ମେହେନ୍ଦିରେ କନ୍ୟା ନାଁ ବଦଳରେ ଅଭିନନ୍ଦନଙ୍କ ଚିତ୍ର କଲେ ବର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 9, 2019

ମେହେନ୍ଦିରେ କନ୍ୟା ନାଁ ବଦଳରେ ଅଭିନନ୍ଦନଙ୍କ ଚିତ୍ର କଲେ ବର

ଭୋପାଲ: ଦିନକୁ ଦିନ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ କ୍ରେଜ୍‌ ବଢିଚାଲିଛି। ପାକିସ୍ତାନ ୱିଙ୍ଗ କମାଣ୍ଡର ଅଭିନନ୍ଦନ ଫେରିବା ପରେ ତାଙ୍କୁ ସମ୍ମାନ ଏବଂ ସାବାସି ଦେବା ପାଇଁ ଦେଶବାସୀ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି। କିଛି ଲୋକ ଅଭିନନ୍ଦନଙ୍କ ଷ୍ଟାଇଲ୍‌ରେ ଦାଢି କାଟୁଛନ୍ତି ତ ଆଉ କିଛି ଲୋକ ପିଲାର ନାଁ ଅଭିନନ୍ଦନ ରଖଛନ୍ତି। ଏବେ ଜଣେ ବ୍ୟକ୍ତି ବାହାଘର ଥିମ୍‌ ବି ଅଭିନନ୍ଦନ ରଖିଛନ୍ତି। ମଧ୍ୟପ୍ରଦେଶର ଜଣେ ଯୁବକ ବିବାହ ପାଇଁ ହାତରେ କନ୍ୟା ନାଁ ବଦଳରେ ଅଭିନନ୍ଦନଙ୍କ ଚିତ୍ର ସହ ତାଙ୍କ ନଁ ଲେଖିବା ଘଟଣା ଚର୍ଚ୍ଚାକୁ  ଆସିଛି।

ସୂଚନା ଅନୁଯାୟୀ, ବିବାହ ପୂର୍ବଦିନ ଶୁଭମ୍‌ ନାମକ ଜଣେ ଯୁବକ ତାଙ୍କ ଭାବି ପତ୍ନୀଙ୍କୁ କହିଥିଲେ, ମେହେନ୍ଦିରେ ସେ ତାଙ୍କ ନାଁ ବଦଳରେ ଅଭିନନ୍ଦନଙ୍କ ନାଁ ଏବଂ ଏବଂ ତାଙ୍କର ଚିତ୍ର କରିବେ । ସେ ତାଙ୍କ ପତ୍ନୀଙ୍କୁ  ଆହୁରି କହିଥିଲେ, “ତୁମେ ମୋ ହୃଦୟରେ ରହିବ, କିନ୍ତୁ ହୃଦୟ ପୂର୍ବରୁ ଦେଶ ଆସେ । ତେଣୁ ମୁଁ ଏହି ବୀର ପାଇଲଟଙ୍କୁ ସଲାମ ଜଣାଇବାକୁ ଯାଇ ହାତରେ ତାଙ୍କ ଛବି ଆଙ୍କୁଛି” ବୋଲି କହିଥିଲେ। କେବଳ ଏତିକି ନୁହେଁ ବିବାହରେ ବର ଗାଡ଼ି ଆଗରେ ଅଭିନନ୍ଦନଙ୍କର ଏକ ଫଟୋ ଏବଂ ବରଯାତ୍ରୀ ଯିବା ସମୟରେ କେବଳ ଦେଶାତ୍ମବୋଧ ଗୀତ ବାଜିବ ବୋଲି ଶୁଭମ୍‌ ନିଷ୍ପତ୍ତି ନେଇଥିଲେ। ଶୁଭମ୍‌ଙ୍କ ଏହି ନିଷ୍ପତିରେ କନ୍ୟା କୌଣସି ଆପତ୍ତି କରିନଥିଲେ। ବିବାହ ଶୁକ୍ରବାର  ସମ୍ପନ୍ନ ହୋଇଛି।

ଶୁଭମ୍‌ଙ୍କ ଏହି ଉଦ୍ୟମକୁ ଦେଖି ପରିବାର ସହ ବିବାହରେ ଯୋଗ ଦେଇଥିବା ଅତିଥିମାନେ ତାଙ୍କୁ ସାବାସି ଜଣାଇଥିଲେ।



from Odisha Reporter https://ift.tt/2EYhk49

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages