ପୁଲୱାମା ଆତଙ୍କବାଦୀ ଲିଙ୍କ ଓ ଏୟାର ଷ୍ଟ୍ରାଇକକୁ ପାକିସ୍ତାନ ମାନିବାକୁ ନାରାଜ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ପୁଲୱାମା ଆତଙ୍କବାଦୀ ଲିଙ୍କ ଓ ଏୟାର ଷ୍ଟ୍ରାଇକକୁ ପାକିସ୍ତାନ ମାନିବାକୁ ନାରାଜ୍

ଇସଲାମାବାଦ: ଏୟାର ଷ୍ଟ୍ରାଇକ ଜରିଆରେ ଆତଙ୍କବାଦୀଙ୍କ ଶିବିର ନଷ୍ଟ କରି ଦେଇଥିବା ଭାରତ କହୁଥିବାବେଳେ ପାକିସ୍ତାନ କିନ୍ତୁ ପୁଣିଥରେ ଏହାକୁ ଅସ୍ଵୀକାର କରିଛି। ଭାରତ ପକ୍ଷରୁ ଦିଆଯାଇଥିବା ୨୨ଟି ଏରିଆର ପିନ କୋଡ୍ ସୀମା ଭିତରେ କୌଣସି ଆତଙ୍କବାଦୀ ସଙ୍ଗଠନ ନଥିବା ଏବଂ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଭାରତ ୫୪ ଜଣଙ୍କୁ ଅଟକ ରଖିଥିବା ଘଟଣାର ତଦନ୍ତ ଚାଲିଛି ବୋଲି ପାକିସ୍ତାନ କହିଛି।
 
ତେବେ ଭାରତ ଆକ୍ରମଣ କରିଥିବା ସ୍ଥାନକୁ ବୁଲିବା ପାଇଁ ଆସୁ ବୋଲି ପାକିସ୍ତାନ ବୈଦେଶିକ ଅଧିକାରୀ କହିଛନ୍ତି।
 
ସୂଚନାଯୋଗ୍ୟ ଫେବୃଆରୀ ୧୪ରେ ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆକ୍ରମଣକାରୀ ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦର ବୋଲି ଜଣାପଡ଼ିବା ପରେ ଭାରତରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନରଙ୍କୁ ସମସ୍ତ ପ୍ରମାଣ ଦିଆଯାଇଥିଲା। ଏହି ଆତଙ୍କବାଦୀ ଆକ୍ରମଣରେ ୪୦ ସିଆରପିଏଫ ଯବାନ ସହିଦ ହୋଇଥିଲେ।
 
ଭାରତ ଦେଇଥିବା ସମସ୍ତ ପ୍ରମାଣ ଉପରେ ପ୍ରତିକ୍ରିୟା ରଖି ପାକିସ୍ତାନ ବୈଦେଶିକ ଅଧିକାରୀ କହିଛନ୍ତି ପ୍ରାଥମିକ ତଦନ୍ତ ଚାଲିଛି। ଏଥିସହ ସୋଶାଲ ମିଡିଆରେ ଘୁରିବୁଲୁଥିବା ଖବର, ହ୍ବାଟସଆପ, ଟେଲିଗ୍ରାମ, ଭିଡ଼ିଓ ଆଦିର ମଧ୍ୟ ତଦନ୍ତ ହେଉଛି ବୋଲି ସ୍ପଷ୍ଟ କରିଛନ୍ତି ପାକିସ୍ତାନ ଅଧିକାରୀ। ଭାରତ ଯେଉଁ ଡୋସିୟର ପାକିସ୍ତାନକୁ ଦେଇଛି ସେଥିରେ ୯୧ ପୃଷ୍ଠା ଏବଂ ୬ ପ୍ରକାରର ତଥ୍ୟ ପ୍ରଦାନ କରାଯାଇଛି। ହେଲେ ପାକିସ୍ତାନ କେବଳ ପୁଲୱାମା ଆତଙ୍କବାଦୀ ଆକ୍ରମଣ ବାବଦରେ ତର୍ଜମା କରୁଛି ବୋଲି ଜଣାପଡ଼ିଛି।
 
ସୂଚନାଯୋଗ୍ୟ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପଛରେ ଆତଙ୍କବାଦୀ ଜୈଶ-ଏ-ମହମ୍ମଦର ହାତ ଥିବା ସ୍ପଷ୍ଟ ହୋଇସାରିଥିବା ବେଳେ ପାକିସ୍ତାନ ଏହାକୁ ମାନିବାକୁ ନାରାଜ। ଏୟାରଷ୍ଟ୍ରାଇକ ହେବା ପରେ ପ୍ରଥମେ ପାକିସ୍ତାନ ସେନା ଅଧିକାରୀ ପରଦିନ ସକାଳ ୫ଟାରେ ଟୁଇଟ କରି ନିଜେ ସୂଚନା ଦେଇଥିଲେ। ଏବେ କିନ୍ତୁ ପାକିସ୍ତାନ ଉଭୟ ଏୟାର ଷ୍ଟ୍ରାଇକ ଓ ଭାରତ ଦାବି କରୁଥିବା ଆତଙ୍କବାଦୀଙ୍କ ମୃତ୍ୟୁ ସଂଖ୍ୟାକୁ ଅସ୍ୱୀକାର କରୁଛି। ଏମିତିକି ପାକିସ୍ତାନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏୟାର ଷ୍ଟ୍ରାଇକ ହେବା ପରେ ସମ୍ପୃକ୍ତ ବାଲାକୋଟ ଅଞ୍ଚଳକୁ ମିଡିଆ ଓ ସ୍ଥାନୀୟ ଲୋକଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଲଗାଯାଇଥିଲା। ତେବେ ଘଟଣାର ମାସକ ପରେ ନିଜଆଡ଼ୁ ପ୍ରମାଣ ଦେବାକୁ ପାକିସ୍ତାନ ଇଚ୍ଛା କରୁଥିବା ପାକିସ୍ତାନ ଅଧିକାରୀ କହିଛନ୍ତି।
 
ବାଲାକୋଟରେ ଭାରତୀୟ ବାୟୁସେନା ନିଜର ପରାକ୍ରମ ଦେଖାଇବା ପରେ ପାକିସ୍ତାନ ମଧ୍ୟ ସୀମା ଓ ଅସ୍ତ୍ରବିରତିର ଉଲ୍ଲଂଘନ କରିଛି। ଏମିତିକି ଭାରତରେ ପ୍ରବେଶ ପାଇଁ ଡ୍ରୋନର ସାହାଯ୍ୟ  ନେଇଥିବାବେଳ ଭାରତ ସମ୍ପୃକ୍ତ ଡ୍ରୋନକୁ ମାରି ଖସାଇ ଦେଇଛି।


from Odisha Reporter https://ift.tt/2Ouw5Ps

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages