ପାକିସ୍ତାନ ମିଛ ଧରିଲା ତାଇୱାନ, ଆମେରିକା ନେବ କାର୍ଯ୍ୟାନୁଷ୍ଠାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

ପାକିସ୍ତାନ ମିଛ ଧରିଲା ତାଇୱାନ, ଆମେରିକା ନେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଭାରତ ଉପରେ ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ର ବଦଲା ନେବାକୁ ପାକିସ୍ତାନ ଏଫ୍‌-୧୬ ଯୁଦ୍ଧ ବିମାନ ବ୍ୟବହାର କରିବା ଘଟଣାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଆମେରିକା ଠାରୁ ପାକିସ୍ତାନ କିଣି ଥିବା ଏଫ୍‌-୧୬କୁ ଭାରତ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବହାର କରିଥିବାରୁ ୱାଶିଂଟନ୍‌ ଖପ୍ପା ହୋଇଛି। ଆମେରିକା ମୁଡ୍‌କୁ ବଦଳାଇବା ପାଇଁ ପାକିସ୍ତାନ ମିଡିଆ ଭାରତ ଯେଉଁ ଏଫ୍‌-୧୬ର ଆମ୍ରାମ ଦେଖାଉଛି, ତାହା ତାଇୱାନର ବୋଲି କହି ଫାଙ୍କିବା ଆରମ୍ଭ କରିଥିଲା।

କିନ୍ତୁ ତାଇୱାନ ଆଜି ପାକିସ୍ତାନ ମିଛ କହୁଥିବା କହିଛି। ଭାରତୀୟ ସେନା ପକ୍ଷରୁ ଯେଉଁ ଆମ୍ରାମ ପ୍ରଦର୍ଶନ କରାଯାଇଥିଲା, ତାହା ଆମେରିକା ତାଇୱାନ୍‌କୁ ବିକ୍ରି କରିଥିବା ଏଫ୍‌-୧୬ର ବୋଲି ପାକିସ୍ତାନ କହିଥିଲା। ହେଲେ ତାଇୱାନ କହିଛି, ଏଯାଏ ଦେଶ ପକ୍ଷରୁ ଏଫ୍‌-୧୬ ଯୁଦ୍ଧ ବିମାନ ସହ ଆମ୍ରାମ ସଂଲଗ୍ନ କରାଯାଇ ନାହିଁ। ପାକିସ୍ତାନ ମିଡିଆ ସମଗ୍ର ବିଶ୍ୱକୁ ମିଛ କହିବା ଆରମ୍ଭ କରିଛି। ତେଣୁ ପାକିସ୍ତାନ କଥାକୁ ବିଶ୍ୱାସ ନ କରିବାକୁ ତାଇୱାନ ବାୟୁସେନା ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଆମେରିକା ଏବେ ଭାରତ ଦେଇଥିବା ଏଫ୍‌-୧୬ ବ୍ୟବହାରର ପ୍ରମାଣ ସଂକ୍ରାନ୍ତ ଦସ୍ତାବିଜ୍‌କୁ ତର୍ଜମା କରୁଛି। ଆମେରିକା ଏଫ୍‌-୧୬ ଯୁଦ୍ଧ ବିମାନକୁ କୌଣସି ଦେଶ ବିରୋଧରେ ବ୍ୟବହାର ନ କରିବାକୁ ପାକିସ୍ତାନକୁ କହିଥିଲା। ହେଲେ ପାକିସ୍ତାନ ଚୁକ୍ତି ଉଲ୍ଲଙ୍ଘନ କରିଥିବାରୁ ଆମେରିକା କାର୍ଯ୍ୟାନୁଷ୍ଠାନ ପାଇଁ ଚିନ୍ତା କରୁଥିବା ଜଣାପଡ଼ିଛି।



from Odisha Reporter https://ift.tt/2XFZOcl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages