ସୁସ୍ଥ ରହିବାକୁ ଚାହୁଁଛନ୍ତି କି ? ବଦଳାନ୍ତୁ ଏହି ସବୁ ଅଭ୍ୟାସ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 12, 2019

ସୁସ୍ଥ ରହିବାକୁ ଚାହୁଁଛନ୍ତି କି ? ବଦଳାନ୍ତୁ ଏହି ସବୁ ଅଭ୍ୟାସ…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତିଦିନ ଆମେ ଏପରି କିଛି କାମ କରି କରି ତାହା ଅଭ୍ୟାସରେ ପରିଣତ କରିଦେଇଥାଉ ଯେ, ଆମେ ଠିକ୍‌ କରୁଛୁ ନା ଭୁଲ୍‌ କରୁଛୁ ତାହା ଜାଣି ପାରି ନଥାଉ। ଏହିପରି କିଛି କାମ ଅଛି ଯାହା କଲେ ଭଲ । କିନ୍ତୁ ଅଧିକ ମାତ୍ରାରେ କରିବା ଆମ ପାଇଁ କ୍ଷତିକାରକ ହୋଇପାରେ। ତେଣୁ କେଉଁ ସବୁ କାମ କରିବା ଭଲ କିନ୍ତୁ ଅଧିକା କରିବା ଖରାପ ପଢ଼ନ୍ତୁ।

୧-ସୁସ୍ଥ ରହିବା ପାଇଁ ଆମେ ସବୁଦିନ ସଫା ରହିବା ଆବଶ୍ୟକ। ଏହାଦ୍ୱାରା ଆପଣ ଅନେକ ରୋଗରୁ ନିଜକୁ ଦୂରେଇ ରଖି ପାରିବେ। ତେଣୁ ଆପଣ ଯଦି ପ୍ରତିଦିନ ଗାଧୋଉ ନାହାନ୍ତି ତାହାଲେ ଆପଣ ଭାବି ନିଅନ୍ତୁ ଯେ, ଆପଣ ଅନେକ ରୋଗକୁ ପ୍ରଶୟ ଦେଉଛନ୍ତି। ପ୍ରତିଦିନ ନ ଗାଧୋଇବା ଯୋଗୁ ଅନେକ ପ୍ରକାର ଇନ୍‌ଫେକ୍ସନ୍‌ ହେବା ସହ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦେଖାଯାଇଥାଏ। ତେଣୁ ପ୍ରତିଦିନ ଗାଧୋଇବା ସହ ନିଜକୁ ପରିଷ୍କାର ରଖନ୍ତୁ।

୨- ଆଜିକାଲି ପ୍ରତ୍ୟେକ ଲୋକଙ୍କର ସାନିଟାଇଜର୍‌ର ବ୍ୟବହାର ଏକ ପ୍ରକାର ଅଭ୍ୟାସରେ ପରିଣତ ହୋଇଗଲାଣି। କିନ୍ତୁ ଆପଣ ଜାଣିଛନ୍ତି କି, ଅଧିକ ମାତ୍ରାରେ ସାନିଟାଇଜର୍‌ ବ୍ୟବହାର ମଧ୍ୟ କ୍ଷତିକାରକ ହୋଇପାରେ। ହାତ ସଫା ରଖିବା ଏକ ଭଲ ଅଭ୍ୟାସ କିନ୍ତୁ, ଏହାର ଅଧିକ ବ୍ୟବହାର ଆପଣଙ୍କ ଶରୀରରେ ହର୍‌ମୋନ୍‌କୁ ମଧ୍ୟ ପ୍ରଭାବିତ କରିପାରେ।

୩-ହର୍ଟ ସାୱାର୍‌ ଆପଣ ଯଦି ବ୍ୟବହାର କରୁଥାନ୍ତି, ତାହାଲେ ସତର୍କ ହୋଇଯାଆନ୍ତୁ। ଏହା ମଧ୍ୟ ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ। ଏହା ତ୍ୱଚା ଉପରେ ପ୍ରଭାବ ପକାଇପାରେ। ଗରମ ପାଣି ତ୍ୱଚାର ପ୍ରାକୃତିକ ତେଲକୁ କମ୍‌ କରିଦେଇଥାଏ। ଯେଉଁଥିପାଇଁ ତ୍ୱଚା ଶୁଷ୍କ ହୋଇଯାଏ।

୪- ଆମେ ଛିଙ୍କିବା ବେଳେ ପାଟିରେ ହାତ ଦେଇ ଛିଙ୍କିଥାଉ। ଏହା ଏକ ଭଲ ଅଭ୍ୟାସ । କିନ୍ତୁ ଆମେ ସେହି ହାତରେ ଖାଇବାଠାରୁ ଆରମ୍ଭ କରି ଅନ୍ୟ ସବୁ କାମ ମଧ୍ୟ କରିଥାଉ।  ଏଥିଯୋଗୁ ଇନ୍‌ଫେକ୍ସନ୍‌ ହେବାର ଆଶଙ୍କା ମଧ୍ୟ ବଢି ଯାଇଥାଏ। ତେଣୁ ଛିଙ୍କିଲା ପରେ ହାତକୁ ଭଲ ଭାବେ ପରିଷ୍କାର କରି ଅନ୍ୟ କାମ କରିବା ଆବଶ୍ୟକ।

୫-ଚୁଟିକୁ ସଫା ରଖିବା ପାଇଁ ଆମେ ସାମ୍ପୂ କରିଥାଉ। ଆଉ ଖରା ଦିନେ ତ ଆମେ ସବୁଦିନେ ଚୁଟି ସଫା କରିଥାଉ। କିନ୍ତୁ, ଆପଣ ଜାଣିଛନ୍ତି କି, ସବୁବେଳେ ଚୁଟି ସଫା କରିବା ଖରାପ ହୋଇଥାଏ। ଏହା ଚୁଟିରେ ଥିବା ପ୍ରାକୃତିକ ତେଲକୁ ପ୍ରଭାବିତ କରିଥାଏ। ତେଣୁ  ପୋଷଣ ଅଭାବରୁ ଚୁଟି ଧିରେ ଧିରେ ଖରାପ ହେବାକୁ ଲାଗିଥାଏ। ଏଥିପାଇଁ ଆପଣ ପ୍ରତିଦିନ ଚୁଟି ସଫା ନକରି ସପ୍ତାହକୁ ଦୁଇରୁ ୩ଥର ମୁଣ୍ଡ ସଫା କରିପାରିବେ।



from Odisha Reporter https://ift.tt/2u4vNW4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages