ଶେଷ ଦୁଇ ଦିନିକିଆ ଖେଳିବେନି ଧୋନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 8, 2019

ଶେଷ ଦୁଇ ଦିନିକିଆ ଖେଳିବେନି ଧୋନି

ରାଞ୍ଚି: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ର ଶେଷ ଦୁଇଟି ମ୍ୟାଚ୍‌ରେ ଖେଳିବେନି ଟିମ୍‌ ଇଣ୍ଡିଆର ସବୁଠାରୁ ଅଭିଜ୍ଞ କ୍ରିକେଟର ମହେନ୍ଦ୍ର ସିଂହ ଧୋନି। ତାଙ୍କୁ ଟିମ୍‌ ମ୍ୟାନେଜମେଣ୍ଟ ବିଶ୍ରାମ ନେବାକୁ ନିଷ୍ପତ୍ତି ନେଇଛି। ଆଜି ରାଞ୍ଚି ଠାରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ଦିନିକିଆରେ ଭାରତ ପରାସ୍ତ ହୋଇଛି। ଏହାପରେ ଟିମ୍‌ ଇଣ୍ଡିଆର ବ୍ୟାଟିଂ କୋଚ୍‌ ସଞ୍ଜୟ ବାଙ୍ଗର କହିଛନ୍ତି, “ଆମେ ଏବେ କିଛି ପରିବର୍ତ୍ତନ କରିବାକୁ ଚାହୁଁଛୁ। ମାହି(ଧୋନି) ଶେଷ ଦୁଇଟି ଦିନିକିଆ ଖେଳିବେନି। ତାଙ୍କୁ ବିଶ୍ରାମ ଦିଆଯିବ।”
ଦୁଇ ବିଶ୍ରାମ ନେବା ଅର୍ଥ ଭାରତ ମାଟିରେ ଆଉ ଧୋନିଙ୍କୁ ଭାରତ ପକ୍ଷରୁ ମ୍ୟାଚ୍‌ ଖେଳୁଥିବା ଦେଖିବାକୁ ମିଳିବନି। କାରଣ ଅକ୍ଟୋବର ପର୍ଯ୍ୟନ୍ତ ଭାରତରେ କୌଣସି ଦିନିକିଆ ମ୍ୟାଚ୍‌ ହେବାର ନାହିଁ।

ଅଷ୍ଟ୍ରେଲିଆ ସିରିଜ୍‌ ପରେ ଟିମ୍‌ ଇଣ୍ଡିଆର ସଦସ୍ୟମାନେ ଆଇପିଏଲ୍‌ ଖେଳିବେ। ଏହାପରେ ମେ’ ୩୦ରୁ ବିଶ୍ୱକପ୍‌ ଆରମ୍ଭ ହେବ। ସମ୍ଭବତଃ ଇଂଲଣ୍ଡ ଠାରେ ଅନୁଷ୍ଠିତ ବିଶ୍ୱକପ୍‌ ପରେ ଧୋନି ଅବସର ନେବେ ବୋଲି କୁହାଯାଉଛି। ତେଣୁ ଧୋନିଙ୍କୁ ଆଉ ଟିମ୍‌ ଇଣ୍ଡିଆ ଜର୍ସିରେ ଦେଖିବାକୁ ନ ମିଳିପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଧୋନି ପୁଣିଥରେ ନିଜ ଘରୋଇ ଗ୍ରାଉଣ୍ଡରେ ମ୍ୟାଚ୍‌ ଖେଳିବା ଦରକାର ବୋଲି ରାଜ୍ୟ କ୍ରିକେଟ୍‌ ସଂଘ କହିଛି।

ବିରାଟ୍‌ ମଧ୍ୟ ମ୍ୟାଚ୍‌ ପରେ କିଛି ପରିବର୍ତ୍ତନ ହେବା ଦରକାର ବୋଲି କହିଥିଲା।



from Odisha Reporter https://ift.tt/2UxQHZr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages