
ନୟାଗଡ଼ (ସତ୍ୟ ନାରାୟଣ ସୁରଜଗଦେବ): ବସ୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଶରିଗଣ୍ଡାରେ।
ମୃତ ଦୁଇ ବାଇକ୍ ଆରୋହୀଙ୍କ ପରିଚୟ ମିଳିପାରିନାହିଁ। ତେବେ ଜଣେ ବୌଦ୍ଧ ଥାନା ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣଷ ଜୟପାଟଣା ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି।
ଶରିଗଣ୍ଡା ପେଟ୍ରୋଲ୍ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ବସ୍ଟି ଫୁଲବାଣୀରୁ କଟକ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରେ ଆସୁଥିବା ବାଇକ୍କୁ ଏହା ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିଲା।
ଦଶପଲ୍ଲା ଥାନା ପୁଲିସ୍ ବସ୍ଟିକୁ ଅଟକ ରଖି ଘଟଣା ସଂପର୍କରେ ଅଧିକ ଖୋଳତାଡ଼ କରୁଛି।
from Odisha Reporter https://ift.tt/2W156h5
No comments:
Post a Comment