ଚିଡ଼ିଗଲେ ପଳାତକ ବିଜୟ ମାଲ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ଚିଡ଼ିଗଲେ ପଳାତକ ବିଜୟ ମାଲ୍ୟା

ନୂଆଦିଲ୍ଲୀ: ଠକ ସର୍ଦ୍ଦାର ବିଜୟ ମାଲ୍ୟା ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଉପରେ ଟ୍ୱିଟ କରି ବର୍ଷିଛନ୍ତି। ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିଜୟ ମାଲ୍ଯାଙ୍କର ୟୁନାଇଟେଡ୍ ବୃୟରିଜ ହୋଲଡି଼ଂସ ଲିମିଟେଡ଼ (UBHL) ଶେୟାର ବିକ୍ରି କରି ୧ ହଜାର ୮ କୋଟି ଟଙ୍କା ପାଇଛି।
 
ପଳାତକ ବିଜୟ ମାଲ୍ୟା କହିଛନ୍ତି, ଭାରତର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମାନେ ତାଙ୍କୁ ‘ଚୋର’ ବୋଲି ପ୍ରଚାର ଚଳାଇଛନ୍ତି। ବ୍ୟାଙ୍କ କିନ୍ତୁ ନିଜ ପଇସା ବିଭିନ୍ନ ମାଧ୍ୟମରେ ସଂଗ୍ରହ କରୁଛି। ଏହି ସମସ୍ତ ପ୍ରପର୍ଟି ବିକ୍ରି କରି ଟାଙ୍କ ଉପରେ ଥିବା ଋଣ ପରିଶୋଧ କରିବେ ବୋଲି ଆଗରୁ କହିଥିବା ସେ କହିଛନ୍ତି।
 
ସୂଚନାଯୋଗ୍ୟ. ଇଡି ମାଲ୍ୟାଙ୍କ ମନି ଲଣ୍ଡରିଂ ମାମଲାରେ ଏଜେନ୍ସି ଦ୍ବାରା ବିଭିନ୍ନ ଶେୟାର ଜବତ କରିଛି। ଗତକାଲି ବିକ୍ରି ହୋଇଥିବା ଶେୟାର ‘ୟେସ ବ୍ୟାଙ୍କ’ ପାଖରେ ଥିଲା ବୋଲି ଜଣାପଡ଼ିଛି। କର୍ଣ୍ଣାଟକ ହାଇକୋର୍ଟ ଶେୟାର ବିକ୍ରି କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ଏହା ବିକ୍ରି ହୋଇଥିଲା।
 
ବର୍ତ୍ତମାନ ବିଜୟ ମାଲ୍ୟା ଲଣ୍ଡନରେ ରହୁଛନ୍ତି। ଭାରତକୁ ପ୍ରତ୍ୟର୍ପଣ ପାଇଁ ଭାରତ ସରକାରଙ୍କ ତରଫରୁ ସମସ୍ତ ପ୍ରକ୍ରିୟା ଚାଲିଛି। ମାଲ୍ୟା ୯ ହଜାର କୋଟି ଟଙ୍କାର ଋଣ ନେବା ପରେ ବ୍ୟାଙ୍କକୁ ନ ସୁଝି ଲଣ୍ଡନ ପଳାଇଛନ୍ତି ମାଲ୍ୟା। ଏହି ମାମଲାରେ ଇଡି ଓ ସିବିଆଇ ତଦନ୍ତ କରୁଛନ୍ତି।


from Odisha Reporter https://ift.tt/2WA1rHl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages