
ଗ୍ୱାଲିୟର (ଓଡ଼ିଶା ରିପୋର୍ଟର): ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଅଖିଳ ଭାରତୀୟ ପ୍ରତିନିଧି ସଭାରେ ସାବରୀମାଳା ଦେବସ୍ଥାନ ମାମଲାରେ କେରଳ ସରକାରଙ୍କ ଦ୍ୱାରା ଧାର୍ମିକ ପରମ୍ପରା ଓ ଶ୍ରଦ୍ଧାଳୁମାନଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ବିରୋଧ କରାଯିବ। ଏପରିକି ସାବରୀମାଳା ମନ୍ଦିର ପରମ୍ପରାର ସଂରକ୍ଷଣ ଓ ଆଜିର ଭୌତିକତାବାଦୀ ପରମ୍ପରା ମଧ୍ୟରେ ପରିବାର ବ୍ୟବସ୍ଥାର ସଂରକ୍ଷଣ ପାଇଁ ଚର୍ଚ୍ଚା ହେବା ସହ ପ୍ରସ୍ତାବ ମଧ୍ୟ ପାରିତ ହେବ ବୋଲି ସଂଘର ସହସରକାର୍ଯ୍ୟବାହ ଡା. ମନମୋହନ ବୈଦ୍ୟ ପ୍ରକାଶ କରିଛନ୍ତି।
ଗ୍ୱାଲିୟରର ଶିବପୁରୀ ଲିଙ୍କ ରୋଡ୍ ନିକଟସ୍ଥ କେଦାରଧାମ ସରସ୍ୱତୀ ଶିଶୁ ମନ୍ଦିର ସଭାଗୃହରେ ଆଜିଠାରୁ ୧୦ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରତିନିଧି ସଭା ଅନୁଷ୍ଠିତ ହେଉଛି। ସରସଂଘଚାଳକ ଡ. ମୋହନଜୀ ଭାଗବତ ଓ ସରକାର୍ଯ୍ୟବାହ ଭାୟାଜୀ ଯୋଷୀ ଭାରତମାତାଙ୍କ ଚରଣରେ ପୁଷ୍ପ ଅର୍ପିତ କରି ସଭାର ଶୁଭାରମ୍ଭ କରିଛନ୍ତି।
ଏ ସମ୍ପର୍କରେ ସୂଚନା ଦେବାକୁ ଯାଇ ଡ. ବୈଦ୍ୟ କହିଛନ୍ତି-“ସାବରୀମାଳା ଭଳି ଭାରତରେ ଥିବା ପ୍ରତ୍ୟେକ ମନ୍ଦିରର ଏକ ନିଜସ୍ୱ ଇତିହାସ ଓ ବିଶିଷ୍ଟ ପରମ୍ପରା ରହିଛି। ଯାହା ଭାରତର ପୂଜ୍ୟ ଋଷି-ମୁନିଙ୍କ ଦ୍ୱାରା ସ୍ଥାପିତ। ଦୀର୍ଘଦିନ ଧରି ହିନ୍ଦୁ ସମାଜ ଏହି ପରମ୍ପରାର ଆଧାରରେ ଶ୍ରଦ୍ଧାରେ ପୂଜାକରି ଆସୁଛନ୍ତି। ଏହି ଘଟଣାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଢୁଆଳରେ କେରଳ ସରକାର ଭଗବାନ ଆୟପାଙ୍କ ଭକ୍ତଙ୍କ ଉପରେ ଦମନଲୀଳା ଚାଲୁ ରଖିଛନ୍ତି। ଏହି ବିଷୟ ଉପରେ ବୈଠକରେ ପ୍ରସ୍ତାବ ପାରିତ ହେବ।”
ସେ କହିଛନ୍ତି-“ବର୍ତ୍ତମାନ ପରିସ୍ଥିତିରେ ବ୍ୟକ୍ତି ଅଧିକ ଭୌତିକତାବାଦୀ ହୋଇ ପଡ଼ିଛନ୍ତି। ଯାହା ଫଳରେ ପରିବାର ବ୍ୟବସ୍ଥା ଭାଙ୍ଗି ପଡ଼ୁଛି। ପରିବାର ବ୍ୟବସ୍ଥା ଭାରତର ବିଶ୍ୱକୁ ଏକ ଅମୂଲ୍ୟଦାନ। ପରିବାର ବ୍ୟବସ୍ଥାର ସଂରକ୍ଷଣ ପାଇଁ ମଧ୍ୟ ଆଜିର ବୈଠକରେ ଚର୍ଚ୍ଚା ହୋଇ ପ୍ରସ୍ତାବ ପାରିତ ହେବ।”
ଶ୍ରୀରାମ ମନ୍ଦିର ପ୍ରସଙ୍ଗରେ ଶ୍ରୀ ବୈଦ୍ୟ କହିଛନ୍ତି-“ଏହି ଘଟଣାରେ ସମ୍ଭନ୍ଧିତ ପକ୍ଷ ନ୍ୟାୟାଳୟରେ ନିଜର କଥା ରଖି ସାରିଛି। ଏବେ ନ୍ୟାୟାଳୟ ତା’ର ବିଚାର ଦେବ।”
from Odisha Reporter https://ift.tt/2Tp1KaD
No comments:
Post a Comment