କେବେ ବିମାନ ଉଡ଼ାଇବେ ଅଭିନନ୍ଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 4, 2019

କେବେ ବିମାନ ଉଡ଼ାଇବେ ଅଭିନନ୍ଦନ

ନୂଆଦିଲ୍ଲୀ: ପାକିସ୍ତାନ ଯୁଦ୍ଧ ବିମାନ ସହ ଲଢ଼େଇ କରି ଉଚିତ୍‌ ଜବାବ ଦେଇଥିବା ବୀର ପାଇଲଟ୍‌ ଅଭିନନ୍ଦନ ବର୍ତମାନ କେବେ ପୁଣିଥରେ ଆକାଶରେ ଉଡ଼ିବେ? ତାହା ଜାଣିବାକୁ ବିଭିନ୍ନ ମହଲରେ ଉତ୍ସୁକତା ରହିଛି।

ପାକିସ୍ତାନ ତାଙ୍କୁ ଗିରଫ କରିବା ପରେ ମୁକ୍ତ କରିଥିଲା। ଏବେ ସେ ହସ୍ପିଟାଲ୍‌ରେ ରହିଛନ୍ତି। ତାଙ୍କ ପଞ୍ଜରା ହାଡ଼ରେ ଆଘାତ ଲାଗିଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ କ’ଣ ଅଭିନନ୍ଦନ ପୁଣି ବିମାନ ଉଡ଼ାଇ ପାରିବେ ?

ଏହାର ଉତ୍ତର ଆଜି ବାୟୁସେନା ମୁଖ୍ୟ ମାର୍ଶାଲ ବିଏସ୍‌ ଧନୱା ଦେଇଛନ୍ତି। ସେ କହିଛନ୍ତି, “ ୱିଙ୍ଗ କମାଣ୍ଡର ସଂପୂର୍ଣ୍ଣ ଫିଟ୍‌ ହେଲା ପରେ ଯାଇ ଯୁଦ୍ଧ ବିମାନ ଚଳାଇବେ। ତାଙ୍କର ମେଡିକାଲ୍‌ ଚେକ୍‌ଅପ୍‌ ଯଦି ତାଙ୍କୁ ବିମାନ ଉଡ଼ାଇବାକୁ ଅନୁମତି ଦେବ, ସେ ବିମାନ ଉଡ଼ାଇ ପାରିବେ। ଯଦି ସେ ଫିଟ୍‌ ନୁହନ୍ତି, ତା’ହେଲେ ଯୁଦ୍ଧ ବିମାନ ଚଳାଇ ପାରିବେ ନାହିଁ। କିନ୍ତୁ ସେ ଯେବେ ବି ଫିଟ୍‌ ହେବେ, ସେବେଠାରୁ ବିମାନ ଚଳାଇବେ।”

ପାକିସ୍ତାନ କବଳରୁ ମୁକୁଳିବା ପରେ ଅଭିନନ୍ଦନ ସେନା ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ସେ ତୁରନ୍ତ କକ୍‌ପିଟ୍‌ରେ ବସିବାକୁ ଚାହୁଁଥିବା ବାୟୁସେନା ଅଧିକାରୀଙ୍କୁ କହିଛନ୍ତି।



from Odisha Reporter https://ift.tt/2IPvp84

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages