ଅସହ୍ୟ ହେଲା ଋଣ ଭାର, ଜୀବନ ହାରିଲେ ଚାଷୀ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 4, 2019

ଅସହ୍ୟ ହେଲା ଋଣ ଭାର, ଜୀବନ ହାରିଲେ ଚାଷୀ!

ବରଗଡ଼ (ଦୀପକ ଶର୍ମା): ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଖରମୁଣ୍ଡା ଗାଁର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଶୁଭ ରଣା (୬୫)। ମୃତଦେହ ପାଖରେ କୀଟନାଶକ ଔଷଧ ବୋତଲ ପଡ଼ିଥିବାରୁ ସେ ବିଷ ପିଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, ଚଳିତବର୍ଷ ଶୁଭ ନିଜର ଦୁଇ ଏକର ଜମି ଓ ୩ ଏକର ଭାଗ ଜମିରେ ଧାନଚାଷ କରିଥିଲେ। ଏଥିପାଇଁ ସେ ବ୍ୟାଙ୍କ ଓ ସମବାୟ ସମିତିରୁ ଋଣ ଆଣିଥିଲେ। ମାତ୍ର ଫସଲ ନଷ୍ଟ ହୋଇଯାଇଥିଲା। ଫଳରେ ସେ ଋଣ ଶୁଝିବା ଚିନ୍ତାରେ ପଡ଼ିଯାଇଥିଲେ। ଘର ଚଳାଇବା ତାଙ୍କ ପକ୍ଷେ ସମ୍ଭବ ହେଉନଥିବାରୁ ପାଖ ପଡ଼ୋଶୀଙ୍କ ପାଖରୁ ହାତ ଉଧାରି କରିଦେଇଥିଲେ।

ଗତ ୪ ଦିନ ତଳେ ଶୁଭ ଘର ଛାଡ଼ି କୁଆଡ଼େ ଚାଲି ଯାଇଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ନିରାଶ ହୋଇଥିଲେ। ଶେଷରେ ପରିବାର ଲୋକେ ଅତାବିରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଜି ସକାଳେ ଗାଁ ପାଖ ଝୋର ଜଙ୍ଗଲରେ ତାଙ୍କ ମୃତଦେହ ପଡ଼ିଥିବା ପରିବାର ଲୋକେ ଖ‍ବର ପାଇଥିଲେ। ଏହାପରେ ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ୍‌ ମୃତଦେହ ଉଦ୍ଧାର କରି ବରଗଡ଼ ମୁଖ୍ୟ ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

ଶୁଭଙ୍କ ଦୁଇଟି ପୁଅ ଅଛନ୍ତି। ସେମାନେ ଅଲଗା ରହି ଚାଷ କାର୍ଯ୍ୟ କରନ୍ତି। ଶୁଭ ୨ରୁ ୩ ଲକ୍ଷ ଟଙ୍କା କରଜ କରିଥିବା ପରିବାର ଲୋକେ କହିଛନ୍ତି।



from Odisha Reporter https://ift.tt/2Ti6wXl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages