ଗତ ଦୁଇବର୍ଷରେ ଶତକ କରିବାରେ ଏକା ବିରାଟ୍ ପୂରା ପାକିସ୍ତାନ ଟିମ୍ ଉପରେ ଭାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 9, 2019

ଗତ ଦୁଇବର୍ଷରେ ଶତକ କରିବାରେ ଏକା ବିରାଟ୍ ପୂରା ପାକିସ୍ତାନ ଟିମ୍ ଉପରେ ଭାରି

ନୂଆଦିଲ୍ଲୀ: ଶୁକ୍ରବାର ରାଞ୍ଚିରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଭାରତ ୩୨ ରନରେ ଅଷ୍ଟ୍ରେଲିଆ ନିକଟରୁ ପରାସ୍ତ ହୋଇଥିଲା। କିନ୍ତୁ ଅଧିନାୟକ ବିରାଟ କୋହଲି ପୁଣିଥରେ ନିଜର ଦମଦାର ବ୍ୟାଟିଂ ଦ୍ୱାରା କ୍ରିକେଟ୍ ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ସ୍ମୃତିକୁ ତାଜା କରିଛନ୍ତି। ସଚିନ ଠିକ୍ ଏହିପରି ନିଜର ଚମତ୍କାର ବ୍ୟାଟିଂ ଦ୍ୱାରା ପ୍ରଶଂସକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିଲେ। କିନ୍ତୁ କେତେକଙ୍କ କହିବା ଅନୁଯାୟୀ, ବିରାଟ ବର୍ତ୍ତମାନ ଯେଉଁଭଳି ବ୍ୟାଟିଂ କରୁଛନ୍ତି, ଆଗାମୀ ଦିନରେ ସେ ସଚିନଙ୍କୁ ପଛରେ ପକାଇ ଦେବେ। ତାହାର ଜ୍ୱଳନ୍ତ ଉଦାହରଣ ହେଉଛି, ଗତ ଦୁଇବର୍ଷରେ ବିରାଟଙ୍କ ପ୍ରଦର୍ଶନ।

ଏହି ୨୪ମାସ ଭିତରେ ବିରାଟଙ୍କ ବ୍ୟାଟରୁ ଖୁବ୍ ରନ୍ ବର୍ଷିଛି। ୨୦୧୭ ପରଠାରୁ ବିରାଟ ଏକାକୀ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ୧୫ ଶତକ ମାରିଛନ୍ତି । ଏହି ମାମଲାରେ ସେ ପୂରା ପାକିସ୍ତାନ ଖେଳାଳିଙ୍କ ଉପରେ ଭାରି ପଡ଼ିଛନ୍ତି। ପାକିସ୍ତାନ ଟିମର ସବୁ ଖେଳାଳିମାନେ ମିଶିକି ମଧ୍ୟ ବିରାଟଙ୍କ ଏହି ରେକର୍ଡ ଭାଙ୍ଗିପାରି ନାହାନ୍ତି। ଗତ ଦୁଇବର୍ଷରେ ପାକିସ୍ତାନ ଖେଳାଳିମାନଙ୍କ ଦ୍ୱାରା ମୋଟ ୧୪ ଶତକ ହୋଇଛି।

ଅନ୍ୟପକ୍ଷରେ ବାଂଲାଦେଶ ପକ୍ଷରୁ ୨୦୧୭ ପରଠାରୁ ଦିନିକିଆ କ୍ରିକେଟରେ ୧୩ ଶତକ, ୱେଷ୍ଟଇଣ୍ଡିଜ୍ ପକ୍ଷରୁ ୧୨ ଶତକ ଏବଂ ଶ୍ରୀଲଙ୍କା ପକ୍ଷରୁ ୧୦ ଶତକ ମରାଯାଇଛି। ତେବେ ଏହି ସମୟ ମଧ୍ୟରେ ଇଂଲଣ୍ଡର ଖେଳାଳିମାନେ ସର୍ବାଧିକ ୨୮ ଶତକ ମାରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ୧୬ ଶତକ ମାରିଛି। ଯଦି ସବୁ ଫର୍ମାଟ୍ କଥା କୁହାଯାଏ, ତାହେଲେ ୨୦୧୭ ପରଠାରୁ ବିରାଟ ୨୫ ଶତକ ମାରିଛନ୍ତି, ଯାହା ପାକିସ୍ତାନର ପୂରା ଟିମଠାରୁ ବହୁ ଅଧିକ।

ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ସର୍ବାଧିକ ଶତକର ରେକର୍ଡ ସଚିନ ତେନ୍ଦୁଲକର (୪୯)ଙ୍କ ନାମରେ ରହିଛି। ବିରାଟ ଏବେ ଏହି ବିଶ୍ୱରେକର୍ଡରୁ ୮ ଶତକ ଦୂରରେ ଅଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ସେ ମୋଟ ୬୬ ଶତକ ମାରିଛନ୍ତି। ତାଙ୍କଠାରୁ ଆଗରେ କେବଳ ରିକି ପଣ୍ଟିଂ (୭୧) ଓ ସଚିନ ତେନ୍ଦୁଲକର (୧୦୦) ଅଛନ୍ତି।



from Odisha Reporter https://ift.tt/2NRqqTf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages