ଛିଡୁନି ରାଜ୍ୟ କଂଗ୍ରେସର ଟିକେଟ୍ ଅଙ୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 12, 2019

ଛିଡୁନି ରାଜ୍ୟ କଂଗ୍ରେସର ଟିକେଟ୍ ଅଙ୍କ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ବୈଠକ ଓ ଆଲୋଚନା ପରେ ବି ରାଜ୍ୟ କଂଗ୍ରେସର ଟିକେଟ୍‌ ଅଙ୍କ ଛିଣ୍ଡୁନି। ପିଇସି ସ୍କ୍ରିନିଂ ଓ ସ୍କୃଟିନି ପରେ ମଧ୍ୟ ହୋଇପାରୁନି ସହମତି। ତେବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, “ପ୍ରଥମ ତିନି ପର୍ଯ୍ୟାୟ ନିର୍ବାଚନ ଲାଗି ଆଲୋଚନା ଶେଷ ହୋଇଛି। ନାଁ ଘୋଷଣା ପାଇଁ ସ୍କ୍ରିନିଂ କମିଟି ୧୬ ତାରିଖରେ ପୁଣିଥିରେ ସ୍କୃଟିନି କରିବ।” କିନ୍ତୁ ଏହା ଭିତରେ କିଛି ଆସନ ଲାଗି ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ ହୋଇଥିବା ଚର୍ଚ୍ଚା ହେଉଛିା

୨୦୧୯ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ଏଥିପାଇଁ ରାଜ୍ୟ ପ୍ରମୁଖ ରାଜନୀତିକ ଦଳ ଗୁଡ଼ିକ ଅଙ୍କକଷାରେ ଲାଗି ପଡ଼ିଛନ୍ତି। ଏଥିରୁ ବାଦ ପଡ଼ିନି କଂଗ୍ରେସ। ନିଜର ପ୍ରାର୍ଥୀ ଚୟନ ପାଇଁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଚାଲିଛି ଆଲୋଚନା। ଏହା ପରେ ମଧ୍ୟ ଛିଣ୍ଡୁନି ଅଙ୍କ। ନିର୍ବାଚନ ସମୟରେ ନିଜ ନିର୍ବାଚନମଣ୍ଡଳୀରେ ରହିବା ବଦଳରେ ଏଆଇସିସି ୱାର୍‌ ରୁମ୍‌ରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନୂଆଦିଲ୍ଲୀ ବାସଭବନ ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳୁଛି କଂଗ୍ରେସ ନେତା ଓ ଟିକେଟ ଆଶାୟୀଙ୍କ ଭିଡ଼।

ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଏଆଇସିସି ସ୍କ୍ରିନିଂ କମିଟି ବୈଠକ ଜାରି ରହିଥିଲା। ଏଥିରେ ପ୍ରଥମ ତିନି ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥୀଙ୍କ ନାଁ ଉପରେ ଆଲୋଚନା ଶେଷ ହୋଇଛି। ଚର୍ଚ୍ଚା ଅନୁଯାୟୀ, ନବରଙ୍ଗପୁର ଲୋକସଭା ଆସନରେ ପ୍ରଦୀପ ମାଝୀ, କଳାହାଣ୍ଡିରେ ଭକ୍ତ ଚରଣ ଦାସ, ବଲାଙ୍ଗୀରରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର, କୋରାପୁଟରେ ସପ୍ତଗିରି ଉଲାକାଙ୍କୁ କଂଗ୍ରେସ ପ୍ରାର୍ଥୀ କରିପାରେ। କେବଳ ଏତିକି ନୁହେଁ, ଭଦ୍ରକରୁ ଅନନ୍ତ ଚରଣ ସେଠୀ ଓ ବାଲେଶ୍ୱରରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ଗ୍ରୀନ ସିଗ୍‌ନାଲ୍‌ ମିଳିଛି।

ଚର୍ଚ୍ଚା ହେଉଛି, ଭୁବନେଶ୍ୱରରେ ସିପିଏମ୍‌, ଆସିକାରେ ସିପିଆଇ ଓ ମୟୂରଭଞ୍ଜ ଲୋକସଭା ଆସନରେ ଜେଏମ୍ଏମ ସହ ବୁଝାମଣାରେ ପ୍ରାର୍ଥୀ ଦେବାକୁ ସ୍ଥିର ହୋଇଛି। ତେବେ କେତେକ ଆସନରେ ଏକାଧିକ ଆଶାୟୀ ଥିବାରୁ ଚୂଡ଼ାନ୍ତ ନିଷ୍ପତ୍ତି ନେବାରେ ବିଳମ୍ବ ହେଉଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ରାଜ୍ୟ କଂଗ୍ରେସର ମଙ୍ଗୁଆଳ ହେବାପରେ ଗତ ଅଗଷ୍ଟ ଶେଷ ସୁଦ୍ଧା ୫୦ରୁ ୬୦ଟି ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ ବୋଲି ନିରଞ୍ଜନ କହିଥିଲେ। ମାତ୍ର ନିର୍ବାଚନ ତାରିଖ ଘୋଷଣା ପରେ ବି ଏହି କସରତ ସରିନାହିଁ। ୨୦୦୯ ଓ ୨୦୧୪ରେ ଟିକେଟ ବଣ୍ଟନକୁ ନେଇ ଦଳ ଯେପରି ସମାଲୋଚିତ ହୋଇଥିଲା, ଏଥର ଯେଭଳି ସେପରି ସ୍ଥିତି ନ ଉପୁଜେ, ସେଥିପାଇଁ ବିଳମ୍ବ ହେଉଥିବା ନେତାମାନେ କହିଛନ୍ତି।



from Odisha Reporter https://ift.tt/2SZYJsf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages