୍ରାମର ଉନ୍ମୋଚନ ହୋଇଛି । ଟୋକିଓ ଗେମ୍ସରେ ବେସ୍ବଲ ଓ ସଫ୍ଟବଲ୍, କରାଟେ, ସ୍କେଟ୍ବୋର୍ଡିଂ, ସର୍ଫିଙ୍ଗ୍ ଏବଂ ସ୍ପିଡ୍ କ୍ଲାଇମ୍ବିଂ ଭଳି କ୍ରୀଡ଼ାକୁ ପ୍ରଥମଥର ସାମିଲ୍ କରାଯାଇଛି ।

୧୯୬୪ରେ ଟୋକିଓରେ ଆୟୋଜିତ ଅଲିମ୍ପିକ୍ସରେ ପ୍ରଥମଥର ପିକ୍ଟୋଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଥିଲା । ଏହାପରଠାରୁ ପ୍ରତି ଗେମ୍ସରେ ଏହି ପିକ୍ଟୋଗ୍ରାମର ବ୍ୟବହାର କରାଯାଇଆସୁଛି । ୨୦୨୦ ଅଲିମ୍ପିକ୍ସ ପିକ୍ଟୋଗ୍ରାମ ଡିଜାଇନର ମାସାକି ହିରୋମୁରା କହିଛନ୍ତି, ୧୯୬୪ରେ ପ୍ରଥମଥର ସ୍ପୋର୍ଟ୍ସ ପିକ୍ଟୋଗ୍ରାମର ଆନୁଷ୍ଠାନିକ ଭାବେ ବ୍ୟବହାର କରାଯାଇଥିଲା ।

ଏଥର ଆମେ କିଛି ଭିନ୍ନ ଡିଜାଇନ୍ କରିବାକୁ ପ୍ରୟାସ କରିଛୁ । ୨୦୨୦ ଅଲିମ୍ପିକ୍ସକୁ ସର୍ବଶ୍ରେଷ୍ଠ କରିବା ପାଇଁ ଆମେ ସବୁପ୍ରକାର ପ୍ରୟାସ କରିବୁ ବୋଲି ହିରୋମୁରା କହିଛନ୍ତି । ସୂଚନାଯୋଗ୍ୟ, ସଫ୍ଟବଲ ଇଭେଣ୍ଟ ସହ ଟୋକିଓ କ୍ରୀଡ଼ା ଆରମ୍ଭ ହେବ । ଜୁଲାଇ ୨୪ ତାରିଖରେ ହେବାକୁଥିବା ଉଦ୍ଘାଟନୀ ସମାରୋହର ଦୁଇଦିନ ପୂର୍ବରୁ ଫୁକୁଶିମାରେ ସଫ୍ଟବଲ୍ ଇଭେଣ୍ଟ ଖେଳାଯିବ ।

ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟ ପାଇଁ ଟୋକିଓର ସବୁ ଭେନ୍ୟୁର ୫୦-୭୦ ଭାଗ କାମ ସରିଯାଇଛି । ଉଦଘାଟନୀ ସମାରୋହ ହେବାକୁଥିବା ନୂଆ ଅଲିମ୍ପିକ୍ ଷ୍ଟାଡିୟମର କାର୍ଯ୍ୟ ଚଳିତ ବର୍ଷ ନଭେମ୍ବରରେ ଶେଷ ହେବ ।



from Odisha Reporter https://ift.tt/2Hsh8ff

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages